Hema Malini travel in Mumbai metro and take auto ride from dn nagar to juhu
ଆଜିକାଲି ଯାହା ପାଖରେ ଟଙ୍କା ହୋଇଗଲା ସେମାନେ ଅଟୋ ଭଳି ସର୍ବସାଧାରଣ ଯାନରେ ଯିବାକୁ ନାକ ଟେକୁଛନ୍ତି। ଅଟୋରେ କେବଳ ସାଧାରଣ ଲୋକେ ଯାଆନ୍ତି ବୋଲି ସମସ୍ତଙ୍କ ଧାରଣ ହୋଇଛି। କିନ୍ତୁ ଯେତେବେଳେ ଆମେ ହଠାତ କୌଣସି ନାମିଦାମୀ ଲୋକଙ୍କୁ ଏଭଳି ସର୍ବସାଧାରଣ ଯାନରେ ଦେଖୁ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ।
ଗତ କିଛି ବର୍ଷ ହେଲା, ଅଟୋରେ ଯାତ୍ରା କରୁଥିବା ବଲିଉଡ୍ ସେଲିବ୍ରିଟିମାନଙ୍କ ଖବର ବାରମ୍ବାର ଚର୍ଚ୍ଚାକୁ ଆସୁଛି। ଆପଣମାନେ ଜାହ୍ନଭୀ କପୁର, ଆଲିଆ ଭଟ୍ଟ, ସନ୍ନି ଲିଓନଙ୍କ ପରି ଅନେକ ଅଭିନେତ୍ରୀଙ୍କୁ ବେଳେବେଳେ ଅଟୋରେ ଜିମ୍ କିମ୍ବା ରେଷ୍ଟୁରାଣ୍ଟକୁ ଯିବାର ଦେଖିଥିବେ। କିନ୍ତୁ ମୁମ୍ବାଇ ମେଟ୍ରୋରେ ଯାତ୍ରା କରୁଥିବା କୌଣସି ସେଲିବ୍ରିଟିଙ୍କୁ କ୍ୱଚିତ୍ ଦେଖିଥିବେ।
ହେମା ମାଳିନୀ ଗୋଟିଏ ପୋଷ୍ଟ୍ରେ ଲେଖିଛନ୍ତି, “ମୁଁ ଆପଣମାନଙ୍କ ସହିତ ମୋର ଅନନ୍ୟ, ଅଦ୍ଭୁତ ଅନୁଭୂତି ବାଣ୍ଟିବାକୁ ଚାହୁଛି। କାର୍ରେ ଦହିସର ପହଞ୍ଚିବାକୁ ୨ ଘଣ୍ଟା ସମୟ ଲାଗିଲା, ଏହା ଖୁବ୍ ଯନ୍ତ୍ରଣାଦାୟକ ଥିଲା! ସନ୍ଧ୍ୟାରେ ମୁଁ ମେଟ୍ରୋରେ ଯିବାକୁ ସ୍ଥିର କଲି। ପ୍ରକୃତରେ ଏହା ଅତ୍ୟନ୍ତ ଆରାମଦାୟକ ଏବଂ ଆନନ୍ଦଦାୟକ ଥିଲା। ଆରମ୍ଭରୁ ଟିକେ ଅସୁବିଧା ହୋଇଥିଲା, କିନ୍ତୁ ଏହା ଚାଲିବା ପରେ ଅତି ଦ୍ରୁତ ଆଉ ଆରାମରେ ଗଲା ଆଉ ଅଧ ଘଣ୍ଟା ମଧ୍ୟରେ ଜୁହୁରେ ପହଞ୍ଚିଗଲା।”
ତେବେ ସବୁଠାରୁ ମଜା କଥା ହେଲା ମେଟ୍ରୋ ଭିତରେ ହେମାଙ୍କୁ ଦେଖି ପ୍ରଶଂସକମାନେ ଖୁବ୍ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଯାଇଥିଲେ। ତାଙ୍କ ସହ ସେଲ୍ଫି ନେବାର ସୁଯୋଗକୁ ହାତଛଡା କରିନଥିଲେ। ଭିଡିଓ ଦେଖିଲେ ଆପଣ ଜାଣିପାରିବେ ସେମାନେ କେତେ ଖୁସି ହୋଇଯାଉଛନ୍ତି ଆଉ ହେମାଙ୍କ ସହ ଫଟୋ ଉଠାଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681289055.jpg)