Advertisment

ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କହିଲେ ଡାକ୍ତର

ବରିଷ୍ଠ ଓଡ଼ିଆ ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି।

Actor Mihir Das

Actor Mihir Das

Advertisment

କଟକ: ବରିଷ୍ଠ ଓଡ଼ିଆ ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କୁ ଏବେ ଭେଣ୍ଟିଲେଟର୍ ସପୋର୍ଟରେ ରଖାଯାଇଛି। କିଡନୀ ରୋଗରେ ପୀଡ଼ିତ ଥିବା ମିହିରଙ୍କ ଏବେ ଡାଏଲେସିସ୍ କରାଯାଉଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି।

Advertisment

ହୃଦ୍‌ଘାତର ଶିକାର ହୋଇ ସେ ରିକର୍ଭ ହୋଇଥିଲେ। ହେଲେ ଏବେ ବି ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। କିଡ଼ନୀ ରୋଗରେ ପୀଡ଼ିତ ଥିବା ମିହିର ଦାସ ଗତ ତିନି ଦିନ ତଳେ ଗୁରୁତର ଅସୁସ୍ଥ ଅନୁଭବ କରିବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। 

ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କଟକ ଅଶ୍ୱିନୀ ହସ୍ପିଟାଲ୍‌ର ଡାକ୍ତର ସୋମରାଜ ଘୋଷ କହିଛନ୍ତି, ‘ବର୍ତ୍ତମାନ ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏବେବି ସେ ଭେଣ୍ଟିଲେଟରରେ ଅଛନ୍ତି। ଦେଢ଼ ମାସ ପୂର୍ବେ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କର କିଡ୍‌ନୀ ଜନିତ ସମସ୍ୟା ରହିଛି। ସେ ହୃଦ୍‌ଘାତର ଶିକାର ମଧ୍ୟ ହୋଇଥିଲେ। ତାଙ୍କର ଏବେ ଡାଏଲେସିସ୍ କରାଯାଉଛି। ଏବେ ସେ ଭେଣ୍ଟିଲେଟରରେ ଥିବାରୁ କିଛି ପୂର୍ବାନୁମାନ କରିବା କଷ୍ଟକର। ସୁସ୍ଥ ହେବା ପାଇଁ ସମସ୍ତ ପ୍ରକାରର ପ୍ରୟାସ ଜାରି ରହିଛି।’

Advertisment

ସେପଟେ ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଓଡ଼ିଶା ସିନେ କଳାକାର ସଂଘର ସମ୍ପାଦକ ତଥା ଅଭିନେତା ଶ୍ରୀତମ ଦାସ କହିଛନ୍ତି, ‘ମିହିର ଭାଇ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ଭଗବାନଙ୍କ ନିକଟରେସମସ୍ତେ ପ୍ରାର୍ଥନା କରୁଛନ୍ତି। ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା। କାଲି ଓ ଆଜି ଏହି ୨ ଦିନ ଭିତରେ ଧୀରେ ଧୀରେ ସେ ସୁସ୍ଥ ହେଉଥିବା ଜଣାପଡ଼ିଛି।’

ମିହିର ଦାସ ଦୀର୍ଘ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରି ସାରିଛନ୍ତି । ସେ ଜଣେ ଅଭିଜ୍ଞ କଳାକାର । ଓଡ଼ିଶା ଫିଲ୍ମ ଜଗତରେ ସେ ଏମିତି ଜଣେ କଳାକାର ଯିଏ କି ସବୁ ପ୍ରକାର ଅଭିନୟ କରି ସଫଳ ହୋଇଛନ୍ତି ।

Advertisment
Odia Actor Ollywood Mihir Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ