hema malini 75th birthday celebration with husband dharmendra
ହେମା ଗତକାଲି ଅର୍ଥାତ୍ ୧୬ ଅକ୍ଟୋବରରେ ତାଙ୍କର ୭୫ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଉତ୍ସବରେ ସୁପରଷ୍ଟାର ରେଖା, ଈଶା ଦେଓଲ, ଜୟା ବଚ୍ଚନ, ସଲମାନ ଖାନ, ବିଦ୍ୟା ବାଲାନ, ଅନୁପମ ଖେର ଏବଂ ଜ୍ୟାକି ଶ୍ରଫଙ୍କ ସହ ବହୁ ବଲିଉଡ୍ ସେଲିବ୍ରିଟି ଯୋଗ ଦେଇଥିଲେ।
ବର୍ତ୍ତମାନ ଏହି ଜନ୍ମଦିନ ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଡ୍ରିମ୍ ଗାର୍ଲ ସ୍ୱାମୀ ଧର୍ମେନ୍ଦ୍ର ଏବଂ ଝିଅ ଈଶା ଏବଂ ଅହାନା ଦେଓଲଙ୍କ ସହ କେକ୍ କାଟୁଥିବା ଦେଖିବାକୁ ମିଳେ। ଏହି ବିଶେଷ ଅବସରରେ ସେ ଭିଡିଓରେ ମଞ୍ଚରେ ନାଚିବା ଏବଂ ଗୀତ ଗାଉଥିବାର ମଧ୍ୟ ନଜର ଆସନ୍ତି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ହେମାଙ୍କ ପ୍ରେମରେ ପଡିଯାଇଛନ୍ତି।
ଜନ୍ମଦିନ ପାର୍ଟୀରେ ହେମା ଗୋଲାପୀ ରଙ୍ଗର ଶାଢି ସହ ମ୍ୟାଚିଙ୍ଗ୍ ବ୍ଲାଉଜ ଏବଂ ହିଲ ପିନ୍ଧିଥିବାର ନଜର ଆସନ୍ତି, ଯେଉଁଥିରେ ସେ ଖୁବ ସୁନ୍ଦର ଦେଖାଯାଉଛନ୍ତି। ଧର୍ମେନ୍ଦ୍ର ଏକ କଳା ସୁଟ୍ରେ ଖୁବ ହ୍ୟାଣ୍ଡସମ୍ ଲାଗୁଛନ୍ତି। ପାପାରାଜୀଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଭିଡିଓରେ ଅହାନା ଏବଂ ଈଶା ଦେଓଲଙ୍କ ବ୍ୟତୀତ ସୁପରଷ୍ଟାରଙ୍କ ଜ୍ୱାଇଁ ଏବଂ ନାତି ମଧ୍ୟ ନଜର ଆସିଛନ୍ତି।
ଏହି ପାର୍ଟୀରେ ଯେତେବେଳେ ‘ତୁନେ ଓ ରଙ୍ଗିଲେ କୈସେ ଯାଦୁ କିୟା’ ଗୀତ ବାଜୁଥିଲା ସେତେବେଳେ ହେମାଙ୍କ ଷ୍ଟାଇଲ୍ ଖୁବ୍ ଦେଖିଲା ଭଳି। ଏହି ଗୀତ ସହିତ ସେ ଯେଉଁଭଳି ଭାବେ ଭାବ ପ୍ରଦର୍ଶନ କରୁଥିଲେ ଯେ କେହି ବି ଦେଖିବ ସେ ଫିଦା ହୋଇଯିବ।
ହେମାଙ୍କ ଏସବୁ ଷ୍ଟାଇଲ୍ ଦେଖି ସେଠାରେ ଠିଆ ହୋଇଥିବା ଲୋକମାନେ ତାଙ୍କ ଭିଡିଓ ତିଆରି କରୁଥିବା ଦେଖିବାକୁ ମିଳେ। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ କହିଛନ୍ତି – “ତାଙ୍କର ସୌନ୍ଦର୍ଯ୍ୟ ଚିର ସବୁଜ।” ଭିଡିଓରେ ଶୁଭ ଜନ୍ମଦିନ ଏବଂ ହାର୍ଟ ଇମୋଜିର ସୁଅ ଛୁଟିବାରେ ଲାଗିଛି।
ପ୍ରକାଶଥାଉ ଯେ ୧୯୮୦ରେ ଅଭିନେତ୍ରୀ ହେମା ମାଲିନୀ ସୁପରଷ୍ଟାର ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ। ସେମାନଙ୍କ ଦୁଇ ଝିଅ ଈଶା ଏବଂ ଅହାନା ଦେଓଲ ଅଛନ୍ତି, ଯେଉଁମାନେ ବିବାହିତା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697521081.jpg)