How Zaheer iqbal told shatrughan sinha he wanted to marry with daughter sonakshi sinha
ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍ବାଲ୍ ବିବାହ ପରେ ଚର୍ଚ୍ଚାରେ ରହିଆସିଛନ୍ତି। ସେମାନେ ପ୍ରାୟତଃ ତାଙ୍କ ବିବାହ ଆଲବମ୍ରୁ କିଛି ଅଣଦେଖା ଫଟୋ ଶେୟାର କରୁଛନ୍ତି। ଆଜି ବି ଅଭିନେତ୍ରୀ ତାଙ୍କ ବିବାହ ଦିନର ଏକ ବିଶେଷ ଫଟୋ ଶେୟାର କରିଛନ୍ତି। ଫଟୋ ସାମ୍ନାକୁ ଆସିଛି, ଉଭୟ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍ବାଲ୍ ସେମାନଙ୍କ ବିବାହ ପୋଷାକରେ ନଜର ଆସିଛନ୍ତି। ଏହି ଫଟୋ ଶେୟାର କରିବାବେଳେ ଲେଖା ହୋଇଛି, ‘ଆମେ ଦୁହେଁ ସମାନ’।
ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଜହୀର ଇକବାଲଙ୍କ ପତ୍ନୀ ହୋଇଯାଇଛନ୍ତି। ଯେତେବେଳେ ଅଭିନେତ୍ରୀ ବିବାହ କଲେ, ତାଙ୍କ ବିବାହକୁ ଲଭ୍ ଜିହାଦ ସହିତ ଯୋଡାଗଲା। ଲୋକମାନେ ମଧ୍ୟ ସେମାନଙ୍କ ବିବାହକୁ ନେଇ ଆପତ୍ତି ଉଠାଇଲେ। କିନ୍ତୁ ଏହି ଅଭିନେତ୍ରୀ ସମୟ ସମୟରେ ଟ୍ରୋଲରମାନଙ୍କୁ ଉପଯୁକ୍ତ ଉତ୍ତର ମଧ୍ୟ ଦେଇଛନ୍ତି। ଏବେ ତାଙ୍କ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି ଯେ “ଆମେ ଦୁହେଁ ପରସ୍ପରଠାରୁ ବହୁତ ଅଲଗା ନୁହେଁ। ଆମର କୋର୍ ଭାଲ୍ୟୁ ଏକା ଭଳି।”
ନିକଟରେ ସୋନାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଶେୟାର କରିଛନ୍ତି। ଏହି ପୋଷ୍ଟ୍ରେ ଜହୀରଙ୍କୁ ଶାହରୁଖ ଖାନଙ୍କ ଆଇକନିକ୍ ପୋଜ୍ ଦେଉଥିବାର ଦେଖିବାକୁ ମିଳନ୍ତି। ଅଭିନେତ୍ରୀ ଫଟୋରେ ତାଙ୍କୁ ଦେଖି ହସୁଥିବା ନଜର ଆସିଛନ୍ତି। ଏହି ଫଟୋ ଶେୟାର କରିବାବେଳେ ସେ ଏକ ହାର୍ଟ ଇମୋଜି ଶେୟାର କରିଛନ୍ତି। ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍ବାଲ୍ ୨୩ ଜୁନ୍ ୨୦୨୪ରେ ବିବାହ ବନ୍ଧନରେ ବନ୍ଧା ହୋଇଛନ୍ତି। ଉଭୟ ସିଭିଲ୍ ମ୍ୟାରେଜ୍ କରିଛନ୍ତି।
ଜହୀର ଇକ୍ବାଲ୍ଙ୍କ ଶାହରୁଖ ଖାନଙ୍କ ଆଇକନିକ୍ ପୋଜ୍ସୋନାକ୍ଷୀ ସିହ୍ନା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଯେତେବେଳେ ସେ ଜହିର ଇକ୍ବାଲ୍ ଓ ନିଜ ବିବାହ କଥା ତାଙ୍କ ବାପା ଶତ୍ରୁଘ୍ନ ସିହ୍ନାଙ୍କୁ କହିଥିଲେ, ସେତେବେଳେ ସେ ବହୁତ ନର୍ଭସ ଥିଲେ। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ ବିବାହ ବିଷୟରେ ଶୁଣିବା ପରେ ତାଙ୍କ ବାପା କିପରି ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେତେବେଳେ ଶତ୍ରୁଘ୍ନ ସିହ୍ନା ହସି ହସି ତାଙ୍କ କଥାରେ ରାଜି ହୋଇଥିଲେ। ସେ କହିଛନ୍ତି ଯେ “ତାଙ୍କୁ ହୁଏତ ଦେଖିଲେ ଡର ଲାଗେ, କିନ୍ତୁ ସେ ପ୍ରକୃତରେ ବହୁତ ଭଲ।”
ଜହୀର ଇକ୍ବାଲ୍ ମାଧ୍ୟ ତାଙ୍କର ଏକ ବାର୍ତ୍ତାଳାପରେ ସେହି ମୁହୂର୍ତ୍ତ ବିଷୟରେ କହିଛନ୍ତି। ଯେତେବେଳେ ସେ ପ୍ରଥମ ଥର ପାଇଁ ଶତ୍ରୁଘ୍ନ ସିହ୍ନାଙ୍କ ନିକଟକୁ ଯାଇ ତାଙ୍କ ବିବାହ ବିଷୟରେ କହିଥିଲେ ସେ କଥା କହିଛନ୍ତି। ସେ କହିଛନ୍ତି ଯେ “ଆମେ ପୂର୍ବରୁ ମୁହାଁମୁହିଁ କଥା ହୋଇ ନ ଥିଲୁ। ଆମେ ବସିବା ମାତ୍ରେ ଆମେ ଅନେକ କଥାକୁ ନେଇ ଆଲୋଚନା କରିବା ଆରମ୍ଭ କଲୁ ଏବଂ ଆମେ ବନ୍ଧୁ ହୋଇଗଲୁ। ଅବଶ୍ୟ ମୁଁ ତାଙ୍କୁ ସୋନାକ୍ଷୀ ସିହ୍ନାଙ୍କୁ ବିବାହ କରିବାକୁ ଚାହୁଁଛି ବୋଲି କହିଲି। ମୁଁ ସେତେବେଳେ ବହୁତ ଡରି ଯାଇଥିଲି। କିନ୍ତୁ ସେ ଜଣେ ବହୁତ ଭଲ ଏବଂ ପ୍ରକୃତ ମଣିଷ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721388286.jpg)