Advertisment

ହନୀ ସିଂଙ୍କୁ କୋର୍ଟଙ୍କ ଭର୍ତ୍ସନା : ମାଗିଲେ ମେଡିକାଲ୍ ରିପୋର୍ଟ

ସିଙ୍ଗର ତଥା ରାପର୍‌ ହନୀ ସିଂ ଗତ କିଛି ଦିନ ହେବ ବିବାଦରେ ଛନ୍ଦିହୋଇ ଯାଇଛନ୍ତି। ନିକଟରେ ତାଙ୍କ ପତ୍ନୀ ଶାଲିନୀ ତଲ୍‌ୱାର୍ ତାଙ୍କ ଉପରେ ଘରୋଇ ହିଂସା ମାମଲା ଦାଖଲ କରିଥିଲେ। ଆଜି ଦିଲ୍ଲୀର ଏକ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଛି। ତେତେ ଶୁଣାଣି ସମୟରେ ହନୀ ସିଂ ଅଦାଲତରେ ଉପସ୍ଥିତ ହୋଇ ନ ଥିଲେ। ଏନେଇ ଅଦାଲତ ତାଙ୍କୁ ଭର୍ତ୍ସନା କରିବା ସହ ତାଙ୍କର ମେଡିକାଲ ରିପୋର୍ଟ ଓ ଇନକମ୍ ଟେକ୍ସ୍ ରିଟର୍ଣ୍ଣ ଜମା କରିବା ନେଇ ଅଦାଲତ ଆଦେଶ ଦେଇଛନ୍ତି।

Honey Singh

Honey Singh

Advertisment

ନୂଆଦିଲ୍ଲୀ : ସିଙ୍ଗର ତଥା ରାପର୍‌ ହନୀ ସିଂ ଗତ କିଛି ଦିନ ହେବ ବିବାଦରେ ଛନ୍ଦିହୋଇ ଯାଇଛନ୍ତି। ନିକଟରେ ତାଙ୍କ ପତ୍ନୀ ଶାଲିନୀ ତଲ୍‌ୱାର୍ ତାଙ୍କ ଉପରେ ଘରୋଇ ହିଂସା ମାମଲା ଦାଖଲ କରିଥିଲେ। ଆଜି ଦିଲ୍ଲୀର ଏକ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଛି। ତେତେ ଶୁଣାଣି ସମୟରେ ହନୀ ସିଂ ଅଦାଲତରେ ଉପସ୍ଥିତ ହୋଇ ନ ଥିଲେ। ଏନେଇ ଅଦାଲତ ତାଙ୍କୁ ଭର୍ତ୍ସନା କରିବା ସହ ତାଙ୍କର ମେଡିକାଲ ରିପୋର୍ଟ ଓ ଇନକମ୍ ଟେକ୍ସ୍ ରିଟର୍ଣ୍ଣ ଜମା କରିବା ନେଇ ଅଦାଲତ ଆଦେଶ ଦେଇଛନ୍ତି।

Advertisment

ଅଦଲତ କହିଛନ୍ତି ଯେ “କେହି ବି ଆଇନର ଉପରେ ନୁହେଁ”। ହନୀ ସିଂଙ୍କ ଓକିଲ୍ କୋର୍ଟକୁ କହିଛନ୍ତି ଯେ ସିଙ୍ଗରଙ୍କ ଦେହ ଖରାପ ଥିବାରୁ ସେ କୋର୍ଟରେ ଉପସ୍ଥିତ ହୋଇ ପାରି ନ ଥିଲେ। ହନୀ ସିଂହଙ୍କ ଓକିଲ ତାଙ୍କ ସ୍ୱାସ୍ଥ୍ୟଜନିତ କାରଣ ଦର୍ଶାଇ ବ୍ୟକ୍ତିଗତ ଭାବେ ତାଙ୍କୁ ଛାଡ ଦେବାକୁ ଦାବି କରିଛନ୍ତି। ତେବେ ଅଦାଲତକୁ ଆଶ୍ୱାସନା ଦେଇ ସେ କହିଛନ୍ତି ଯେ ପରବର୍ତ୍ତୀ ଶୁଣାଣି ବେଳେ ସେ ନିଶ୍ଚିତ ଉପସ୍ଥିତ ରହିବେ।

Advertisment

ଓକିଲ ଆହୁରି କହିଛନ୍ତି ଯେ “ଆମେ ଯେତେ ଶୀଘ୍ର ସମ୍ଭବ ହେବ ଅଦାଲତରେ ମେଡିକାଲ୍ ରିପୋର୍ଟ୍ ଓ ଇନ୍‌କମ୍ ଟେକ୍ସ ରିଟର୍ଣ୍ଣ ଜମା କରିଦେବୁ।” ତେବେ ପରବର୍ତ୍ତୀ ଶୁଣାଣି ପାଇଁ ଅଦାଲତ ନୂଆ ତାରିଖ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ପରବର୍ତ୍ତୀ ଶୁଣାଣି ବେଳେ ହନୀ ସିଂ ନିଶ୍ଚିତ ଉପସ୍ଥିତ ରହିବା ଜରୁରୀ। ତାଙ୍କ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦ରେ ଅଛି।

ପ୍ରକାଶଥାଉ ଯେ ହନୀ ସିଂଙ୍କ ପତ୍ନୀ ଶାଲିନୀ ତଲୱାର ଅଗଷ୍ଟ ୩୦ରେ ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା ନେଇ ଅଭିଯୋଗ କରିଥିଲେ। ‘ଘରୋଇ ହିଂସାରେ ମହିଳାଙ୍କ ସୁରକ୍ଷା ଆଇନ’ ବଳରେ ପୋଲିସ୍ ତାଙ୍କ ବିରୋଧରେ ମାମଲା ଦାଖଲ କରିଛି। ଶାଲିନୀ ତଲୱାର ହନୀ ସିଂ ଓ ତାଙ୍କ ପରିବାର ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ‘ଘରୋଇ ହିଂସାରେ ମହିଳାଙ୍କ ସୁରକ୍ଷା ଆଇନ’ ବଳରେ ୧୦କୋଟି କ୍ଷତିପୂରଣ ନେଇ ଦାବି ମଧ୍ୟ କରିଛନ୍ତି।

Advertisment

ନିକଟରେ ହନୀ ସିଂ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହି ମାମଲାକୁ ନେଇ ଏକ ବିବୃତ୍ତି ଦେଇଥିଲେ। ଏଥିରେ ସେ କହିଥିଲେ ଯେ “ମୋ ପତ୍ନୀ ଶାଲିନୀ ସିଂହ ଦ୍ୱାରା କରାଯାଇଥିବା ସବୁ ଅଭିଯୋଗ ମିଛ। ଏହି ଆରୋପ ନେଇ ମୁଁ ଖୁବ ଦୁଃଖି। ମୁଁ ପୂର୍ବରୁ କେବେ ବି ପବ୍ଲିକ୍ ଷ୍ଟେଟ୍‌ମେଣ୍ଟ ଦେଇ ନାହିଁ।”

Entertainment Honey Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ