Advertisment

Teaser Release: ଆସିଲା ରୋହିତ ଶେଟ୍ଟୀଙ୍କ ପୋଲିସ୍ ସିରିଜ୍‌ର ଟିଜର୍; ଆକ୍ସନ ପ୍ୟାକ୍‌ରେ ଭରପୂର

ସିଦ୍ଧାର୍ଥ ମଲହୋତ୍ରାଙ୍କ ଆକ୍ସନ୍ ସିରିଜ୍ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସିରିଜ୍‌ରୁ କଳାକାରମାନଙ୍କ ଲୁକ୍ ରିଲିଜ୍ ହେବା ପରଠାରୁ ପ୍ରଶଂସକମାନେ ଏହାର ଟିଜର୍‌କୁ ଅପେକ୍ଷା କରିଥିଲେ। ଏବେ ଏହାର ଅନ୍ତ ହେଇଛି।

ଅଦ୍ୟତନ ହୋଇଛି
Indian police force teaser release

Indian police force teaser release

Advertisment

ସିଦ୍ଧାର୍ଥ ମଲହୋତ୍ରାଙ୍କ ଆକ୍ସନ୍ ସିରିଜ୍ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସିରିଜ୍‌ରୁ କଳାକାରମାନଙ୍କ ଲୁକ୍ ରିଲିଜ୍ ହେବା ପରଠାରୁ ପ୍ରଶଂସକମାନେ ଏହାର ଟିଜର୍‌କୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ନିର୍ମାତା ଏହାର ଟିଜର ମଧ୍ୟ ରିଲିଜ୍ କରିଛନ୍ତି, ଯାହାକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଆକାଶଛୁଆଁ ହୋଇଛି। ରୋହିତ ଶେଟ୍ଟୀଙ୍କ ଏହି ଆକ୍ସନ୍ ୱେବ୍ ସିରିଜ୍‌ରେ ସିଦ୍ଧାର୍ଥ ମଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରାଏ ଆକ୍ସନ୍ ଅବତାରରେ ନଜର ଆସିବେ।

Advertisment

‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’ର ଟିଜରରେ ସିଦ୍ଧାର୍ଥ ମଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରଏଙ୍କୁ ପୋଲିସ୍ ୟୁନିଫର୍ମରେ ଦେଖିବାକୁ ମିଳେ, ଯେଉଁମାନେ ଦେଶକୁ ଶତ୍ରୁମାନଙ୍କଠାରୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗେଇବାକୁ ମଧ୍ୟ ପ୍ରସ୍ତୁତ।

ଟିଜର୍‌ ଆରମ୍ଭରେ ଏହା କୁହାଯାଇଛି ଯେ ଏକ ସହରରେ ବୋମା ବିସ୍ଫୋରଣ ଘଟିଛି ଯେଉଁଥିରେ ଅନେକ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ସିଦ୍ଧାର୍ଥ ମଲହୋତ୍ରା ଆତଙ୍କବାଦୀଙ୍କ ଉଦ୍ଦେଶ୍ୟକୁ ରୋକିବାକୁ ଚାହୁଁଛନ୍ତି। ଏହି ସମୟରେ ସିଦ୍ଧାର୍ଥଙ୍କ ସହ ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରଏ ଦେଶକୁ ଆତଙ୍କବାଦୀଙ୍କଠାରୁ ରକ୍ଷା କରିବା ପାଇଁ ଏକ ମିଶନରେ ସାମିଲ୍ ହୋଇଛନ୍ତି।

Advertisment

ଏହି ସିରିଜର ଟିଜର ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଅଭିନେତା କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ମୋର ପ୍ରଥମ ଆକ୍ସନ୍-ପ୍ୟାକ୍ ଶୋ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’ ଆପଣଙ୍କ ନିକଟକୁ ଆଣିବାକୁ ମୁଁ ଉତ୍ସାହିତ ଅଛି। ମୁଁ ପୋଲିସ୍ ଜଗତର ମାଷ୍ଟର ରୋହିତ ଶେଟ୍ଟୀଙ୍କ ସହିତ ଏକ ନୂଆ ୟୁନିଫର୍ମରେ ଫେରିଛି। ୧୯ ଜାନୁଆରୀରେ ପ୍ରାଇମ୍ ଭିଡିଓରେ ଏହି ସିରିଜ୍ ନିଶ୍ଚିତ ଦେଖିବେ।

Advertisment

ରୋହିତ ଶେଟ୍ଟୀଙ୍କ ଏହି ସିରିଜ୍ ସାତଟି ଭାଗରେ ରିଲିଜ୍ ହେବାକୁ ଥିବା ବେଳେ ଏହା ହାଇ-ଆକ୍ସନରେ ଭରପୂର। ଏଥିରେ ସିଦ୍ଧାର୍ଥ ମଲହୋତ୍ରଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଏହା ସହିତ ଶିଳ୍ପା ଶେଟ୍ଟୀ, ବିବେକ ଓବରଏ, ଶ୍ୱେତା ତିୱାରୀ, ନିକିତିନ ଧୀର, ରିତୁରାଜ ସିଂହ ଏବଂ ଲଲିତ ପରୀମୁ ପ୍ରମୁଖ ଭୂମିକାରେ ରହିବେ। ଏହି ସିରିଜ୍ ଭାରତୀୟ ପୋଲିସ କର୍ମଚାରୀଙ୍କୁ ଉତ୍ସର୍ଗ ହେବ।

Bollywood Rohit Shetty Vivek Oberoi Shilpa Shetty Siddharth Malhotra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ