Advertisment

ଭାରତୀୟ ମନୋରଞ୍ଜନ ଜଗତରେ ଓସ୍କାର ଚର୍ଚ୍ଚା

ଦେଶରେ ଏବେ ଓସ୍କାରକୁ ନେଇ ଆଲୋଚନା ଜୋର ଧରିଛି। ୫ଟି ଭାରତୀୟ ଚଳଚ୍ଚିତ୍ର ବିଭିନ୍ନ ବର୍ଗରେ ସ୍ଥାନିତ ହୋଇଛି। ଆସନ୍ତୁ ଜାଣିବା ଏସବୁ ଫିଲ୍ମଗୁଡିକ କ’ଣ…

ଅଦ୍ୟତନ ହୋଇଛି
Oscar Nominations Indian Movies

Indian movies Oscar nominations

Advertisment

ବର୍ତ୍ତମାନ ଭାରତୀୟ ମନୋରଞ୍ଜନ ଜଗତରେ କେବଳ ଓସ୍କାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଓସ୍କାର ନାମାଙ୍କନରେ ୫ଟି ଭାରତୀୟ ଚଳଚ୍ଚିତ୍ର ବିଭିନ୍ନ ବର୍ଗରେ ସ୍ଥାନିତ ହୋଇଛି। ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଏସବୁ ମଧ୍ୟ ନାମାଙ୍କନ ହୋଇଛି। ଏହି ଫିଲ୍ମଗୁଡିକ ହେଲା 'ଛେଲ୍ଲୋ ଶୋ', 'ଆର୍‌ଆର୍‌ଆର୍‌', 'ଗଙ୍ଗୁବାଇ କାଠିୟାୱାଡି', 'କାଶ୍ମୀର ଫାଇଲ୍ସ' ଏବଂ 'କାନ୍ତାରା'। ଏହି ୫ ଟି ଫିଲ୍ମ କାହିଁକି ସ୍ୱତନ୍ତ୍ର, ଆସନ୍ତୁ ଜାଣିବା।

Advertisment

ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ୍‌ ସାଇନ୍ସେସ୍ (AMPAS) ଓସ୍କାର ପାଇଁ ଯୋଗ୍ୟ ୩୦୧ଟି ଫିଚର୍ ଫିଲ୍ମର ତାଲିକା ପ୍ରକାଶ କରିଛି। ଭାରତ ପ୍ରଥମ ଥର ପାଇଁ ୪ଟି ବର୍ଗରେ ଓସ୍କାର ସର୍ଟଲିଷ୍ଟରେ ସ୍ଥାନ ପାଇଛି। ଜାନୁଆରୀ ୧୨-୧୭ ରୁ ନାମାଙ୍କନ ପାଇଁ ଭୋଟିଂ ହେବ। ଏହା ପରେ, ଜାନୁଆରୀ ୨୪ରେ ଚୂଡ଼ାନ୍ତ ନାମାଙ୍କନ ତାଲିକା ପ୍ରକାଶ ପାଇବ, ଯାହା ଉପରେ ସମସ୍ତଙ୍କ ଆଖି ରହିଛି।

ଛେଲ୍ଲୋ ଶୋ:

ଗୁଜରାଟୀ ଚଳଚ୍ଚିତ୍ର ' ଛେଲ୍ଲୋ ଶୋ' ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ସାମିଲ୍ ହୋଇଛି। ଏହାର ଟାଇଟଲ୍ ଅର୍ଥ ହେଉଛି 'ଦି ଲଷ୍ଟ୍ ଶୋ'। ଏହାକୁ ପେନ୍ ନଲିନ୍ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ମୁଖ୍ୟ ଭୂମିକାରେ ଭାବିନ ରାବାଡି ଅଭିନୟ କରିଛନ୍ତି। ଅନେକ ଆନ୍ତର୍ଜାତୀୟ ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ୧୪ ଅକ୍ଟୋବର ୨୦୨୨ରେ ଭାରତରେ ମୁକ୍ତିଲାଭ କରିଥିଲା।

Advertisment

RRR:

ସାଉଥ୍ ଇଣ୍ଡଷ୍ଟ୍ରୀର ଆଗଧାଡିର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ RRR ସମସ୍ତଙ୍କ ହୃଦୟକୁ ଛୁଇଁଥିଲା। ଫିଲ୍ମର ବ୍ୟବସାୟ ମଧ୍ୟ ବହୁତ ଭଲ ହୋଇଥିଲା ଏବଂ ଅନେକ ରେକର୍ଡ ସୃଷ୍ଟି କରିଥିଲା। ଫିଲ୍ମର ଗୀତଗୁଡିକ ଖୁବ ଭିନ୍ନ ଥିଲା। ଫିଲ୍ମର ଗୀତ 'ନାଟୁ ନାଟୁ' ଶ୍ରେଷ୍ଠ ମୂଳ ଗୀତ ତାଲିକାରେ ସ୍ଥାନ ପାଇଛି। ରାମଚରଣ ଏବଂ ଜୁନିଅର ଏନ୍‌ଟିଆର୍‌ଙ୍କ ଉପରେ ଚିତ୍ରିତ ହୋଇଥିବା ଏହି ଗୀତକୁ ରାହୁଲ ସିପଲିଗୁଞ୍ଜ ଏବଂ କାଲା ଭୈରବ ଗାଇଛନ୍ତି। ଏହିସବୁ ଗୀତଗୁଡିକୁ ଏମଏମ୍ କୀରାବାନୀ ଲେଖିଛନ୍ତି।

ଅଧିକ ପଢ଼ନ୍ତୁ: ସେ ଏବେ ବଲିଉଡ୍‌ର ଆଗଧାଡିର କଳାକାର; ୧୧ ଟଙ୍କାରେ କରିଥିଲେ ଏହି ଫିଲ୍ମ

Advertisment

ଗଙ୍ଗୁବାଇ କାଠିୟାୱାଡି:

ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିୟାୱାଡି’ ମଧ୍ୟ ଏହି ତାଲିକାରେ ସାମିଲ୍ ହୋଇଛି। ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଥିଲେ। ୨୫ ଫେବୃଆରୀ ୨୦୨୨ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ମାଫିଆ କ୍ୱିନ୍ ଉପରେ ଆଧାରିତ ଥିଲା। ଚଳଚ୍ଚିତ୍ରରେ ଆଲିଆଙ୍କ କାମକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।

ଦି କାଶ୍ମୀର ଫାଇଲ୍ସ:

ମାର୍ଚ୍ଚ ୧୧, ୨୦୨୨ରେ ମୁକ୍ତିଲାଭ କରିଥିବା ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର ଦି କାଶ୍ମୀର ଫାଇଲ୍ସକୁ ନେଇ ବର୍ଷସାରା ଆଲୋଚନା ହୋଇଥିଲା। ଏହି ଫିଲ୍ମଟି ବିବାଦ ଘେରରେ ରହିଥିଲେ ବି ଲୋକମାନେ ଏହାକୁ ପସନ୍ଦ କରିଥିଲେ। କାଶ୍ମୀରରେ ହୋଇଥିବା ନିର୍ଦ୍ଦୟ ହତ୍ୟାକାଣ୍ଡ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ମଧ୍ୟ ରିମାଇଣ୍ଡର୍ ତାଲିକାରେ ସ୍ଥାନ ପାଇଛି। ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲଭୀ ଯୋଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

କାନ୍ତାରା:

କେରଳର କୋଷ୍ଟାଲ୍ ଏରିଆର ପରମ୍ପରା ଉପରେ ଆଧାରିତ ଋଷଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଓ ଅଭିନୀତ ‘କାନ୍ତାରା’ ସମସ୍ତଙ୍କ ହୃଦୟ ଜିତିଥିଲା। ଏହା ସେହିବର୍ଷର ସବୁଠାରୁ ପ୍ରଭାବଶାଳୀ ଫିଲ୍ମ ଭାବରେ ଉଭା ହୋଇଥିଲ। ରୋଜଗାରରେ ମଧ୍ୟ ଏହା ଏକ ନୂଆ ରେକର୍ଡ କରିଥିଲ। ଏହି ଚଳଚ୍ଚିତ୍ରଟିକୁ ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ନାମାଙ୍କନ ମିଳିଛି।

Bollywood Oscar Oscar Awards
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ