how celebrities are wishing Independence Day to their fans today
ଆଜି ଅଗଷ୍ଟ ୧୫ରେ ଦେଶ ଏହାର ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଆଜି, ଆମେ ବ୍ରିଟିଶ ଶାସନରୁ ମୁକ୍ତି ହେବାର ୭୬ ବର୍ଷ ଅତିକ୍ରମ କରିଛୁ। ଆମକୁ ବ୍ରିଟିଶ ଶାସନରୁ ମୁକ୍ତି କରିଥିବା, ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନ, ସ୍ୱାଧୀନତାକୁ ପାଇବା ପାଇଁ ପ୍ରାଣ ହରାଇଥିବା ଲୋକମାନଙ୍କୁ ସମ୍ମାନ ଦେବାନେଇ ଏହି ଦିବସକୁ ପାଳନ କରାଯାଉଛି।
ଲୋକମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ପତାକା ଉତ୍ତୋଳନ ସମାରୋହରେ ଯୋଗଦେଇ, ଗୁଡି ଉଡ଼ାଇ, ତ୍ରିରଙ୍ଗା ପୋଷାକ ପିନ୍ଧି ଏହି ଦିନକୁ ସ୍ମରଣ କରିଛନ୍ତି । ସେଲିବ୍ରେଟିମାନେ ମଧ୍ୟ ଏହି ସୁଯୋଗକୁ ହାତଛଡା କରି ନାହାନ୍ତି। ସେମାନେ ମଧ୍ୟ ଏହି ଦିନକୁ ସ୍ମରଣ କରି ସୋସିଆଲ୍ ମିଡିଆରେ ବିଭିନ୍ନ ଫଟୋ ଓ ଭିଡିଓ ପୋଷ୍ଟ କରିଛନ୍ତି। ଆଜି ସେଲିବ୍ରିଟିମାନେ କିପରି ସେମାନଙ୍କ ପ୍ରଶଂସକମାନଙ୍କୁ ସ୍ୱାଧୀନତା ଦିବସର କାମନା କରିଛନ୍ତି ତାହା ଦେଖିବା ପାଇଁ ସ୍କ୍ରୋଲ୍ କରନ୍ତୁ।
ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମରେ ପତାକା ଉତ୍ତୋଳନ କରୁଥିବା ଭିଡିଓ ପୋଷ୍ଟ କରି କ୍ୟାପ୍ସନ୍ରେ ଲେଖିଛନ୍ତି, "ବନ୍ଦେ ମାତରଂ"। ଏଥିରେ ଅଭିନେତ୍ରୀ ଏବଂ ତାଙ୍କ ପୁଅ ନିଜ ଘରେ ତ୍ରିରଙ୍ଗା ଉଡଉଥିବାର ଦେଖାଯାଏ।
ମଲାଇକା ଅରୋରା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋତୀରେ ଭାରତୀୟ ତ୍ରିରଙ୍ଗାର ଏକ ଫଟୋ ଶେୟାର କରି ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣେଇଛନ୍ତି।
ସେହିପରି ଅନନ୍ୟା ପାଣ୍ଡେ ଇନଷ୍ଟାଗ୍ରାମରେ ବନ୍ଦେ ମାତରଂ ଗୀତ ସହିତ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ "ସ୍ୱତନ୍ତ୍ରତା ଦିବସର ହାର୍ଦ୍ଦିକ ଶୁବକାମନା। ଜୟ ହିନ୍ଦ" ଲେଖାଅଛି।
ଦୀପିକା ପାଦୁକୋନ, ହ୍ରିତିକ ରୋଶନ ଏବଂ ଅନିଲ କପୁର ମଧ୍ୟ ୭୭ତମ ସ୍ୱାଧୀନତା ଦିବସକୁ ଏକ ବିଶେଷ ଢଙ୍ଗରେ ପାଳନ କରିଥିଲେ। ସ୍ୱାଧୀନତା ଦିବସ ପାଳନ କରିବାକୁ, ସେମାନେ ଫିଲ୍ମ ‘ଫାଇଟର’ର ଟିଜର ରିଲିଜ କରିଛନ୍ତି ଏବଂ ପ୍ରଶଂସକମାନଙ୍କୁ "ସ୍ୱାଧୀନତା ଦିବସ" ଶୁଭେଚ୍ଛା ଜଣାଇଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ଏହି ଚଳଚ୍ଚିତ୍ର ୨୫ ଜାନୁୟାରୀ ୨୦୨୪ ରେ ମୁକ୍ତିଲାଭ କରିବ।
ରବୀନା ଟଣ୍ଡନ୍ ଟ୍ୱିଟରରେ ନିଜର ଏକ ଫଟୋ ଟ୍ୱିଟ୍ କରି ଲେଖିଛନ୍ତି, "ଦିଲ୍ ହେ ହିନ୍ଦୁସ୍ତାନୀ।" ଫଟୋରେ ରବୀନା ଏକ ହଳଦିଆ ରଙ୍ଗର ପୋଷାକ ପରିଧାନ କରି ଅଭିବାଦନ କରୁଥିବା ପୋଜ୍ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692095769.jpg)