Advertisment

ଟ୍ରେଲର ରିଲିଜ୍‌ ହେଉ ହେଉ ସୋସିଆଲ ମିଡିଆରେ ଧୁମ୍‌ ମଚାଇଲା ସାହିଦଙ୍କ ଫିଲ୍ମ ‘ଜର୍ସି’

ଅଭିନେତା ସାହିଦ୍‌ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସି’ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର୍ ରିଲିଜ୍ ହେଉ ହେଉ ସୋସିଆଲ୍ ମିଡିଆରେ ଏହା ଧୁମ୍ ମଚାଇଛି।

ଅଦ୍ୟତନ ହୋଇଛି
Film JERSEY

Film JERSEY

Advertisment

ମୁମ୍ବାଇ: କ୍ରିକେଟ୍...କ୍ୟାରିୟର୍...ଲଭ୍...ଫ୍ୟାମିଲି...କାହାକୁ ବାଛିବେ ? କାହାକୁ ନିଜ ପାଖରେ ରଖିବେ। ଯାହା ପାଇଁ କ୍ରିକେଟ୍ ଛାଡ଼ିଥିଲେ ଏବେ ତା ସାମ୍ନାରେ ନିଜ ସମ୍ମାନ ବଜାୟ ରଖିବାକୁ ପୁଣି ଥରେ ବ୍ୟାଟ୍ ଧରିବାକୁ ପଡ଼ିଲା। ଏଭଳି କିଛି କାହାଣୀକୁ ନେଇ ରିଲିଜ୍ ହେବାକୁ ଯାଉଛି ବଲିଉଡ୍‌ ଫିଲ୍ମ ‘ଜର୍ସି’। ଅଭିନେତା ସାହିଦ୍‌ କପୁରଙ୍କ ବହୁ ପ୍ରତୀକ୍ଷିତ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି।  

Advertisment

ସାହିଦ୍‌ଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ର ଟ୍ରେଲର୍ ରିଲିଜ୍ ହେଉ ହେଉ ସୋସିଆଲ୍ ମିଡିଆରେ ଏହା ଧୁମ୍ ମଚାଇଛି। ସାହିଦ୍‌ଙ୍କ ଡ୍ୟାଶିଂ ଲୁକ୍ ଓ କ୍ରିକେଟର୍ ଅବତାର ଲୋକଙ୍କୁ ବେଶ୍ ପସନ୍ଦ ଆସିଛି। ତେଲୁଗୁରେ ମୂଳ ଫିଲ୍ମ ‘ଜର୍ସି’ର ଏ ହେଉଛି ରିମେକ୍।  ନେଚୁରାଲ୍ ଷ୍ଟାର୍ ନାନିଙ୍କ ଅବିକଳ ଲୁକ୍ ଓ ଷ୍ଟାଇଲ୍‌କୁ ଏଥିରେ କପି କରାଯାଇଛି। ହେଲେ ସାହିଦ୍‌ଙ୍କ ବିନ୍ଦାସ୍ ଆଟିଟ୍ୟୁଡ୍‌, ଷ୍ଟାଇଲିସ୍ ଡାଇଲଗ୍ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି। 

ରଣଜୀ ଖେଳାଳିଙ୍କ କାହାଣୀ ଉପରେ ଫିଲ୍ମ ‘ଜର୍ସି’ ଆଧାରିତ। ଜଣେ ପ୍ରତିଭାବାନ ଖେଳାଳିଙ୍କ ଜୀବନରେ ଏମିତି କିଛି ଘଟେ ଯାହା ତାଙ୍କୁ କ୍ରିକେଟ୍ ଛାଡ଼ିବାକୁ ବାଧ୍ୟ କରେ। ଫ୍ୟାମିଲ୍ ଲାଇଫ୍‌କୁ ସମ୍ଭାଳିବା ପାଇଁ ପ୍ରତିଟି ମୂହୁର୍ତ୍ତରେ ସଂଘର୍ଷ କରିବାକୁ ପଡ଼ିଥାଏ। ତେବେ ପୁଅର ନିବେଦନ ଓ ପୁଅ ସମ୍ନାରେ ବାପା ନିଜ ସମ୍ମାନକୁ ରଖିବାକୁ ପୁଣିଥରେ କ୍ରିକେଟ୍‌କୁ ଫେରଛନ୍ତି। ଜର୍ସିର ଏହି ସ୍ପୋଟର୍ସ ଡ୍ରାମାକୁ ସାଉଥ୍‌ରେ ଅଡିଏନ୍ସଙ୍କ ଥମ୍ସ ଅପ୍ ମିଳିଥିଲା।

Advertisment

ନିର୍ଦ୍ଦେଶକ ଗୌତମ ଏହାକୁ ହିନ୍ଦୀରେ ରିମେକ୍ କରିବାକୁ ଭାବିଥିଲେ। ଆଉ କବିର ସିଂ ପରେ ସାଉଥରେ ପରିଚିତ ହୋଇଥିବା ସାହିଦ୍ ବନି ଯାଇଥିଲେ ଜର୍ସି ପାଇଁ ପ୍ରଥମ ପସନ୍ଦ। ଫିଲ୍ମରେ ସାହିଦ୍‌ଙ୍କ ବିପକ୍ଷରେ ମୃଣାଳ ଠାକୁରଙ୍କୁ ଲିଡ୍‌ରେ ଦେଖିବାକୁ ମିଳିବ। ଡିସେମ୍ବର ୩୧ରେ ବଡ଼ ସ୍କ୍ରିନ୍‌ରେ ଜର୍ସି ରିଲିଜ୍ ହେବ। 

Shahid Kapoor Film Jersey Trailer Bollywood Film Jersey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ