Advertisment

‘କେଜିଏଫ୍ ୨’ ଏବଂ ‘କାନ୍ତାରା’ ପରେ ନିଆଁ ଲଗେଇବ ଏହି ଫିଲ୍ମ

‘କେଜିଏଫ୍ ୨’ ଏବଂ ‘କାନ୍ତାରା’ ସହିତ ‘ହୋମ୍ବଲେ ଫିଲ୍ମସ୍’ ଦର୍ଶକଙ୍କ ହୃଦୟ ଉପରେ ରାଜ୍ କରିସାରିଛି। ଇଣ୍ଡଷ୍ଟ୍ରୀ ଏବେ ଏହାର ପରବର୍ତ୍ତୀ ଚଳଚ୍ଚିତ୍ର ସହିତ ଫେରିବା ନେଇ ସଜବାଜ ହେଉଛି। ଏହାର ପ୍ରଥମ ଲୁକ୍ ଜାରି ହୋଇଛି। ପୋଷ୍ଟର୍ କହୁଛି ନିଆଁ ଲଗେଇବ ଫିଲ୍ମ।

ଅଦ୍ୟତନ ହୋଇଛି
Dhoomam First Look

Hombale films released first look dhoomam

Advertisment

‘କେଜିଏଫ୍ ୨’ ଏବଂ ‘କାନ୍ତାରା’ ସହିତ ‘ହୋମ୍ବଲେ ଫିଲ୍ମସ୍’ ଗତ କିଛି ବର୍ଷ ହେବ ସମଗ୍ର ବିଶ୍ୱରେ ଦର୍ଶକଙ୍କ ହୃଦୟ ଉପରେ ରାଜ୍ କରିସାରିଛି ଏବଂ ବକ୍ସ ଅଫିସ୍ ୱିଣ୍ଡୋରେ ମଧ୍ୟ ଜଲ୍‌ୱା ଦେଖେଇଛି। ଏହି ମେଗା-ବ୍ଲକ୍‌ବଷ୍ଟର୍ ଫିଲ୍ମ ସହିତ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ସ୍ଥାନ ତିଆରି କରିବା ପରେ ‘ହୋମ୍ବଲେ ଫିଲ୍ମସ୍’ ଏହାର ପରବର୍ତ୍ତୀ ଚଳଚ୍ଚିତ୍ର 'ଧୁମମ୍' ସହିତ ଫେରିବା ନେଇ ସଜବାଜ ହେଉଛି।

Advertisment

ଏହି ଚଳଚ୍ଚିତ୍ରରେ ଫହାଦ୍ ଫସିଲ୍ ଏବଂ ଜାତୀୟ ପୁରସ୍କାର ବିଜେତା ଅପର୍ଣ୍ଣା ବାଲମୁରଲୀ ଅଛନ୍ତି। ମହୁରତ ସୁଟ୍ ସହିତ ଫିଲ୍ମ ଘୋଷଣା ହେବା ପରଠାରୁ ଏହାକୁ ନେଇ ଲୋକଙ୍କ ଭିତରେ ଚର୍ଚ୍ଚା ତିଆରି କରିବାକୁ ବାଧ୍ୟ କରିଛି। ଦିନକୁ ଦିନ ବଢୁଥିବା ଆଶାକୁ ଆହୁରି ବଢେଇବା ନେଇ ‘ହୋମ୍ବଲେ ଫିଲ୍ମସ୍’ ‘ଧୁମମ୍‌’ର ପ୍ରଥମ ଲୁକ୍ ଜାରି କରିଛି |

ଦେଖନ୍ତୁ ଭିଡିଓ | ଆସୁଛି KGF ପାର୍ଟ ୩

‘ହୋମ୍ବଲେ ଫିଲ୍ମସ୍’ ସୋସିଆଲ ମିଡିଆରେ ଏହାର ଏକ ଆକର୍ଷଣୀୟ ଫାଷ୍ଟ୍ ଲୁକ୍ ପୋଷ୍ଟର୍‌ ଶେୟାର କରିଛି। ଏଥିରେ ଫହାଦ୍ ଫସିଲ୍ ଏବଂ ଅପର୍ଣ୍ଣା ବାଲମୁରାଲୀ ନଜର ଆସିଛନ୍ତି। ଏହା ସହ ସେ କ୍ୟାପ୍‌ସନ୍‌ରେ ଲେଖିଛି, 'ଅଗ୍ନି ବିନା ଧୂଆଁ ନାହିଁ, ଏହା ହେଉଛି ପ୍ରଥମ ସ୍ପାର୍କ। #Dhoomam ର ଫାଷ୍ଟ୍ ଲୁକ୍।

Advertisment

ପୱନ କୁମାରଙ୍କ ନିର୍ଦ୍ଦେଶିତ ‘ଧୁମମ୍‌’, ‘ଟାଇସନ’ ପରେ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ‘ହୋମ୍ବଲେ ଫିଲ୍ମସ’ର ଦ୍ୱିତୀୟ ଚଳଚ୍ଚିତ୍ର। ଧୁମମ୍‌ ମାଲାୟାଲମ୍, କନ୍ନଡ, ତାମିଲ ଏବଂ ତେଲୁଗୁ ସମେତ ୪ଟି ଭାଷାରେ ମୁକ୍ତିଲାଭ କରିବ। ଧୁମମ୍ ବ୍ୟତୀତ ‘ହୋମ୍ବଲେ ଫିଲ୍ମସ’ର ‘ସାଲାର’, ଯାହା ବର୍ଷର ସବୁଠାରୁ ବଡ ଚଳଚ୍ଚିତ୍ର ବୋଲି ଦାବି କରାଯାଇପାରେ ଏବଂ 'ୟୁଭା' ପରି ପାନ୍‌ ଇଣ୍ଡିଆ ଚଳଚ୍ଚିତ୍ର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

Advertisment

ଅଧିକ ପଢ଼ନ୍ତୁ: ରାକେଶ ରୋଶନଙ୍କ ସୂଚନା: ପରଦାକୁ ଆସିବ 'କ୍ରିଶ୍‌ ୪'

Tollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ