Inox offers free movie tickets
ମୁମ୍ବାଇ : କରୋନା ଭାଇରସ୍ କାରଣରୁ ଦୀର୍ଘଦିନ ଧଦି ମଲ୍ଟିପ୍ଲେକ୍ସ ବନ୍ଦ ରହିଥିଲା। ତେବେ ଆସନ୍ତାକାଲି ବା ୨୨ ତାରିଖରୁ ଖୋଲାଯାଉଛି। ପୁଣିଥିରେ ବଡ ପରଦାର ଧମାକା ଫେରିବାକୁ ଯାଉଛି। ଏହି ମସ୍ତିକୁ ଆହୁରି ବଢେଇବା ନେଇ ଦର୍ଶକମାନଙ୍କ ପାଇଁ ମଲ୍ଟିପ୍ଲେକ୍ସ ଚେନ୍ ଆଇନକ୍ସ ଲେଜର ଲିମିଟେଡ୍ ଏକ ଭଲ ଉପହାର ନେଇ ଆସିଛି। ଏହି ଉପହାରରେ ମଲ୍ଟିପ୍ଲେକ୍ସ ଫ୍ରି ମୁଭି ଟିକେଟ୍ ବାଣ୍ଟୁଥିବା ଜଣାଯାଇଛି।
ମଲ୍ଟିପ୍ଲେକ୍ସ ଚେନ୍ ଆଇନକ୍ସ ଲେଜର ଲିମିଟେଡ୍ ଘୋଷଣା କରିଛି ଯେ ଅକ୍ଟୋବର ୨୨ରେ ନିଜ ପ୍ରେକ୍ଷାଳୟକୁ ଆସିବାକୁ ଥିବା ସମସ୍ତଙ୍କୁ ବିନା ସର୍ତ୍ତରେ ଫ୍ରି ଟିକେଟ୍ ଦେବ। ଏହି ଅଫର ଆଇନକ୍ସ ୱେବ୍ସାଇଟ୍ ଓ ଆପ୍ରେ ଲୋକଙ୍କୁ ମିଳିବ। ଏଠାରେ ଆପଣମାନେ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ବୁକିଂ କରି ଫ୍ରି ଟିକେଟ୍ ନେଇ ପାରିବେ।
ଆଇନକ୍ସର ଏହି ଅଫର୍ର ଲାଭ କେବଳ ମହାରାଷ୍ଟ୍ରରେ ରହୁଥିବା ଲୋକଙ୍କୁ ମିଳିପାରିବ। ଏହି ମାଧ୍ୟମରେ ଆଇନକ୍ସ କେବଳ ତା’ର ଅତିଥିମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ।
ଆଇନକ୍ସ ତରଫରୁ ମାଗଣା ଟିକେଟ୍ଆଇନକ୍ସ ଲେଜର ମିଲିଟେଡର ରିଜନାଲ ଡାଇରେକ୍ଟର ଅତୁଲ ଭଣ୍ଡାରକର କହିଛନ୍ତି ଯେ ମହାରାଷ୍ଟ୍ରରେ ପ୍ରେକ୍ଷାଳୟ ଖୋଲିବା ନେଇ ପ୍ରସ୍ତୁତ ଚାଲିଛି। ଆମେ ଆମ ଅତିଥିମାନଙ୍କୁ ସେମାନଙ୍କ ସର୍ତ୍ତହୀନ ସ୍ନେହ ଓ ବିଶ୍ୱାସ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛୁ। ଆମେ ଆମ ଅତିଥିଙ୍କ ସ୍ୱାଗତ ପାଇଁ ମହାରାଷ୍ଟ୍ରରେ ଅକ୍ଟୋବର ୨୨ରେ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ସବୁ ମର୍ଣ୍ଣିଂ ଶୋ ପାଇଁ ମାଗଣା ଟିକେଟ୍ ପ୍ରଦାନ କରୁଛୁ। ଭାରତ କରୋନାର କବଳରୁ ମୁକୁଳୁଥିବାରୁ ଆମେ ଆମ ରାଜ୍ୟର ସିନେପ୍ରେମୀମାନଙ୍କୁ ସ୍ୱାଗତ କରିବା ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି।
ମହାମାରୀ କାରଣରୁ ଦୀର୍ଘ ଦିନ ଧରି ବନ୍ଦ ହୋଇ ପଡିଥିବା ପ୍ରେକ୍ଷାଳୟଗୁଡିକ ପୁନର୍ବାର ଖୋଲିବା ଦ୍ୱାରା ଇଣ୍ଡଷ୍ଟ୍ରୀର ବ୍ୟବସାୟ ଆଗକୁ ବଢିବାର ସୁଯୋଗ ମିଳିବ। ତେବେ ସିନେମା ହଲ୍ ଓ ଥିଏଟର୍ସଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ ଖୋଲାଯିବ। ତେବେ ସଂପୂର୍ଣ୍ଣ ଟିକାକରଣ ବ୍ୟକ୍ତିଙ୍କୁ ହିଁ ପ୍ରେକ୍ଷାଳୟକୁ ଆସିବାର ଅନୁମତି ମିଳିବ। ସବୁ ଦର୍ଶକ ମାସ୍କ ପିନ୍ଧିବା ସହିତ ଶାରୀରିକ ଦୂରତା, କାଶିବା-ଛିଙ୍କିବା ବେଳେ ମୁହଁକୁ ଢାଙ୍କିବା ଓ ନିୟମିତଭାବେ ହାତ ଧୋଇବା ସହିତ କୋଭିଡ ପ୍ରୋଟୋକଲ ମାନିବେ ବୋଲି କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634808037.jpg)