Advertisment

ପୁଣି କୃତି ସେନନ୍‌ଙ୍କ ସହ ହ୍ୱିସିଲ୍ ବଜେଇଲେ ଟାଇଗର୍

ଟାଇଗରଙ୍କ ଆଗାମୀ ଫିଲ୍ମର ଏକ ନୂଆ ଟ୍ରାକ୍ ରିଲିଜ୍ ହୋଇଛି। ଏହା ପୁରୁଣା ଫିଲ୍ମକୁ ମନେ ପକେଇଦେବ। ଏହା ହେଉଛି 'ମେରେ ନାଲ୍ ତୁ ହ୍ୱିସିଲ୍ ବାଜା ୨.୦'। ଏଥିରେ କୃତୀ ସେନନ୍‌ଙ୍କ ସହ ଧମାଲ କରୁଛନ୍ତି ଟାଇଗର୍।

Heropanti-2 new song whistle baja 2-0 was released

Heropanti-2 new song whistle baja 2-0 was released

Advertisment

'ହିରୋପନ୍ତୀ ୨'ର ନୂଆ ଗୀତ 'ମେରେ ନାଲ୍ ତୁ ହ୍ୱିସିଲ୍ ବାଜା ୨.୦' ଆଜି ମୁକ୍ତିଲାଭ କରିଛି। ଏହି ଗୀତରେ ଟାଇଗର କୃତି ସେନନଙ୍କ ସହ ନଜର ଆସିଛନ୍ତି। ଗୀତରେ ଉଭୟଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଛି।

Advertisment

ପ୍ରକାଶଥାଉ ଯେ ପ୍ରଶଂସକଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ଖୁବ୍ ଶୀଘ୍ର ପରଦାକୁ ଆସୁଛି 'ହିରୋପନ୍ତୀ ୨'। ଏପ୍ରିଲ ୨୯ରେ ଏହି ଫିଲ୍ମ ରିଲିଜ ହେବ। ଏହା ୨୦୧୪ରେ ମୁକ୍ତିଲାଭ କରିଥିବା 'ହିରୋପନ୍ତୀ'ର ଦ୍ୱିତୀୟ ଭାଗ। ଟାଇଗର ଶ୍ରଫ୍‌ ଏହି ଫିଲ୍ମ ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଏବଂ ବର୍ତ୍ତମାନ ୬ ବର୍ଷ ପରେ ସେ ପୁଣି ଥରେ 'ହିରୋପନ୍ତୀ ୨'ରେ ନଜର ଆସିବେ। ଟାଇଗରଙ୍କ ସହ ଏହି ଫିଲ୍ମରେ ନୱାଜୁଦ୍ଦିନ ସିଦ୍ଦିକି ଓ ତାରା ସୂତାରିଆଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ପୂର୍ବରୁ ଫିଲ୍ମର ଟ୍ରେଲର ଓ ଗୀତଗୁଡ଼ିକ ପ୍ରଶଂସକଙ୍କୁ ଆକର୍ଷିତ କରିସାରିଛି। ଏବେ ନିର୍ମାତା ପୁଣି ଥରେ ଦର୍ଶକଙ୍କୁ ଆକର୍ଷିତ କରିବାର ଉପାୟ ଖୋଜିଛନ୍ତି। ନିର୍ମାତା ଟାଇଗରଙ୍କ ଆଗାମୀ ଫିଲ୍ମର ଏକ ନୂଆ ଟ୍ରାକ୍ ରିଲିଜ୍ କରିଛନ୍ତି, ଯାହା ଆପଣଙ୍କୁ ପୁରୁଣା ଫିଲ୍ମକୁ ମନେ ପକେଇଦେବ। ଏହା ହେଉଛି 'ମେରେ ନାଲ୍ ତୁ ହ୍ୱିସିଲ୍ ବାଜା ୨.୦'। ଏହା ହେଉଛି 'ହିରୋପନ୍ତୀ'ର ଲୋକପ୍ରିୟ ଟ୍ରାକ୍ ' ହ୍ୱିସିଲ୍ ବାଜା'ର ନବୀକରଣ ହୋଇଥିବା ସଂସ୍କରଣ। ଏହି ଗୀତଟି ସେତେବେଳେ ଦର୍ଶକଙ୍କ ମଧ୍ୟରେ ଏକ ବଡ଼ ହିଟ୍ ହୋଇଥିଲା।

Advertisment

ପ୍ରକାଶଥାଉ ଯେ ଯେତେବେଳେ ନିର୍ମାତା 'ହିରୋପନ୍ତୀ ୨'ର ଆରମ୍ଭ କରିବାକୁ ଯୋଜନା କଲେ, ସେତେବେଳେ ' ହ୍ୱିସିଲ୍ ବାଜା ୨.୦' ର ଯୋଜନା ମଧ୍ୟ ଆରମ୍ଭ ହୋଇଥିଲା। ସେହି ଗୀତଟି ଅନେକ ଦିନ ଧରି ମ୍ୟୁଜିକ୍ ଚାର୍ଟରେ ନିଜର ସ୍ଥାନ ବଜାୟ ରଖିଥିଲା। ତେବେ ନୂତନ ସଂସ୍କରଣକୁ ନେଇ ଅନୁମାନ କରାଯାଉଛି ଯେ ପ୍ରଶଂସକମାନେ ଏହାକୁ ମଧ୍ୟ ସମାନ ଭଲ ପାଇବା ଦେବେ।

'ହିରୋପନ୍ତୀ ୨' ହେଉଛି ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍, ରୋମାନ୍ସ ଏବଂ ଡ୍ରାମା ଫିଲ୍ମ। ଟ୍ରେଲର୍‌ରେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଚରିତ୍ର ଏକ ଭିନ୍ନ ଶୈଳୀରେ ଦେଖାଦେଇଛି। ଏଥିସହିତ ଟାଇଗର୍‌ଙ୍କୁ ଅନେକ ଆକ୍ସନ୍ ଦୃଶ୍ୟ କରୁଥିବା ଦେଖିବାକୁ ମିଳିଥିବା ବେଳେ ତାରା ସୂତାରିଆଙ୍କ ସହିତ ତାଙ୍କର ରୋମାନ୍ସ ମଧ୍ୟ ଦେଖିବାକୁ ମିଳେ। ଏହା ସହିତ ଭେଟେରାନ୍ ଅଭିନେତ୍ରୀ ଅମୃତା ସିଂ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସନ୍ତି।

Advertisment
Bollywood Heropanti 2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ