ପ୍ରଶଂସକଙ୍କ ସହ ଏମିତି ବ୍ୟବହାର କଲେ ଅଭିନେତ୍ରୀ, ୟୁଜର୍ସ କହିଲେ ବଡ଼ ଲୋକ ଛୋଟ ହୃଦୟ

ଫଟୋ ଉଠାଇବା ବେଳେ ବିରକ୍ତ ହେଲେ ହେମାମାଳିନୀ । ଜଣେ ପ୍ରଶଂସକଙ୍କ ସହିତ ବ୍ୟବହାରକୁ ନେଇ ୟୁଜର୍ସଙ୍କ ସମାଲୋଚନା ।

Hema Malini

ପ୍ରଶଂସକଟିଏ ସେଲିବ୍ରେଟିଙ୍କୁ ଭେଟିବାର ସୁଯୋଗ ପାଇଲେ ସେହି ମୁହୁର୍ତ୍ତକୁ ସ୍ମରଣୀୟ କରିବାକୁ ଇଛା ପ୍ରକାଶ କରିଥାଏ । ବାସ୍ତବ ଜୀବନରେ ନିଜ ଆଦର୍ଶଙ୍କୁ ସାମ୍ନାରେ ଦେଖିବା କ୍ଷଣି ଆଦର ଓ ଭଲପାଇବା ଅଜାଡ଼ି ଦେଇଥାଏ । ମାତ୍ର ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ସମସ୍ତେ ନାପସନ୍ଦ କରୁଛନ୍ତି । ଭିଡିଓରେ ଭେଟେରାନ ଅଭିନେତ୍ରୀ ହେମାମାଳିନୀ ତାଙ୍କର ଜଣେ ଫ୍ୟାନ୍ସଙ୍କୁ ଭେଟୁଛନ୍ତି । 

ନିକଟରେ ଏକ କାର୍ଯ୍ୟକ୍ରମରେ ହେମାମାଳିନୀଙ୍କ ସହ ଜଣେ ମହିଳା ଫ୍ୟାନ୍ସ ଫଟୋ ଉଠାଇବାକୁ ଚାହିଁଛନ୍ତି, ମାତ୍ର ହେମା ଅସହଜ ଅନୁଭବ କରିବା ସହ ମହିଳାଙ୍କୁ ହାତକୁ ପଛକୁ ଠେଲି ଦେଉଛନ୍ତି । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମହିଳା ପ୍ରଶଂସକ ଜଣଙ୍କୁ ହେମାମାଳିନୀଙ୍କ ଏପରି ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନେକ ୟୁଜର୍ସ ହେମାଙ୍କୁ ମହିଳାଙ୍କ ପ୍ରତି ଏପରି ବ୍ୟବହାରକୁ ସମାଲୋଚନା କରିଛନ୍ତି । ଏମିତିକି ନିର୍ବାଚନ ପ୍ରଚାର ସମୟରେ ହେମାଙ୍କ ବ୍ୟବହାର କିଛି ଅଲଗା ଥିଲା କହିଛନ୍ତି ।

ଆଉ କିଛି ୟୁଜର୍ସ ହେମାଙ୍କ ବ୍ୟବହାରକୁ ଜୟା ବଚ୍ଚନଙ୍କ ସହ ତୁଳନା କରିଛନ୍ତି । ହେମା ଜୀ ଜୟା ବଚ୍ଚନଙ୍କ ରୂପ ନେଇଛନ୍ତି କିଛି ଜଣ ବଡ଼ ଲୋକ ଛୋଟ ହୃଦୟ ବୋଲି କହି ସମାଲୋଚନା କରିଛନ୍ତି । ପୂର୍ବରୁ ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବାନେଇ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ରହିଥିଲେ ହେମାମାଳିନୀ । ହେମା କହିଥିଲେ, "୧୦୦ ଗ୍ରାମ ଅଧିକ ଓଜନ ହେବା ଆଶ୍ଚର୍ଯ୍ୟ ଲାଗୁଛି । ୧୦୦ ଗ୍ରାମ ମଧ୍ୟ ମହତ୍ତ୍ୱ ରଖେ, ସବୁ ମହିଳାଙ୍କ ପାଇଁ ଏହା ହେଉଛି ଏକ ଶିକ୍ଷା । ୧୦୦ ଗ୍ରାମ ଶୀଘ୍ର କମ କରିବାର ଥିଲା, ମାତ୍ର ସେ ସୁଯୋଗ ପାଇଲେନାହିଁ ।"