Advertisment

ବଲିଉଡ୍‌ରେ ଚାଲିଛି ବୟକଟ୍ ଟ୍ରେଣ୍ଡ୍‌; ହିନ୍ଦୀ ତାରକା ଏବେ ସାଉଥ୍ ମୁହାଁ

ବଲିଉଡ୍‌ରେ ବୟକଟ୍ ଟ୍ରେଣ୍ଡ୍‌ ଯୋଗୁଁ ଫ୍ଲପ୍ ହେଉଛି ସବୁ ଫିଲ୍ମ। ଏହାରି ଭିତରେ ବ୍ଲକ୍‌ ବ୍ଲଷ୍ଟର୍‌ର ସବୁ ରେକର୍ଡ ଭାଙ୍ଗୁଛି ସାଉଥ୍ ଫିଲ୍ମ। ଏନେଇ ବଲିଉଡ୍‌ ତାରକା ଏବେ ସାଉଥ୍ ମୁହାଁ ହେଉଛନ୍ତି। ଦେଖନ୍ତୁ କେଉଁମାନେ ଅଛନ୍ତି ଏହି ତାଲିକାରେ।

Hindi movie stars will come in south films

Hindi movie stars will come in south films

Advertisment

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ଗତ କିଛି ବର୍ଷ ମଧ୍ୟରେ ସବୁ ରେକର୍ଡ ଭାଙ୍ଗି ଦର୍ଶକଙ୍କୁ ବ୍ଲକବଷ୍ଟର ଫିଲ୍ମର ଏକ ସିରିଜ୍ ଦେଉଛି। ବାହୁବଳୀ, ପୁଷ୍ପା ଏବଂ କେଜିଏଫ୍ ଫିଲ୍ମର ଫ୍ରାଞ୍ଚାଇଜ୍ ଦ୍ୱାରା ସାଉଥ୍ ସିନେମା ଲୋକପ୍ରିୟ ହୋଇଛି। ନିକଟରେ ରିଲିଜ୍ ହୋଇଥିବା ‘କାର୍ତ୍ତିକେୟ ୨’ ଓ ‘ସୀତା ରାମମ’ ମଧ୍ୟ ସାରା ଦେଶରେ ଦର୍ଶକଙ୍କୁ ପ୍ରଭାବିତ କରିଛି। ଏହି କାରଣରୁ ହିନ୍ଦୀ ସିନେମାର ତରଙ୍ଗ ଏବେ ଫିକା ପଡିଯାଇଛି।

Advertisment

ଏଭଳି ପରିସ୍ଥିତିରେ ବଲିଉଡ୍‌ର କିଛି ତାରକା ଟଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କର ଆଗାମୀ ଫିଲ୍ମ ଦର୍ଶକଙ୍କ ମଧ୍ୟରେ ଉତ୍ସାହର ଲହରୀ ସୃଷ୍ଟି କରିଛି। ତେବେ ଆସନ୍ତୁ ସେହି ହିନ୍ଦୀ ତାରକାମାନଙ୍କ ବିଷୟରେ ଜାଣିନେବା ଯେଉଁମାନେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଅଣ୍ଟା ଭିଡିଛନ୍ତି।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ:

ଦୀର୍ଘ ଦିନ ପରେ ମଣିରତ୍ନମ୍ ପିରିୟଡ୍ ଆକ୍ସନ୍ ଡ୍ରାମା 'ପୋନିୟିନ୍ ସେଲଭନ୍: ପାର୍ଟ ୱାନ୍' ମାଧ୍ୟମରେ ଐ ଶ୍ୱର୍ଯ୍ୟା ରାୟ ବଚ୍ଚନ ରୂପେଲି ପରଦାରେ ନଜର ଆସିବେ। ଏହି ଫିଲ୍ମ ସେପ୍ଟେମ୍ବର ୩୦ରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି। ଫିଲ୍ମରେ ଐଶ୍ୱର୍ଯ୍ୟା ନନ୍ଦିନୀ ଏବଂ ମନ୍ଦାକିନୀ ଭାବେ ଦ୍ୱୈତତ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଜୟମ ରବି, ଚିୟାନ ବିକ୍ରମ, କାର୍ଥି ଏବଂ ତୃଶାଙ୍କ ସହ ଆହୁରି ଅନେକଙ୍କୁ ଦେଖିବାକୁ ମିଳିବ।

Advertisment

କିଆରା ଆଡଭାନୀ:

ଅଭିନେତା ରାମ ଚରଣଙ୍କ ସହ ତେଲୁଗୁ ଫିଲ୍ମ 'ସରକାରୋଡୁ'ରେ କିଆରା ଆଡଭାନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହାର ନିର୍ଦ୍ଦେଶନା ସିନେ ନିର୍ମାତା ଶଙ୍କର କରୁଥିବା ବେଳେ ମୁଖ୍ୟ ଭୂମିକାରେ ଅଞ୍ଜଲି ଓ ନବୀନ ଚନ୍ଦ୍ରାଙ୍କୁ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ଏହି ଫିଲ୍ମ ବଡ ପରଦାରେ ଆସିବ ବୋଲି ଆଶା କରାଯାଉଛି।

ଦୀପିକା ପାଦୁକୋନ:

ଦୀପିକା ପାଦୁକୋନ ବହୁ ପ୍ରତୀକ୍ଷିତ ଫିଲ୍ମ 'ପ୍ରୋଜେକ୍ଟ କେ'ରେ ପ୍ରଭାସଙ୍କ ସହ ନଜର ଆସିବେ। ନାଗ ଅଶ୍ୱିନଙ୍କ ଦ୍ୱାରା ଅଭିନିତ ଏହି ଫିଲ୍ମର କାହାଣୀ ‘ବିଶ୍ୱଯୁଦ୍ଧ ୩’ ର ବୋଲି କୁହାଯାଉଛି। ଏହି ଫିଲ୍ମ ଆସନ୍ତା ବର୍ଷ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।

Advertisment

ସଲମାନ ଖାନ:

ସଲମାନ ମେଗାଷ୍ଟାର ଚିରଞ୍ଜୀବୀଙ୍କ ସହ ତାଙ୍କ ଫିଲ୍ମ 'ଗଡ୍‌ଫାଦର'ରେ ଏଣ୍ଟ୍ରି କରିଛନ୍ତି ଯାହା ମାଲାୟାଲମ୍ ଫିଲ୍ମ ‘ଲୁସିଫର୍’ର ରିମେକ୍। ଏହି ତେଲୁଗୁ ଫିଲ୍ମ ହେଉଛି ଜଣେ ରହସ୍ୟମୟ ବ୍ୟକ୍ତିର କାହାଣୀ ଯିଏ ତାଙ୍କ ମୃତ୍ୟୁ ପରେ ଜଣେ ରାଜନୈତିକ ନେତାଙ୍କ ସିଂହାସନ ସମ୍ଭାଳେ। ଅକ୍ଟୋବର ୫ ରେ ‘ଗଡଫାଦର’ ବଡ ପରଦାରେ ମୁକ୍ତିଲାଭ କରିବ।

ପୂର୍ବରୁ ଆଲିଆ ଭଟ୍ଟ ଏସ୍ଏସ୍ ରାଜାମୌଲିଙ୍କ RRR ମାଧ୍ୟମରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିସାରିଛନ୍ତି ଯେଉଁଥିରେ ତାଙ୍କୁ ରାମ ଚରଣଙ୍କ ଗର୍ଲଫ୍ରେଣ୍ଡ ଭାବରେ ଦେଖାଯାଇଥିଲା। ଏବେ କୁହାଯାଉଛି ଯେ ସେ Jr NTR ଙ୍କ ସହ ପରବର୍ତ୍ତୀ ଫିଲ୍ମରେ ଆସିପାରନ୍ତି।

Deepika Padukone Salman Khan Bollywood Alia Bhatt Kiara Advani Aishwarya Rai Bachchan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ