Advertisment

କାହିଁକି ବିଗିଡ଼ିଗଲା ସ୍ୱାସ୍ଥ୍ୟ ଅବସ୍ଥା; ନେଉଥିଲେ କି ଡ୍ରଗ୍ସ…ସତ କହିଲେ ଇମ୍ରାନ ଖାନ

ଅଭିନେତା ଇମ୍ରାନ ଖାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ଅଛନ୍ତି। ଶାରୀରିକ ଅବସ୍ଥା ଯୋଗୁଁ ତାଙ୍କୁ ଅନେକ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଛି। କେବଳ ଏତିକି ନୁହେଁ, ସେ ଡ୍ରଗ୍ସ ନେଉଥିବା ଖବର ମଧ୍ୟ ଆଲୋଚନାର ପରିସରକୁ ଆସିଛି। ଏନେଇ ସେ ଖୋଲିଛନ୍ତି ମୁହଁ।

ଅଦ୍ୟତନ ହୋଇଛି
Imran khan reveals body image struggles recalls old pics

Imran khan reveals body image struggles recalls old pics

Advertisment

ଆମୀର ଖାନଙ୍କ ଭଣଜା ଏବଂ ଅଭିନେତା ଇମ୍ରାନ ଖାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ଅଛନ୍ତି। ଆଜିକାଲି ସେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚାରେ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ଇମ୍ରାନ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଅଛନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହା ସହିତ ସେ ଏକ ଲମ୍ବା ନୋଟ୍ ମଧ୍ୟ ଲେଖିଛନ୍ତି ଆଉ କହିଛନ୍ତି ତାଙ୍କ ଶାରୀରିକ ସ୍ଥିତି ଯୋଗୁଁ ତାଙ୍କୁ ଅନେକ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଛି। କେବଳ ଏତିକି ନୁହେଁ, ସେ ଡ୍ରଗ୍ସ ନେଉଥିବା ଖବର ମଧ୍ୟ ଆଲୋଚନାର ପରିସରକୁ ଆସିଛି।

Advertisment

ଇମ୍ରାନ ଖାନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ପୋଷ୍ଟ ଶେୟାର କରି ଲେଖିଛନ୍ତି, “ମୁଁ ସବୁବେଳେ ପତଳା ଥିଲି। ମୁଁ ସେହି ଅଳ୍ପ କେତେକ ହାଇପର ମେଟାବୋଲିକ୍ ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଯାହା ବି ଖାଇଲେ ସେମାନଙ୍କ ଶରୀର ସେମିତି ହିଁ ରହିଥାଏ। ମୁଁ ମୋର ଯୁବ ଅବସ୍ଥାରେ ଏକ ଜିମ୍‌ରେ ଯୋଗ ଦେଇ ୱାର୍କଆଉଟ୍ କରିବା ଆରମ୍ଭ କଲି। ସେଠାରେ ଥିବା ସମସ୍ତଙ୍କ ବାଇସେପ୍ସ ସେମାନଙ୍କ ଟି-ସାର୍ଟର ହାତକୁ ଟାଣି ବାହାରକୁ ଦିଶୁଥାଏ। ମୁଁ କେବଳ ଜଣେ ଥିଲି ଯିଏ ଛୋଟ ଟି-ସାର୍ଟ ପିନ୍ଧୁଥିଲା, ଯାହା ମୋତେ ଖାଲି ଫିଟ୍ କରୁଥିଲା।”

ଇମ୍ରାନ ଖାନ ତାଙ୍କର ଡେବ୍ୟୁ ଫିଲ୍ମ 'ଜାନେ ତୁ... ୟା ଜାନେ ନା' ବିଷୟରେ ଉଲ୍ଲେଖ କରି ଆହୁରି ଲେଖିଛନ୍ତି, “ଜୟ ସିଂହ ରାଠୋର ଭୂମିକାରେ ଅଭିନୟ କରିବା ପାଇଁ ମତେ ଫିଟ୍ ହେବା ଆବଶ୍ୟକ ନ ଥିଲା। କିନ୍ତୁ, ମୋତେ କୁହାଗଲା ଯେ ମୁଁ ବହୁତ ପତଳା। ସେଥିପାଇଁ ଜୟ ସିଂହ ଏହି ଫିଲ୍ମରେ ପ୍ରାୟ ଡବଲ୍ ଲେୟାର୍ ପୋଷାକ ପିନ୍ଧନ୍ତି। ପରବର୍ତ୍ତୀ ଫିଲ୍ମ 'କିଡ୍‌ନାପ୍' ପାଇଁ ମୁଁ ଜିମ୍‌ରେ ଯୋଗ ଦେଲି ଏବଂ ମୋର ବଡି ବିଲ୍ଡିଂ ଯାତ୍ରା ଆରମ୍ଭ ହେଲା। ପରବର୍ତ୍ତୀ କିଛି ବର୍ଷ ପାଇଁ, ବଡି ବନେଇବା ମୋ ଜୀବନଶୈଳୀର ଏକ ଅଂଶ ହୋଇଗଲା। ମୁଁ ନିୟମିତ ଭାବେ ବ୍ୟାୟାମ କରୁଥିଲି, ତଥାପି ମୁଁ ଶୁଣୁଥିଲି, 'ତେବେ... ଶୁଟିଂ ଆରମ୍ଭ କରିବା ପୂର୍ବରୁ ତୁମେ କିଛି ଓଜନ ବଢେଇଦେବ ନା?' ତୁମେ ଏକ ଛୋଟ ପିଲା ପରି ଦେଖାଯାଉଛ। ତୁମେ ଦୁର୍ବଳ ଦେଖାଯାଉଛ। ହିରୋଇନ୍ ତୁମଠାରୁ ବଡ ଲାଗୁଛନ୍ତି। ଏପରି କଥା ମତେ ଶୁଣିବାକୁ ହେଉଥିଲା।”

Advertisment

ଇମ୍ରାନ କହିଛନ୍ତି, “ସେତେବେଳେ ମୁଁ ନିଜକୁ ବହୁତ ଅସୁରକ୍ଷିତ ମନେ କରୁଥିଲି। ମୁଁ ନିଜେ ଏକ ଜବରଦସ୍ତ ଶକ୍ତିଶାଳୀ ଶରୀର ଚାହୁଁଥିଲି ଏବଂ ଏଥିପାଇଁ କଠିନ ପରିଶ୍ରମ କରୁଥିଲି। କିନ୍ତୁ, ପର୍ଯ୍ୟାପ୍ତ ପୋଷଣ ବିନା ବ୍ୟାୟାମର କିଛି ଅର୍ଥ ହିଁ ନାହିଁ। ମୁଁ ଦିନକୁ ଛଅଟା ମିଲ୍ ଖାଉଥିଲି ମୋଟ୍ ୪୦୦ କ୍ୟାଲୋରୀ। ଚିକେନ୍, ଅଣ୍ଡା, ଆଳୁ, ଓଟସ୍, ରାଶି ସହିତ ସମସ୍ତ ଭଲ ଜିନିଷ ମୋ ଖାଦ୍ୟରେ ଥିଲା। କିନ୍ତୁ ଏହି ଜିନିଷଗୁଡ଼ିକ ମୋ ବାଇସେପ୍ ତିଆରି କରିବାରେ ସହାୟକ ହୋଇ ନ ଥିଲା । ଯେପରି ପରଦାରେ ହିରୋମାନେ ଦେଖାଯାଆନ୍ତି, ମୁଁ ସେମିତି ଦେଖାଯାଉନଥିଲି। ଏଥିପାଇଁ ମତେ ପ୍ରୋଟିନ୍, କ୍ରିଏଟିନ୍, ଲିଉସିନ୍, ଗ୍ଲୁଟାମାଇନ୍, ଏଲ୍-କାର୍ନିଟିନ୍ ଏବଂ ଆନାବୋଲିକ୍ ଷ୍ଟେରଏଡ୍ ଆବଶ୍ୟକ ପଡିଲା।”

ସେ ଆହୁରି ଲେଖିଛନ୍ତି, “ମୋ ସହ ବିଗତ କିଛି ଦିନ ହେଲା ଉଦାସ ଭାବ ଲାଗି ରହିବାରୁ ମୁଁ କାମ କରିବା ବନ୍ଦ କରିଦେଇଛି। ମୁଁ ପୂର୍ବ ଅପେକ୍ଷା ଦୁର୍ବଳ ହୋଇଯାଇଛି। ତା’ପରେ ଯେତେବେଳେ ମୋର ଫଟୋ ଗଣମାଧ୍ୟମରେ ଆସିଲା, ଆଲୋଚନା ଆରମ୍ଭ ହୋଇଗଲା। ମୁଁ ଡ୍ରଗ୍ସ ନେଉଥିବା ବିଷୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲା। ମୁଁ ମୋ ଅବସ୍ଥା ପାଇଁ ବହୁତ ଲଜ୍ଜିତ ଅନୁଭବ କଲି। ତେଣୁ ମୁଁ ନିଜେ ପଛକୁ ଫେରିଯାଇଛି। ଏହି ଯାତ୍ରା ମୋ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। କିନ୍ତୁ ଆଜିକାଲି ମୋର ଅବସ୍ଥା ଭଲ ଅଛି। ମୁଁ ମୋର ପୁରୁଣା ସାଙ୍ଗମାନଙ୍କ ସହିତ ୱାର୍କଆଉଟ୍ କରୁଛି। ସେମାନଙ୍କ ପାଇଁ ମୋ ସ୍ୱାସ୍ଥ୍ୟ ପ୍ରଥମ। ବ୍ୟାୟାମ ସହିତ ସେମାନେ ମୋତେ ହେଲ୍‌ଥ୍ ସପ୍ଲିମେଣ୍ଟ ଦିଅନ୍ତି। ବର୍ତ୍ତମାନ ମୁଁ ନିଜକୁ ନେଇ ଆଉ ଖରାପ ଅନୁଭବ କରୁନାହିଁ।”

Advertisment
Bollywood Imran Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ