hrithik roshan and deepika padukone fighter trailer are trending on top on youtube
ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ଦର୍ଶକେ ଏବେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର’ରେ ଦେଖିବାକୁ ପାଇବେ। ହ୍ରିତିକ ଏବଂ ଦୀପିକାଙ୍କ ଯୋଡି ପ୍ରଥମ ଥର ପାଇଁ ପରଦାରେ ଧମାଲ କରିବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଠାରୁ ଜଣାପଡିଗଲାଣି ଯେ ପ୍ରଶଂସକମାନେ ଏହି ତାଜା ଯୋଡିକୁ ଖୁବ ଭଲ ପାଉଛନ୍ତି।
'ଫାଇଟର୍'ର ଆକ୍ସନ୍-ପ୍ୟାକ୍ ଟ୍ରେଲର ବର୍ତ୍ତମାନ ଇଣ୍ଟରନେଟ୍ରେ ଝଡ ସୃଷ୍ଟି କରିଛି। ଟ୍ରେଲରର ତାଜା ଯୋଡିଙ୍କ ଭିଜୁଆଲ୍, ସଂଳାପ ଏବଂ କେମେଷ୍ଟ୍ରୀକୁ ଲୋକମାନେ ଏତେ ପସନ୍ଦ କରିଛନ୍ତି ଯେ ଏହି ଚଳଚ୍ଚିତ୍ରର ଟ୍ରେଲର ସୋସିଆଲ ମିଡିଆରେ ୧ ନମ୍ବରରେ ଟ୍ରେଣ୍ଡ କରୁଛି।
ସୂଚନାଥାଉ ଯେ ଏହି ଚଳଚ୍ଚିତ୍ରର ଟ୍ରେଲର ମାତ୍ର ଦୁଇ ଦିନରେ ରେକର୍ଡ ସୃଷ୍ଟି କରିଛି। ଖବର ଲେଖାହେବା ବେଳକୁ ୟୁଟ୍ୟୁବ୍ ପ୍ଲାଟଫର୍ମରେ ଏହାକୁ ୩ କୋଟି ୩୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୪୧ ହଜାରରୁ ଅଧିକ ମତ ପାଇଛି। ଏହି ଟ୍ରେଲରଟି ବର୍ତ୍ତମାନ ଦୁଇ ଦିନରେ ସର୍ବାଧିକ ଦେଖାଯାଇଥିବା ୟୁଟ୍ୟୁବ୍ ଭିଡିଓ ହୋଇଯାଇଛି।
ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଏହି ଚଳଚ୍ଚିତ୍ର ୨୫ ଜାନୁଆରୀ ଅର୍ଥାତ୍ ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ମୁକ୍ତିଲାଭ କରିବ ବୋଲି କୁହାଯାଇଛି।
ଗଣତନ୍ତ୍ର ଦିବସ ରିଲିଜ୍ ସବୁବେଳେ ସିଦ୍ଧାର୍ଥ ଆନନ୍ଦଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟବାନ ବୋଲି ପ୍ରମାଣିତ ହୋଇଛି। ଗତ ବର୍ଷ ୨୦୨୩ ମସିହାରେ ତାଙ୍କ ଚଳଚ୍ଚିତ୍ର ‘ପଠାନ’ ଏହି ଦିନ ମୁକ୍ତିଲାଭ କରିଥିଲା। ଶାହରୁଖ ଖାନ 'ପଠାନ' ମାଧ୍ୟମରେ ଦୀର୍ଘ ୫ ବର୍ଷ ପରେ ପରଦାକୁ ଫେରିଥିଲେ। ଏହି ପ୍ରତ୍ୟାବର୍ତ୍ତନ ପ୍ରେକ୍ଷାଳୟରେ ହଙ୍ଗାମା ସୃଷ୍ଟି କରିଥିଲା।
ସେହିପରି ଦୀପିକା ପାଦୁକୋନ ମଧ୍ୟ ଶାହରୁଖଙ୍କ ସହ 'ପଠାନ'ରେ ନଜର ଆସିଥିଲେ। ୨୦୧୯ ରେ ମଧ୍ୟ ସିଦ୍ଧାର୍ଥ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ସହ 'ୱାର୍' ଭଳି ଫିଲ୍ମ ଦେଇଥିଲେ। ସିଦ୍ଧାର୍ଥ ଆକ୍ସନ୍ ଚଳଚ୍ଚିତ୍ରରେ ନିଜର ଚମତ୍କାର ପ୍ରମାଣ କରିଛନ୍ତି ଏବଂ ଏହି କାରଣରୁ ପ୍ରଶଂସକମାନେ 'ଫାଇଟର୍'ରୁ ବହୁତ ଆଶା କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705483018.jpg)