Advertisment

Oscar Nomination 2024: ଓସ୍କାର ପାଇଁ ନାମାଙ୍କନ ହେଲା ଭାରତର ଏହି ଫିଲ୍ମ; କାହାଣୀ କହେ ଗାଁର କଥା

ଓସ୍କାର ନାମାଙ୍କନ ପାଇଁ ସାରା ବିଶ୍ୱରୁ ଅନେକ ଚଳଚ୍ଚିତ୍ର ପଠାଯାଇଥିଲା। ବର୍ତ୍ତମାନ ଏହାର ନାମାଙ୍କନ ତାଲିକା ବାହାରିଛି। କେତେକ ଚଳଚ୍ଚିତ୍ର ଭାରତରୁ ଓସ୍କାରକୁ ମଧ୍ୟ ପଠାଯାଇଥିଲା, ଯେଉଁଥିରୁ ଫିଲ୍ମ 'ଟୁ କିଲ୍‌ ଏ ଟାଇଗର୍‌' ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ନାମାଙ୍କନ ପାଇଛି।

ଅଦ୍ୟତନ ହୋଇଛି
Best Documentary Oscar Nominations 2024

Indian film nominated in best documentary feature category for oscar

Advertisment

ଓସ୍କାର ନାମାଙ୍କନ ପାଇଁ ସାରା ବିଶ୍ୱରୁ ଅନେକ ଚଳଚ୍ଚିତ୍ର ପଠାଯାଇଥିଲା। ବର୍ତ୍ତମାନ ଏହାର ନାମାଙ୍କନ ତାଲିକା ବାହାରିଛି। କେତେକ ଚଳଚ୍ଚିତ୍ର ଭାରତରୁ ଓସ୍କାରକୁ ମଧ୍ୟ ପଠାଯାଇଥିଲା, ଯେଉଁଥିରୁ ଫିଲ୍ମ 'ଟୁ କିଲ୍‌ ଏ ଟାଇଗର୍‌' ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ନାମାଙ୍କନ ପାଇଛି। ଏହି ଚଳଚ୍ଚିତ୍ରଟି ଭାରତର ଏକ ଛୋଟ ଗାଁର ପୃଷ୍ଠଭୂମି ଉପରେ ଆଧାରିତ।

Advertisment

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦିଲ୍ଲୀର ଜନ୍ମିତ ନିଶା ପାହୁଜା। ଟରୋଣ୍ଟୋ ଚଳଚ୍ଚିତ୍ର ନିର୍ଦ୍ଦେଶକ ପାହୁଜା ମଧ୍ୟ ଏମି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହି ଚଳଚ୍ଚିତ୍ରଟି 'ଟରୋଣ୍ଟୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୨' ରେ ପ୍ରଦର୍ଶିତ ହୋଇଥିଲା। କେବଳ ଏତିକି ନୁହେଁ ଏହି ଫେଷ୍ଟିଭାଲ୍‌ରେ ଚଳଚ୍ଚିତ୍ରଟି ସର୍ବଶ୍ରେଷ୍ଠ କାନାଡିୟ ଫିଚର ଫିଲ୍ମ ପାଇଁ ଫିଲ୍ମ 'ଏମ୍ପ୍ଲିଫାଇ ଭଏସ୍ ଆୱାର୍ଡ' ମଧ୍ୟ ଜିତିଛି।

ଚଳଚ୍ଚିତ୍ରର କାହାଣୀ:

ଏହି ଚଳଚ୍ଚିତ୍ରରେ ରଂଜିତ ନାମକ ଜଣେ ବ୍ୟକ୍ତିଙ୍କ କାହାଣୀକୁ ଦର୍ଶାଯାଇଛି ଯିଏ ନିଜର ୧୩ ବର୍ଷର ଝିଅର ନ୍ୟାୟ ପାଇଁ ଦୀର୍ଘ ଆଉ କଷ୍ଟଦାୟକ ସଂଘର୍ଷ କରନ୍ତି। ତାଙ୍କ ଝିଅକୁ ଅପହରଣ କରାଯାଇଛି ଏବଂ ପରେ ତିନି ଜଣ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି।

Advertisment

'ଟୁ କିଲ୍‌ ଏ ଟାଇଗର୍‌'ର ଅଫିସିଆଲ ୱେବସାଇଟ୍ ଅନୁଯାୟୀ ରଂଜିତ ପୋଲିସ ପାଖକୁ ଯାଆନ୍ତି ଏବଂ ସେମାନଙ୍କୁ ଗିରଫ କରାଯାଇଥାଏ, କିନ୍ତୁ ଏହା ପରେ ମଧ୍ୟ ରଂଜିତଙ୍କ ସମସ୍ୟା କମେ ନାହିଁ, କାରଣ ସେଠାରେ ଥିବା ଗ୍ରାମବାସୀ ଏବଂ ନେତାମାନେ ଏହି ମାମଲାକୁ ଫେରେଇ ନେବାକୁ ତାଙ୍କ ପରିବାର ଉପରେ ବାରମ୍ବାର ଚାପ ପକାନ୍ତି। ଏହି ଚଳଚ୍ଚିତ୍ରଟିକୁ କର୍ଣ୍ଣେଲିଆ ପ୍ରିନ୍ସିଲେ ଏବଂ ଡେଭିଡ ଓପେନହେମ୍ ତିଆରି କରିଛନ୍ତି।

ଏହା ବ୍ୟତୀତ ଅନ୍ୟ ଚାରିଟି ଚଳଚ୍ଚିତ୍ର - 'ବବି ୱାଇନ୍: ଦ ପିପୁଲ୍ସ ପ୍ରେସିଡେଣ୍ଟ୍', 'ଦ ଇଟର୍‌ନାଲ୍ ମେମୋରୀ ', 'ଫୋର୍ ଡରର୍ସ' ଏବଂ ' ୨୦ ଡେ ଇନ୍ ମାରିୟୋପୋଲ' ମଧ୍ୟ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ନାମାଙ୍କନ ଗ୍ରହଣ କରିଛନ୍ତି। ତେବେ ୧୦ ମାର୍ଚ୍ଚ ୨୦୨୪ ରେ ଲସ୍‌ ଏଞ୍ଜେଲସ୍‌ରେ ୯୬ ତମ ଓସ୍କାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ।

Advertisment

ଖ୍ରୀଷ୍ଟୋଫର ନୋଲାନଙ୍କ ଫିଲ୍ମ 'ଓପେନହାଇମର୍‌' ମଧ୍ୟ ୯୬ ତମ ଓସ୍କାର ପୁରସ୍କାର ପାଇଁ ନାମାଙ୍କନ ପତ୍ରରେ ସବୁଠାରୁ ବଡ ପ୍ରତିଯୋଗୀ ଭାବରେ ଉଭା ହୋଇଛି। ଏହି ଚଳଚ୍ଚିତ୍ର ସର୍ବାଧିକ ନାମାଙ୍କନ ପାଇଛି। ପରମାଣୁ ବୋମା ନିର୍ମାତା ଜେ. ରବର୍ଟ ଓପେନ୍‌ହାଇମର୍‌ଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମକୁ ୧୩ ଟି ବିଭିନ୍ନ ବର୍ଗରେ ମନୋନୀତ କରାଯାଇଛି।

Oscar Indian Film Industry Oscar Awards
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ