Advertisment

ଏହି ଫିଲ୍ମରେ ଭୟଙ୍କର ରୂପ ନେଇ ଆସୁଛନ୍ତି ରଣବୀର କପୁର

'ଶମଶେରା'ର ଟିଜର ପରେ ଏବେ ରଣବୀର କପୁରଙ୍କ ଭୟଙ୍କର ଚେହେରା ସାମ୍ନାକୁ ଆସିଛି। ଆପଣ ଦେଖିଲେ କେବେ ବି ବିଶ୍ୱାସ କରିପାରିବେ ନାହିଁ ଏ ଆପଣଙ୍କ ଚକୋଲେଟ୍ ହିରୋ ରଣବୀର ବୋଲି।

In Shamshera poster Ranbir Kapoor look like dangereous

In Shamshera poster Ranbir Kapoor look like dangereous

Advertisment

ରଣବୀର କପୁର, ବାଣୀ କପୁର ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ 'ଶମଶେରା' ୨୦୨୨ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଦର୍ଶକଙ୍କ ମଧ୍ୟରେ ଏହାର କ୍ରେଜ୍ ଦେଖି ନିର୍ମାତା ଏହାର ଟିଜର ରିଲିଜ୍ କରିଥିଲେ। ବର୍ତ୍ତମାନ ରଣବୀର କପୁରଙ୍କ ଜବରଦସ୍ତ ଲୁକ୍‌ ମଧ୍ୟ ସାମ୍ନାକୁ ଆସିଛି। ଆପଣ ଦେଖିଲେ କେବେ ବି ବିଶ୍ୱାସ କରିପାରିବେ ନାହିଁ ଏ ଆପଣଙ୍କ ଚକୋଲେଟ୍ ହିରୋ ରଣବୀର ବୋଲି।

Advertisment

ଏହି ପୋଷ୍ଟରରେ ରଣବୀର କପୁର ଖୁବ ଭୟଙ୍କର ଦେଖାଯାଉଛନ୍ତି। ପ୍ରକୃତରେ ଦେଖିବାକୁ ଗଲେ ଫିଲ୍ମର ପୋଷ୍ଟର ଆନୁଷ୍ଠାନିକ ଭାବେ ରିଲିଜ୍ ହୋଇନାହିଁ। ତେବେ ସୋସିଆଲ ମିଡିଆରେ ଦାବି ହେଉଛି ଯେ ଫିଲ୍ମର ପୋଷ୍ଟର ରିଲିଜ ହେବା ପୂର୍ବରୁ ଲିକ୍‌ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଏହି ଫିଲ୍ମ ଜୁଲାଇ ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

କିଛି ଦିନ ପୂର୍ବରୁ ନିର୍ମାତା ଫିଲ୍ମର ରିଲିଜ୍ ତାରିଖ ସହିତ ଟିଜର ରିଲିଜ୍ କରିଥିଲେ। ପ୍ରାୟ ଏକ ମିନିଟ୍‌ର ମୋନୋକ୍ରୋମୈଟିକ୍ ଟିଜରରେ ତିନିଜଣ କଳାକାରଙ୍କୁ ହତିଆର୍ ଦ୍ୱାରା ଘେରା ଯାଇଥିବା ଏକ ଅନ୍ଧାରୁଆ ଜାଗାରେ ବସିଥିବାର ଦେଖାଯାଇଥିଲା। ଏହି ଟିଜର୍‌ରେ ସଞ୍ଜୟ ଦତ୍ତ ହିନ୍ଦୀରେ କହୁଥିବା ଶୁଣିବାକୁ ମିଳେ, “ଏହି କାହାଣୀଟି ହେଉଛି ତା’ର, ଯିଏ କହିଛି କାହାର ଦାସତ୍ୱ ଭଲ ନୁହେଁ, ନା ଅନ୍ୟମାନଙ୍କର ନା ଆମର କେହି ଘନିଷ୍ଠ ଲୋକଙ୍କର।” ବାଣୀ କପୁର ଆଗକୁ କହିଛନ୍ତି, “ଏହି କାହାଣୀଟି ତା’ରି ଯିଏ ନିଜ ବାପାଙ୍କ ଉତ୍ତରାଧିକାରୀରେ ସ୍ୱାଧୀନତାର ସ୍ୱପ୍ନ ଦେଖୁଛି।”

Advertisment


Advertisment

— July 22nd - SHAMSHERA coming (@Rk_is_unique) June 18, 2022


— Ranbir Kapoor ❤️ (@jennyranbir8) June 18, 2022

ଏହା ପରେ ଏହି ଟିଜରରେ ରଣବୀର କପୁରଙ୍କ ଝଲକ ଦେଖିବାକୁ ମିଳେ ଯିଏ କୁହନ୍ତି, “କିନ୍ତୁ କେହି ବି ତୁମକୁ ସ୍ୱାଧୀନତା ଦେବେ ନାହିଁ। ତୁମଙ୍କୁ ଏହାକୁ ଜିତିବାକୁ ପଡିବ। କର୍ମରୁ ଡକାୟତ, ଧର୍ମରୁ ସ୍ୱାଧୀନତା ଶମଶେରା!” ଯଦିଓ ଏହି ଫିଲ୍ମର କାହାଣୀ ନେଇ କୌଣସି ଆନୁଷ୍ଠାନିକ ନିଶ୍ଚିତତା ନାହିଁ, କିନ୍ତୁ ପୂର୍ବ ରିପୋର୍ଟରେ କୁହାଯାଇଛି ଯେ ଏହା ସ୍ୱାଧୀନତା ପୂର୍ବର ଭାରତର ଡକାୟତ କାହାଣୀ ଉପରେ ଆଧାରିତ। ଯାହା ଏହାର ଟିଜର ଦେଖିବା ପରେ ସତ ବୋଲି ଜଣାପଡୁଛି।

କରଣ ମାଲହୋତ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏକ ପିରିୟଡ୍ ଆକ୍ସନ୍ ଡ୍ରାମା ଉପରେ ଆଧାରିତ। ଏଥିରେ ରଣବୀର ଉଭୟ ବାପା ଓ ପୁଅ ଭାବରେ ଦୈତ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ। ଏଥିରେ ଆଶୁତୋଷ ରାଣା, ସୌରଭ ଶୁକ୍ଲା ଏବଂ ରୋନିତ ରୟ ମଧ୍ୟ ଅଭିନୟ କରିଛନ୍ତି।

Bollywood Shamshera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ