Advertisment

ଆଏମ୍‌ଡିବି ଟପ୍ ୧୦ ତାଲିକା; ସବୁଠୁ ଆଗରେ ସାଉଥ୍ କଣ୍ଟେଣ୍ଟ୍

ଏପ୍ରିଲ୍ ମାସରେ ରିଲିଜ୍ ହେବାକୁ ଥିବା ଭାରତୀୟ ଫିଲ୍ମ ଓ ୱେବ୍ ସିରିଜ୍ ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟ ଥିବା ୧୦ଟି ଭାରତୀୟ ଫିଲ୍ମକୁ ଆଇଏମ୍‌ଡିବି ତାଲିକାଭୁକ୍ତ କରିଛି। ଏଥର ମଧ୍ୟ ସାଉଥ୍ ଇଣ୍ଡଷ୍ଟ୍ରିର କଣ୍ଟେଣ୍ଟ୍‌ ମୌକା ମାରି ନେଇଛି।

IMDB shared the most anticipated april 2022 releases

IMDB shared the most anticipated april 2022 releases

Advertisment

ସିନେପ୍ରେମୀ ବର୍ତ୍ତମାନ ଉତ୍ସାହର ସହ ଚାହିଁ ରହିଛନ୍ତି କେଜିଏଫ୍ ଚାପ୍ଟର-୨କୁ। କେଜିଏଫ୍ ଚାପ୍ଟର-୧ ବକ୍ସ ଅଫିସ୍‌ରେ ରେକର୍ଡ କରିଥିବାରୁ ଦର୍ଶକମାନଙ୍କ ମଧ୍ୟରେ ଏଭଳି ଉତ୍ସାହ ଦେଖାଦେଇଛି। ଆଇଏମ୍‌ଡିବିର ଆକଳନରୁ ଜଣାଯାଇଛି ଯେ ଏହି ମାସରେ ରିଲୋଜ୍ ହେବାକୁ ଥିବା କେଜିଏଫ୍ ଚାପ୍ଟର-୨କୁ ଦର୍ଶକମାନେ ଖୁବ ଉତ୍ସାହର ସହ ଚାହିଁ ରହିଛନ୍ତି।

Advertisment

ଏପ୍ରିଲ୍ ମାସରେ ସିନେ ପ୍ରେ‍କ୍ଷାଳୟ ବା ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମରେ ରିଲିଜ୍ ହେବାକୁ ଥିବା ଭାରତୀୟ ଫିଲ୍ମ ଓ ୱେବ୍ ସିରିଜ୍ ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟ ଥିବା ୧୦ଟି ଭାରତୀୟ ଫିଲ୍ମକୁ ଆଇଏମ୍‌ଡିବି ତାଲିକାଭୁକ୍ତ କରିଛି। ତେବେ ଏହି ରାଙ୍କିଂ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ହୋଇଥିବା ଆକଳନ ଉପରେ ପର୍ଯ୍ୟବେସିତ। ଏଥର ମଧ୍ୟ ସାଉଥ୍ ଇଣ୍ଡଷ୍ଟ୍ରିର କଣ୍ଟେଣ୍ଟ୍‌ ମୌକା ମାରି ନେଇଛି। ନମ୍ବର ୧ ଓ ୨ରେ ମଧ୍ୟ ସାଉଥ୍ ସିନେମା ରହିଛି। ତେବେ ଆସନ୍ତୁ ଏହି ତାଲିକା ଉପରେ ନଜର ପକେଇ ନେବା।

୧- କେଜିଏଫ୍ ଚାପ୍ଟର-୨:

ନିର୍ଦ୍ଦେଶକ: ପ୍ରଶାନ୍ତ ନୀଲ୍

କଳାକାର: ୟଶ୍, ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ୍

ରିଲିଜ୍ ତାରିଖ: ଏପ୍ରିଲ୍ ୧୪, ୨୦୨୨

୨- ବିଷ୍ଟ୍:

ନିର୍ଦ୍ଦେଶକ: ନେଲ୍ସନ୍ ଦିଲ୍ଲୀପ୍ କୁମାର

କଳାକାର: ତଲପତି ବିଜୟ, ପୂଜା ହେଗ୍‌ଡେ

ରିଲିଜ୍ ତାରିଖ: ଏପ୍ରିଲ୍ ୧୩, ୨୦୨୨

୩- ଆଟାକ୍:

ନିର୍ଦ୍ଦେଶକ: ଲକ୍ଷ ରାଜ୍‌ ଆନନ୍ଦ

କଳାକାର: ଜନ୍ ଆବ୍ରାହମ୍, ରକୁଲ୍ ପ୍ରୀତ୍ ସିଂହ

ରିଲିଜ୍ ତାରିଖ: ଏପ୍ରିଲ୍ ୦୧, ୨୦୨୨

୪- ହୀରୋପନ୍ତୀ-୨:

ନିର୍ଦ୍ଦେଶକ: ଅହମ୍ମଦ ଖାନ୍

କଳାକାର: ଟାଇଗର୍ ଶ୍ରାଫ୍, ତାରା ସୁତାରିଆ, ନବାଜୁଦ୍ଦୀନ ସିଦ୍ଦୀକୀ

ରିଲିଜ୍ ତାରିଖ: ଏପ୍ରିଲ୍ ୨୯, ୨୦୨୨

୫- ରନ୍‌ୱେ ୩୪:

ନିର୍ଦ୍ଦେଶକ: ଅଜୟ ଦେବଗନ୍

କଳାକାର: ଅଜୟ ଦେବଗନ୍, ଅମିତାଭ ବଚ୍ଚନ, ରକୁଲ୍ ପ୍ରୀତ୍ ସିଂହ

ରିଲିଜ୍ ତାରିଖ: ଏପ୍ରିଲ୍ ୨୯, ୨୦୨୨

୬- ୱେବ୍ ସିରିଜ୍ ଅଭୟ:

ନିର୍ଦ୍ଦେଶକ: କେନ୍ ଘୋଷ

କଳାକାର: କୃଣାଳ ଖେମୁ

ରିଲିଜ୍ ତାରିଖ: ଏପ୍ରିଲ୍ ୦୮, ୨୦୨୨

୭- କାତୁ ୱାକୁଲା ରେନ୍ଦୁ କାଧାଲ୍:

ନିର୍ଦ୍ଦେଶକ: ବିଘ୍ନେଶ୍ ଶିବନ୍

କଳାକାର: ବିଜୟ ସେତୁପତି, ନୟନତାରା, ସମାନ୍ଥା ଋଥ୍ ପ୍ରଭୁ

ରିଲିଜ୍ ତାରିଖ: ଏପ୍ରିଲ୍ ୨୮, ୨୦୨୨

୮- ଆଚାର୍ଯ୍ୟ:

ନିର୍ଦ୍ଦେଶକ: କୋରାତଲା ଶିବା

କଳାକାର: ଚିରଞ୍ଜୀବୀ, ରାମ ଚରଣ, କାଜଲ ଅଗ୍ରୱାଲ୍

ରିଲିଜ୍ ତାରିଖ: ଏପ୍ରିଲ୍ ୨୯, ୨୦୨୨

୯- ଦସ୍‌ୱୀ:

ନିର୍ଦ୍ଦେଶକ: ତୁଷାର ଜଲୋଟା

କଳାକାର: ନିମରତ କୌର୍, ୟାମୀ ଗୌତମ, ଅଭିଷେକ ବଚ୍ଚନ

ରିଲିଜ୍ ତାରିଖ: ଏପ୍ରିଲ୍ ୦୭, ୨୦୨୨

୧୦- ଗଲ୍‌ୱାକଡୀ:

ନିର୍ଦ୍ଦେଶକ: ଶରଣ ଆର୍ଟ

କଳାକାର: ତରସେମ୍ ଜାସର୍, ୱାମିକା ଗବ୍ବୀ, ବି. ଏନ୍. ଶର୍ମା

ରିଲିଜ୍ ତାରିଖ: ଏପ୍ରିଲ୍ ୦୮, ୨୦୨୨

IMDb Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ