Advertisment

ହ୍ରିତିକଙ୍କ ବାଇସେପ୍ସ ଦେଖି କାବା ହେଲେ ଫ୍ୟାନ୍ସ

ଆଜିକାଲି ବଲିଉଡରେ ଚାଲିଛି ଫିଟ୍‌ନେସ୍‌ କ୍ରେଜ୍। ଏହି କ୍ଷେତ୍ରରେ ହ୍ରିତିକ୍ ରୋଶନ ବି କାହା ଠାରୁ କମ ନୁହନ୍ତି। ସେ ତାଙ୍କର ୱାର୍କଆଉଟ୍ ସାଙ୍ଗକୁ ଡାଏଟର ଭରପୂର ନଜର ରଖିଛନ୍ତି। ନିକଟରେ ଏକ ଫଟୋରେ ସେ ତାଙ୍କର ବାଇସେପ୍ସ ଦେଖେଇଥିବା ଦେଖାଯାଏ। ତାଙ୍କର ଚମତ୍କାର ଫିଟ୍‌ନେସ୍ ଦେଖି ଅନ୍ୟ ସେଲିବ୍ରିଟି ଓ ଫ୍ୟାନ୍ସମାନଙ୍କ ଆଖି ଖୋସିହୋଇ ଯାଉଛି।

ଅଦ୍ୟତନ ହୋଇଛି
Hritik Roshan

Hritik Roshan

Advertisment

ମୁମ୍ବାଇ : ଆଜିକାଲି ବଲିଉଡରେ ଚାଲିଛି ଫିଟ୍‌ନେସ୍‌ କ୍ରେଜ୍। ଏହି କ୍ଷେତ୍ରରେ ହ୍ରିତିକ୍ ରୋଶନ ବି କାହା ଠାରୁ କମ ନୁହନ୍ତି। ସେ ତାଙ୍କର ୱାର୍କଆଉଟ୍ ସାଙ୍ଗକୁ ଡାଏଟର ଭରପୂର ନଜର ରଖିଛନ୍ତି। ନିକଟରେ ଏକ ଫଟୋରେ ସେ ତାଙ୍କର ବାଇସେପ୍ସ ଦେଖେଇଥିବା ଦେଖାଯାଏ। ତାଙ୍କର ଚମତ୍କାର ଫିଟ୍‌ନେସ୍ ଦେଖି ଅନ୍ୟ ସେଲିବ୍ରିଟି ଓ ଫ୍ୟାନ୍ସମାନଙ୍କ ଆଖି ଖୋସିହୋଇ ଯାଉଛି।

Advertisment
Hritik Roshanହ୍ରିତିକ୍ ରୋଶନ

ହ୍ରିତିକ୍ ରୋଶନ ଲାଇଟ୍ ବ୍ଲଡ୍‌ ବ୍ଲାକ୍ ଆଣ୍ଡ୍‌ ହ୍ୱାଇଟ୍ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବାଇସେପ୍ ଦେଖେଇଥିବା ନଜର ଆସୁଛନ୍ତି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ “ବୋଲୋ ବଲିଉଡ୍ ବାଇସେପ କୀ ଜୟ।” ହ୍ରିତିକଙ୍କ ବଡି ଦେଖି ରୋହିତ୍ ବୋସ ରାୟ କାବା ହୋଇଯାଇଛନ୍ତି। ସେ ତାଙ୍କ ରିଆକ୍ସନ ଦେଇ 'OMG' ଲେଖିଛନ୍ତି। ପ୍ରଶଂସକମାନେ ମଧ୍ୟ ହାର୍ଟ ଇମୋଜୀ ସହିତ ହ୍ରିତିକଙ୍କ ଫଟୋରେ ପଜିଟିଭ୍ କମେଣ୍ଟ କରୁଛନ୍ତି।

Hritik Roshanହ୍ରିତିକ୍ ରୋଶନ୍

ଅଭିନେତା ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ମଧ୍ୟ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି। ଏହି ଫଟୋରେ ସେ ଲେଖିଛନ୍ତି “ଆକ୍ସନ ପାଇଁ ପ୍ରସ୍ତୁତ”। ସେହିପରି ଅନ୍ୟଏକ ଫଟୋରେ ସେ ଲେଖିଛନ୍ତି ଯେ “ଆଗକୁ ବଢ, ମତେ ପଞ୍ଚ ମାର”। ତାଙ୍କର ଏହି ଚାଲେଞ୍ଜ୍ ଭରା କ୍ୟାପ୍‌ସନ୍‌ରୁ ଲାଗୁଛି, ହ୍ରିତିକ୍ ରୋଶନ୍ ଜୀମ୍‌ରେ ବହୁ ପରିଶ୍ରମ କରୁଛନ୍ତି ଓ ଝାଳ ନିଗାଡୁଛନ୍ତି। ଲାଗୁଛି ସେ ଆଗକୁ କୌଣସି ଫାଇଟ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

Advertisment
Hritik_tigerହ୍ରିତିକ୍-ଟାଇଗର୍
Advertisment

ହ୍ରିତିକ୍ ଆଜିକାଲି ନିଜର ୱାର୍କଆଉଟ୍ ସେଶନ୍ସର ଭିଡିଓ ସେୟାର କରୁଥିବା ଦେଖାଯାଏ। ସେ ଟାଇଗର୍ ସ୍ରଫ୍‌ଙ୍କ ଫିଟ୍‌ସେନ୍‌କୁ ନେଇ ମଧ୍ୟ ରେସ୍ପନ୍ସ ଦେଉଛନ୍ତି। ସେ ଟାଇଗରଙ୍କ ଷ୍ଟଣ୍ଟକୁ ଅନେକ ଥର ପ୍ରଶଂସା ମଧ୍ୟ କରିଛନ୍ତି।

ହ୍ରିତିକଙ୍କୁ ଶେଷ ଥର ପାଇଁ ଆକ୍ସନ ଡ୍ରାମା ‘ୱାର’ରେ ଦେଖାଯାଇଥିଲା। ଏଥିରେ ସେ ଟାଇଗରଙ୍କ ସହିତ ଆକ୍ସନ, ଷ୍ଟଣ୍ଟ୍ ଓ ଡାନ୍ସରେ ଧମାକା ମଚେଇ ଥିଲେ। ଏହି ଫିଲ୍ମକୁ ଦର୍ଶକ ବହୁ ପ୍ରଶଂସା କରିଥିଲେ। ତାଙ୍କର ଆଗକୁ ଆସୁଥିବା ଫିଲ୍ମର ନାମ ‘ଫାଇଟର୍’ ରହିଛି। ଏଥିରେ ସେ ବଲିଉଡ୍ ସୁନ୍ଦରୀ ଦୀପିକା ପାଦୁକୋନଙ୍କ ସହିତ ନଜର ଆସିବେ।

Hrithik Roshan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ