ମୁମ୍ବାଇରେ ନାହିଁ ନିଜ ଘର, ବିଭିନ୍ନ ସ୍ଥାନରେ ନେଇଛନ୍ତି ଭଡ଼ା.. ଦାମ୍ ଜାଣିଲେ ତାଜୁବ ହେବେ

ଜୋଡ଼ି ଆପାର୍ଟମେଣ୍ଟର ଅର୍ଥ ହେଉଛି ଦୁଇଟି ରେସିଡେନ୍‌ସିଆଲ ୟୁନିଟ୍‌କୁ ଗୋଟିଏ ଭାବେ ମର୍ଜ କରାଯାଇଥିବ । ଡକ୍ୟୁମେଣ୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରୋଜେକ୍ଟ ଲୋଟସ ଏନ୍‌ପାର ରେସିଡେନ୍ସିରେ ଲଗାଇବା ପାଇଁ ଏହି ୩ ଜୋଡ଼ି ଆପାର୍ଟମେଣ୍ଟ ଭଡ଼ାରେ ନେଇଛନ୍ତି ହାର୍ଦ୍ଦିକ ପାଣ୍ଡିଆ ଓ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟା ।

Hardik Pandya

ନିକଟରେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡିଆ ଓ ତାଙ୍କ ଭାଇ କ୍ରୁଣାଲ ପାଣ୍ଡିଆ ମୁମ୍ବାଇର ଲୋୟର ପାରେଲ୍ ଏରିଆରେ ୩ଟି ଜୋଡ଼ି ଆପାର୍ଟମେଣ୍ଟ ଭଡ଼ା ନେଇଛନ୍ତି । ଯାହାର ମୂଲ୍ୟ ମାସିକ ୭.୫ ଲକ୍ଷ ଟଙ୍କା ଦେବାକୁ ହେବ । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାକୁ ନେଇ ଏବେ କେବଳ କ୍ରିକେଟ କିମ୍ବା ସମ୍ପତ୍ତି ଚର୍ଚ୍ଚା ନୁହେଁ ବରଂ ଅଧିକ ଚର୍ଚ୍ଚା ତାଙ୍କ ଛାଡ଼ପତ୍ରକୁ ନେଇ । ନତାଶା ସ୍ଟାଙ୍କୋଭିକ୍‌ଙ୍କ ସହ ଖୁବ୍‌ ଶୀଘ୍ର ତାଙ୍କର ଛାଡ଼ପତ୍ର ହେବାକୁ ଯାଉଛି ବୋଲି ଏବେ ଢ଼େର ଚର୍ଚ୍ଚା ।

ତେବେ ଜୋଡ଼ି ଆପାର୍ଟମେଣ୍ଟର ଅର୍ଥ ହେଉଛି ଦୁଇଟି ରେସିଡେନ୍‌ସିଆଲ ୟୁନିଟ୍‌କୁ ଗୋଟିଏ ଭାବେ ମର୍ଜ କରାଯାଇଥିବ । ଡକ୍ୟୁମେଣ୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରୋଜେକ୍ଟ ଲୋଟସ ଏନ୍‌ପାର ରେସିଡେନ୍ସିରେ ଲଗାଇବା ପାଇଁ ଏହି ୩ ଜୋଡ଼ି ଆପାର୍ଟମେଣ୍ଟ ଭଡ଼ାରେ ନେଇଛନ୍ତି ହାର୍ଦ୍ଦିକ ପାଣ୍ଡିଆ ଓ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟା । ତେବେ ଏତେ ସବୁ ଚର୍ଚ୍ଚା ଭିତରେ ହାର୍ଦ୍ଦିକଙ୍କ ସଂପତ୍ତି କେତେ ବୋଲି କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରଶ୍ନ ହେଉଛି।

ଅଧିକ ପଢ଼ନ୍ତୁ: ଛାଡପତ୍ର ଚର୍ଚ୍ଚା ଭିତରେ ଭାଇରାଲ୍ ହେଲା ହାର୍ଦ୍ଦିକ ପାଣ୍ଡ୍ୟା-ନତାଶାଙ୍କ ଏମିତି ଭିଡିଓ

ଦଲିଲ ଅନୁସାରେ ଗୋଟିଏ ଜୋଡ଼ି ଆପାର୍ଟମେଣ୍ଟ ରହିଛି ୨୮ ତମ ମହଲାରେ । ଯାହାର ଭଡ଼ା ମାସିକ ୨.୫ ଲକ୍ଷ ଟଙ୍କା । ଏହା ୨୦୨୧ ଅଗଷ୍ଟରେ ରେଜିଷ୍ଟର ହୋଇଥିଲା । ୬୦ ମାସ ପାଇଁ ଏହାକୁ ଲିଜ୍‌ରେ ନିଆଯାଇଛି । ଏଥିରେ ଦୁଇଟି କାର ପାର୍କିଂର ବ୍ୟବସ୍ଥା ରହିଛି । ଏହାସହ ଟେରାସ୍‌ରେ ସୁନ୍ଦର ବଗିଚା ମଧ୍ୟ ରହିଛି। ପ୍ରଥମ ୩୬ ମାସର ଭଡ଼ା ୨.୫ ଲକ୍ଷ ଫିକ୍ସ ହୋଇଥିବା ବେଳେ ଅବଶିଷ୍ଟ ୨୪ ମାସ ୨.୮୭ ଲକ୍ଷ ବୋଲି ଦଲିଲ୍‌ରେ ଲେଖାଅଛି । ଏହାର ମାଲିକ ହେଉଛି ଲିଲି କମୋଡିଟି ପ୍ରାଇଭେଟ୍ ଲିମିଟେଡ୍ । ଏଠାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ବୈଭବ ହିମାଂଶୁ ପାଣ୍ଡ୍ୟା ଲିଜ୍ ଏବଂ ଲାଇସେନ୍ସ ଏଗ୍ରୀମେଣ୍ଟରେ ଦସ୍ତଖତ କରିଛନ୍ତି ।

ଅନ୍ୟପଟେ ଦ୍ୱିତୀୟ ଆପାର୍ଟମେଣ୍ଟଟି ଲୋଟସ ଏନ୍‌ପାର ରେସିଡେନ୍ସି ପ୍ରୋଜେକ୍ଟର ୩୦ ତମ ମହଲାରେ ରହିଛି । ଏହା ମଧ୍ୟ ୬୦ ମାସ ପାଇଁ ଅଗେଟ ୨୦୨୧ରୁ ଲିଜ୍‌ରେ ନିଆଯାଇଛି । ପ୍ରଥମ ୩୬ ମାସର ଭଡ଼ା ୨.୫ ଲକ୍ଷ ଫିକ୍ସ ହୋଇଥିବା ବେଳେ ଅବଶିଷ୍ଟ ୨୪ ମାସ ୨.୮୭ ଲକ୍ଷ ବୋଲି ଦଲିଲ୍‌ରେ ରହିଛି । ଏହାର ମାଲିକ ହେଉଛନ୍ତି କମଲେଶ ଘିସୁଆଲ ମେହଟା । ଏହାର ଲିଜ୍‌ ଓ ଲାଇସେନ୍ସ ଏଗ୍ରୀମେଣ୍ଟରେ କୃଣାଲ ପାଣ୍ଡ୍ୟାଙ୍କ ବଦଳରେ ବୈଭବ ହିମାଂଶୁ ପାଣ୍ଡ୍ୟାଙ୍କ ଦସ୍ତଖତ ରହିଛି ।

ତୃତୀୟ ଆପାର୍ଟମେଣ୍ଟ ମଧ୍ୟ ୩୦ ତମ ଫ୍ଲୋରରେ ରହିଛି । ମାସିକ ଭଡ଼ା ୩୬ ମାସ ଯାଏଁ ଅଢ଼େଇ ଲକ୍ଷ ଟଙ୍କା ତାପରେ ୨.୮୭ ଲକ୍ଷ । ମାଲିକ ହେଉଛନ୍ତି ଶିଲା କମଲେଶ ମେହଟା । ଏହାର ଲିଜ୍‌ ଓ ଲାଇସେନ୍ସ ଏଗ୍ରୀମେଣ୍ଟରେ ମଧ୍ୟ କୃଣାଲ ପାଣ୍ଡ୍ୟାଙ୍କ ବଦଳରେ ବୈଭବ ହିମାଂଶୁ ପାଣ୍ଡ୍ୟାଙ୍କ ଦସ୍ତଖତ ରହିଛି ।

ଅଧିକ ପଢ଼ନ୍ତୁ: ଅଲଗା ହୋଇଗଲେ କି ହାର୍ଦ୍ଦିକ୍ -ନତାଶା, ସମ୍ମୁଖରେ କାହିଁକି ନଜର ଆସୁନାହାନ୍ତି ଉଭୟେ

ସ୍ଥାନୀୟ ଘର ଦଲାଲ ବା ବ୍ରୋକରମାନଙ୍କ କହିବା କଥା ଲୋଟସ ରେସିଡେନ୍ସି ହେଉଛି ମଧ୍ୟମ ଧରଣର ଆପାର୍ଟମେଣ୍ଟ କମ୍ପ୍ଲେକ୍ସ । ଏହାର 2BHKର ଆକାର ୯୬୦ ସ୍କୋୟାରଫିଟ୍ ରହିଥିବା ବେଳେ 3BHKର ଆକାର ୧୫୦୦ ସ୍କୋୟାରଫିଟ୍ । 2BHKର ମୂଲ୍ୟ ୬.୫ରୁ ୮କୋଟି ମଧ୍ୟରେ ରହିବ । ଆଉ 3BHKର ମୂଲ୍ୟ ୯ରୁ ୧୦ କୋଟି ମଧ୍ୟରେ ରହିବ ।

ନିଟକରେ ହାର୍ଦ୍ଦିକ ପାଣ୍ଡିଆ ମୁମ୍ବାଇର ଖାର ପଶ୍ଚିମରେ ଆଉ ଏକ ଆପାର୍ଟମେଣ୍ଟ ମଧ୍ୟ ଭଡ଼ାରେ ନେଇଛନ୍ତି । ଯାହାର ଭଡ଼ା ମାସିକ ୩.୧୫ ଲକ୍ଷ । ଏହାର ରୁସ୍ତମଜୀ ପାରାମାଉଣ୍ଟ ବିଲ୍ଡିଂର ୧୬ ତମ ମହଲରାରେ ରହିଛି ।

ଅନ୍ୟପଟେ ସୂତ୍ର ଏହା ମଧ୍ୟ କହୁଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଭଦୋଦରା ଓ ଗୁଜରାଟରେ ମଧ୍ୟ ପେଣ୍ଟ ହାଉସ ଭଡ଼ା ନେଇଛନ୍ତି । ଯାହାର ଆକାର ୬୦୦୦ ସ୍କୋୟାରଫିଟ୍ ।