Hindi National Language Row
ହିନ୍ଦୀ ଜାତୀୟ ଭାଷା ନୁହେଁ ଏଭଳି ମନ୍ତବ୍ୟ ଦେଇ ଏବେ ବିବାଦରେ କନ୍ନଡ ଅଭିନେତା କିଚ୍ଚା ସୁଦୀପ। ଏହି ମନ୍ତବ୍ୟ ଏବେ ଏମିତି ବିବାଦ ସୃଷ୍ଟି କରିଛି, ଯାହାକି ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ଓ ବଲିଉଡ୍କୁ ଦୁଇ ଭାଗ କରିଛି। ସୁଦୀପଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ଅଜୟ ଦେବଗନ୍।
ଅଜୟ ଦେବଗନ୍ କହିଛନ୍ତି, ଆପଣଙ୍କ ଅନୁସାରେ, ଯଦି ହିନ୍ଦୀ ଆମର ଜାତୀୟ ଭାଷା ନୁହେଁ, ତା’ହେଲେ ଆପଣ ଆପଣଙ୍କ ମାତୃଭାଷାରେ ତିଆରି ହୋଇଥିବା ଫିଲ୍ମକୁ ହିନ୍ଦୀରେ କାହିଁକି ଡବ୍ କରି ରିଲିଜ୍ କରୁଛନ୍ତି ? ହିନ୍ଦୀ ଆମର ମାତୃଭାଷା ଥିଲା, ଅଛି ଓ ରହିବ। ସୁଦୀପ ମଧ୍ୟ ଏହାର ଜବାବ ରଖିଛନ୍ତି। ଅଜୟ ଓ ସୁଦୀପଙ୍କ ଟ୍ୱିଟର ୱାର୍ ପରେ ଏହି ପ୍ରସଙ୍ଗରେ ବଲିଉଡ୍ ଓ ସାଉଥ୍ ସିନେମା ଫ୍ୟାନ୍ସ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।
— Kichcha Sudeepa (@KicchaSudeep) April 27, 2022
And sir @ajaydevgn ,,
I did understand the txt you sent in hindi. Tats only coz we all have respected,loved and learnt hindi.
No offense sir,,,but was wondering what'd the situation be if my response was typed in kannada.!!
Don't we too belong to India sir.
🥂
— Kichcha Sudeepa (@KicchaSudeep) April 27, 2022
ସାଉଥ୍ ସିନେମା ଫ୍ୟାନ୍ସ ଅଜୟଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି। ଭାରତୀୟ ସମ୍ବିଧାନରେ ଜାତୀୟ ଭାଷା ଭାବେ କାହାକୁ ମାନ୍ୟତା ମିଳିନି। ତେଣୁ ଅଜୟଙ୍କ ବୟାନ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷେ, ହିନ୍ଦୀ ଫ୍ୟାନ୍ସ ମଧ୍ୟ ସୁଦୀପଙ୍କ ବୟାନକୁ ସମାଲୋଚନା କରିଛନ୍ତି।
ସୂଚନାଥାଉ କି, ଦୁଇ ଦିନ ପୂର୍ବେ ଏକ ସାକ୍ଷାତକାରରେ ଦକ୍ଷିଣ ଭାରତୀୟ ଫିଲ୍ମ ହିନ୍ଦୀ ରାଜ୍ୟରେ ହିଟ୍ ହେବାକୁ ନେଇ ଆଲୋଚନା ହୋଇଥିଲା। ସାକ୍ଷାତକାରରେ ସୁଦୀପ ହିନ୍ଦୀକୁ ଜାତୀୟ ଭାଷା ନୁହେଁ ବୋଲି କହିବା ସହ ଏହା ଅନ୍ୟ ଆଞ୍ଚଳିକ ଭାଷା ସହ ଏହା ସମାନ ବୋଲି କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/_______1651137071.jpg)