Advertisment

'ଲାଲ୍‌ ସିଂହ ଚଡ୍‌ଢା' ଖୁବ ବଢିଆ ଆଉ ଦମଦାର ହୋଇଛି - ହ୍ରିତିକ ରୋଶନ

'ଲାଲ୍‌ ସିଂହ ଚଡ୍‌ଢା' ଅତ୍ୟନ୍ତ ସୁନ୍ଦର ହୋଇଛି। ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ବନ୍ଧୁମାନେ! ଯାଆନ୍ତୁ! ବର୍ତ୍ତମାନ ଯାଆନ୍ତୁ! ଏହାକୁ ଦେଖନ୍ତୁ। ଏହା ଖୁବ ବଢିଆ ଆଉ ଦମଦାର ହୋଇଛି। ଏମିତି କହିଲେ ହ୍ରିତିକ ରୋଶନ।

Hrithik Roshan review Aamir Khan film laal singh chaddha

Hrithik Roshan review Aamir Khan film laal singh chaddha

Advertisment

ହ୍ରିତିକ ରୋଶନ ମୁମ୍ବାଇର ଏକ ସିନେମା ହଲ୍‌ରେ ଆମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ 'ଲାଲ ସିଂହ ଚଡ୍‌ଢା ଦେଖିଛନ୍ତି। ଏହା ପରେ ସେ ଏହି ଫିଲ୍ମର ସମୀକ୍ଷା କରି ଏହାକୁ ଏକ ଭଲ ଫିଲ୍ମ ବୋଲି କହିଛନ୍ତି। ସେ ଆମିର ଏବଂ ଫିଲ୍ମର ଟିମ୍‌କୁ ଖୁବ୍ ପ୍ରଶଂସା କରିଛନ୍ତି। ଶନିବାର ମୁମ୍ବାଇର ଏକ ଥିଏଟରରେ ଫିଲ୍ମ ଦେଖିବା ପାଇଁ ହ୍ରିତିକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରିଥିଲେ। ଥିଏଟର ଛାଡିବା ସମୟରେ ହ୍ରିତିକଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ହ୍ରିତିକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ସମୀକ୍ଷାକୁ ଶେୟାର କରିଛନ୍ତି।

Advertisment

ହ୍ରିତିକ ରୋଶନ ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ଫିଲ୍ମର ଏକ ପୋଷ୍ଟର ଶେୟାର କରି ଲେଖିଛନ୍ତି, “ଏବେ ଏବେ ‘ଲାଲ୍‌ ସିଂହ ଚଡ୍‌ଢା’ ଦେଖିଲି। ମୁଁ ଏହି ଫିଲ୍ମର ଉଦ୍ଦେଶ୍ୟକୁ ଅନୁଭବ କଲି। ଏହି ଫିଲ୍ମଟି ଅତ୍ୟନ୍ତ ସୁନ୍ଦର ହୋଇଛି। ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ବନ୍ଧୁମାନେ! ଯାଆନ୍ତୁ! ବର୍ତ୍ତମାନ ଯାଆନ୍ତୁ! ଏହାକୁ ଦେଖନ୍ତୁ। ଏହା ଖୁବ ବଢିଆ ଆଉ ଦମଦାର ହୋଇଛି।” 'ଲାଲ୍‌ ସିଂହ ଚଡ୍‌ଢା' ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​ଏବଂ ଫିଲ୍ମକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସୁଛି।

ଓସ୍କାର ବିଜେତା ହଲିଉଡ୍‌ ଫିଲ୍ମ 'ଫରେଷ୍ଟ ଗମ୍ପ୍‌'ର ହିନ୍ଦୀ ରିମେକ୍' ହେଉଛି ‘ଲାଲ୍‌ ସିଂହ ଚଡ୍‌ଢା'। ଆମିର ଓ କରୀନାଙ୍କ ବ୍ୟତୀତ ନାଗା ଚୈତନ୍ୟ ଏବଂ ମୋନା ସିଂହ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଓସ୍କାର ନିଜ ଅଫିସିଆଲ୍ ଟ୍ୱିଟର୍‌ ଆକାଉଣ୍ଟ ‘ଦ ଏକାଡେମୀ’ରେ 'ଲାଲ୍‌ ସିଂହ ଚଡ୍‌ଢା'ର ଚମତ୍କାର କ୍ଲିପ୍ ଶେୟାର କରିଛି ଏବଂ ଓସ୍କାର ବିଜେତା ଫିଲ୍ମର ଯାଦୁ କିପରି ଭାରତୀୟ ସଂସ୍କରଣରେ ଦେଖାଦେଇଛି ତାହା ମଧ୍ୟ କହିଛି।

Advertisment

ଏକାଡେମୀ ଏହି ଟ୍ୱିଟ୍‌ରେ କ୍ଲିପ୍‌ ଶେୟାର କରି ଲେଖିଛି, “ରବର୍ଟ ଜେମିକିସ୍ ଏବଂ ଏରିକ୍ ରୋଥ୍ ସେମାନଙ୍କ କାହାଣୀରେ କହିଛନ୍ତି ଯେ କିପରି ଜଣେ ବ୍ୟକ୍ତି ନିଜର ସରଳତା ଏବଂ ଦୟାରେ ଦୁନିଆକୁ ବଦଳେଇ ଦେଉଛି। ଅଦୈତ ଚନ୍ଦନ ଏବଂ ଅତୁଲ କୁଲକର୍ଣ୍ଣି ଏହାର ଭାରତୀୟ ସଂସ୍କରଣକୁ ଗ୍ରହଣ କରି 'ଲାଲ୍ ସିଂହ ଚଡ୍‌ଢା' ତିଆରି କରିଛନ୍ତି। 'ଫରେଷ୍ଟ ଗମ୍ପ୍‌'ରେ ଟମ୍‌ ହେସ୍କ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ 'ଲାଲ୍‌ ସିଂହ ଚଡ୍‌ଢା'ରେ ଆମିର ଖାନ ମୁଖ୍ୟ ଭୂମିକା ତୁଲାଇଛନ୍ତି।”

Aamir Khan Lal Singh Chaddha Hrithik Roshan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ