Advertisment

Fighter: ସାଉଥ୍‌ର ମୋହନଲାଲଙ୍କ ଉପରେ ଭାରି ପଡିଲେ ହ୍ରିତିକ ରୋଶନ

ପ୍ରେକ୍ଷାଳୟରେ ହ୍ରିତିକ ରୋଶନଙ୍କ ‘ଫାଇଟର୍’ ଧମାକା କରୁଥିବାବେଳେ ସାଉଥ୍ ସୁପରଷ୍ଟାର ମୋହନଲାଲଙ୍କ ‘ମଲାଇକୋଟାଇ ଭାଲିବାନ’କୁ ପ୍ରଶଂସକଙ୍କ ଖୁବ୍ ଭଲ ପାଇବା ମିଳୁଛି। ପ୍ରଥମ ଦିନରେ ଉଭୟ ଚଳଚ୍ଚିତ୍ରର ରୋଜଗାରର ଫଳାଫଳ ଆସିଛି, ଯେଉଁଥିରେ ଫାଇଟର୍ ବାଜି ମାରିନେଇଛି।

Hrithik Roshan fall heavily on South's Mohanlal

Hrithik Roshan fall heavily on South's Mohanlal

Advertisment

ଜାନୁଆରୀ ୧୨ରେ ବକ୍ସ ଅଫିସରେ ସାଉଥ୍‌ ବନାମ ବଲିଉଡ୍‌ ଲଢେଇ ଦେଖିବାକୁ ମିଳିଛି, ଯେଉଁ କାରଣରୁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଛି। ପ୍ରେକ୍ଷାଳୟରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁରଙ୍କ ‘ଫାଇଟର୍’ ଧମାକା କରୁଥିବାବେଳେ ସାଉଥ୍ ସୁପରଷ୍ଟାର ମୋହନଲାଲଙ୍କ ‘ମଲାଇକୋଟାଇ ଭାଲିବାନ’କୁ ପ୍ରଶଂସକଙ୍କ ଖୁବ୍ ଭଲ ପାଇବା ମିଳୁଛି। ପ୍ରଥମ ଦିନରେ ଉଭୟ ଚଳଚ୍ଚିତ୍ରର ରୋଜଗାରର ଫଳାଫଳ ଆସିଛି, ଯେଉଁଥିରେ ଫାଇଟର୍ ବାଜି ମାରିନେଇଛି।

Advertisment

ବକ୍ସ ଅଫିସ୍ ଟ୍ରାକର୍‌ଙ୍କ କହିବାନୁସାରେ, ପ୍ରଥମ ଦିନ ‘ମଲାଇକୋଟାଇ ଭାଲିବାନ୍’ ୫.୫ କୋଟି ଟଙ୍କା ବ୍ୟବସାୟ କରିଥିବା ବିଶ୍ୱବ୍ୟାପୀ ଏହି ସଂଖ୍ୟା ୧୦ କୋଟିରେ ପହଞ୍ଚିଥିବ ବୋଲି କୁହାଯାଉଛି। ଏହି ଫିଲ୍ମର ବଜେଟ୍ ମାତ୍ର ୪୦ କୋଟି ବୋଲି କୁହାଯାଉଛି। ଏହିଭଳି ରୋଜଗାର ଜାରି ରହିଲେ ମୋହନଲାଲଙ୍କ ଫିଲ୍ମ ଚାରି ଦିନରେ ଏହାର ଟାର୍ଗେଟ୍ ହାସଲ କରିନେବ।

ଯଦି ହ୍ରିତିକ୍‌ଙ୍କ ‘ଫାଇଟର୍’ କଥା କୁହାଯାଏ ତେବେ ଏହି ଫିଲ୍ମ ପ୍ରଥମ ଦିନରେ କେବଳ ଭାରତରେ ୨୨ କୋଟି ଟଙ୍କା ରୋଜଗାର କରିଛି। ସେହିପରି ବିଶ୍ୱବ୍ୟାପୀ ଏହି ସଂଖ୍ୟା ୫୫ କୋଟିରୁ ଅଧିକ ବୋଲି କୁହାଯାଉଛି।

Advertisment

୨୦୨୪ ମସିହାରେ ବକ୍ସ ଅଫିସରେ ଅନେକ ଚଳଚ୍ଚିତ୍ର ଦେଖିବାକୁ ମିଳିଛି। ପ୍ରେକ୍ଷାଳୟରେ ଏପର୍ଯ୍ୟନ୍ତ ୧୩ ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି, ଯେଉଁଥିରେ ସାଉଥ୍‌ର ଓଲେ ଆଲେ, ଆବ୍ରାହାମ ଓଜଲର, ଆୟାଲାନ, ମିଶନ ଚାପ୍ଟର୍ ୱାନ୍, କ୍ୟାପ୍‌ଟେନ୍‌ ମିଲର, ହନୁମାନ, ଗୁଣ୍ଟୁର କାରମ, ସୈନ୍ଧବ, ନା ସାମି ରଙ୍ଗା, ଥୋକୁଦୁରଇ ଏବଂ ମଲାଇକୋଟାଇ ଭାଲିବାନ ଥିବାବେଳେ ବଲିଉଡର ମେରୀ ଖ୍ରୀଷ୍ଟମାସ ଏବଂ ଫାଇଟର ନାମ ରହିଛି। ଏହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ହନୁମାନ ଏବଂ ଗୁଣ୍ଟୁର କାରମ୍ ୨୦୦କୋଟି ଟଙ୍କା ରୋଜଗାରର ବିଶ୍ୱବ୍ୟାପୀ କ୍ଲବରେ ସାମିଲ ହୋଇଯାଇଛି।

Bollywood Mohanlal Tollywood Hritik Roshan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ