Advertisment

ସୋସିଆଲ୍ ମିଡିଆ ଏବେ ହର୍‌ନାଜ୍‌ଙ୍କ ନାମରେ

ହରନାଜ୍ କୌର ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ ଜିତିଲା ପରେ ଉତ୍ସବମୁଖର ହୋଇଉଠିଛି ସୋସିଆଲ୍ ମିଡିଆ। ଅଭିନନ୍ଦନରେ ପୋତିହୋଇ ପଡୁଛନ୍ତି ହର୍‌ନାଜ୍। ଆସନ୍ତୁ ଜାଣିବା କ’ଣ କୁହନ୍ତି ଲାରା ଦତ୍ତା ଓ ପ୍ରିୟଙ୍କା ଚୋପ୍ରା।

ଅଦ୍ୟତନ ହୋଇଛି
Harnaaz Kkaur Sandhu won Miss Universe-2021 title, people celebrating on social media

Harnaaz Kkaur Sandhu won Miss Universe-2021 title, people celebrating on social media

Advertisment

ମୁମ୍ବାଇ: ପଞ୍ଜାବୀ ସୁନ୍ଦରୀ ହର୍‌ନାଜ୍ କୌର ସାନ୍ଧୁ ୨୦୨୧ର ମିସ୍ ୟୁନିଭର୍ସ ହୋଇଛନ୍ତି। ଦୀର୍ଘ ୨୧ ବର୍ଷ ପରେ ମିସ୍ ୟୁନିଭର୍ସ ଟ୍ରଫି ପୁଣି ଥରେ ଭାରତକୁ ଆଣିବାରେ ସେ ସଫଳ ହୋଇଛନ୍ତି। ଏଭଳି ପରିସ୍ଥିତିରେ ସମଗ୍ର ଦେଶ ଉତ୍ସବମୁଖର ହୋଇପଡିଛି। ଲୋକମାନେ ଏହି ଖୁସିକୁ ସୋସିଆଲ୍‌ ମିଡିଆରେ ଜୋରଦାର ପାଳନ କରୁଛନ୍ତି।

Advertisment

୨୧ ବର୍ଷୀୟ ହରନାଜ ସାନ୍ଧୁ ହେଉଛନ୍ତି ତୃତୀୟ ଭାରତୀୟ ଯିଏକି ଏହି ଟାଇଟଲ୍ ଜିତିଛନ୍ତି। ଏହାପୂର୍ବରୁ ୧୯୯୪ରେ ସୁସ୍ମିତା ସେନ୍ ଓ ୨୦୦୦ରେ ଲାରା ଦତ୍ତା ମିସ୍ ୟୁନିଭର୍ସ ହୋଇଥିଲେ। ଡିସେମ୍ବର ୧୨ରେ ଇସ୍ରାଏଲର ଏଲିଅଟ୍‌ରେ ୭୦ତମ ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଏହି ପ୍ରତିଯୋଗିତାରେ, ୨୧ ବର୍ଷୀୟ ହର୍‌ନାଜ୍ ସାନ୍ଧୁ ୮୦ ଟି ଦେଶର ପ୍ରତିଯୋଗୀଙ୍କୁ ପରାସ୍ତ କରି ମୁକୁଟ ଜିତିଛନ୍ତି। ଯେ ସେ ବର୍ତ୍ତମାନ ଲିଭା ମିସ୍ ଡିଭା ୟୁନିଭର୍ସ ୨୦୨୧ ଟାଇଟଲ୍ ନିଜ ନାମରେ କରିନେଇଛନ୍ତି। ତାଙ୍କର ଏହି ବିଜୟ ସୋସିଆଲ୍‌ ମିଡିଆରେ ଖୁସିର ଲହରୀ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଉପଭୋକ୍ତାମାନେ ସେମାନଙ୍କର ଖୁସିକୁ ବିଭିନ୍ନ ଉପାୟରେ ପ୍ରକାଶ କରୁଛନ୍ତି।

Advertisment

ଅନେକ ଉପଭୋକ୍ତା ମଧ୍ୟ ହର୍‌ନାଜ୍ ସାନ୍ଧୁଙ୍କ ବିଜୟ ପାଇଁ ପିଏମ୍‌ ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ଦେଉଛନ୍ତି। ଏଥି ସହିତ, ସେଲିବ୍ରେଟିମାନେ ମଧ୍ୟ ହର୍‌ନାଜଙ୍କୁ ନିରନ୍ତର ଅଭିନନ୍ଦନ ଜଣାଉଛନ୍ତି। ଉପଭୋକ୍ତାମାନେ ହର୍‌ନାଜ୍‌ଙ୍କ ଚେହେରାକୁ ପ୍ରଶଂସାରେ ପୋତି ପକଉଛନ୍ତି। ଟ୍ୱିଟରରେ ଅନେକ ଉପଭୋକ୍ତା ଅଛନ୍ତି, ଯେଉଁମାନେ ହର୍‌ନାଜଙ୍କ ସ୍ୱିମ୍‌ସୁଟ୍ ରାଉଣ୍ଡର ଲୁକ୍ ପସନ୍ଦ କରିଛନ୍ତି। ଲୋକେ ତାଙ୍କୁ ମନହରିଣୀ ବୋଲି କହୁଛନ୍ତି।

Harnaaz Kkaur Sandhu won Miss Universe-2021 titleସୋସିଆଲ୍ ମିଡିଆ ଏବେ ହର୍‌ନାଜ୍‌ଙ୍କ ନାମରେ ଉଠୁଛି ପଡୁଛି

ମିସ୍ ୟୁନିଭର୍ସ ଟାଇଟଲ୍ ଜିତିବା ପରେ ସାନ୍ଧୁଙ୍କ ଫଟୋ ମଧ୍ୟ ଜମେଇକି ଭାଇରାଲ ହେବାରେ ଲାଗିଛି। ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବାରେ ଟିକେ ବି ହେଳା କରୁ ନାହାନ୍ତି। ଦୀର୍ଘ ୨୧ ବର୍ହ ପରେ ମିସ୍ ୟୁନିଭର୍ସ୍ ଟାଇଟଲ୍ ଭାରତକୁ ଫେରିବା ନେଇ ନିଜର ଖୁସି ବ୍ୟକ୍ତ କରୁଛନ୍ତି।

Advertisment

ହରନାଜ୍ ସାନ୍ଧୁଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନ ମିଳୁଛି। ବଲିଉଡ ତାରକାମାନେ ମଧ୍ୟ ଏଥିରୁ ବାଦ୍ ପଡି ନାହାନ୍ତି। ପୂର୍ବତନ ମିସ୍ ୟୁନିଭର୍ସ ଲାରା ଦତ୍ତା ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ “କ୍ଲବ୍‌କୁ ଆପଣଙ୍କୁ ସ୍ୱାଗତ। ଆମେ ଏହାରି ପାଇଁ ଦୀର୍ଘ ୨୧ ବର୍ଷର ଅପେକ୍ଷାରେ ଥିଲୁ। ଆପଣ ଆମକୁ ଗୌରବାନ୍ୱିତ କରିଛନ୍ତି।”

ସେହିପରି ପୂର୍ବତନ ମିସ୍ ୱାର୍ଲ୍ଡ ତଥା ବଲିଉଡ୍-ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି ପ୍ରତିଯୋଗିତାର ଭିଡିଓ ସେୟାର କରି ଲେଖିଛନ୍ତି ଯେ “ନୂଆ ମିସ୍ ୟୁନିଭର୍ସ, ମିସ୍ ଇଣ୍ଡିଆ। ଅଭିନନ୍ଦନ ହରନାଜ୍ ସାନ୍ଧୁ, ୨୧ ବର୍ଷ ପରେ ଘରକୁ ମୁକୁଟ ଆଣିଛ।”

ବଳିଉଡ୍ ତରଫରୁ କଙ୍ଗନା ରାଣାୱତ୍, କରିନା କପୁର, ନେହା ଧୂପିଆ, ହିମାଂଶୀ ଖୁରାନା ମଧ୍ୟ ହରନାଜ୍ କୌର ସାନ୍ଧୁଙ୍କୁ ଅଭିନନ୍ଦନ ଜଣେଇଛନ୍ତି।

ଭାରତର ନେତୃତ୍ୱ ନେଇଥିବା ହର୍‌ନାଜ୍ ସାନ୍ଧୁ ପାରାଗୁଏର ୨୨ ବର୍ଷୀୟ ନାଦିଆ ଫରେରା ଓ ଦକ୍ଷିଣ ଆଫ୍ରିକାର ୨୪ ବର୍ଷୀୟ ଲାଲେଲା ମସ୍‌ୱାନେଙ୍କୁ ପରାସ୍ତ କରିଛନ୍ତି। ଏହି ପ୍ରତିଯୋଗିତାରେ ୭୫ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ। ଏହାର ବିଚାରପତିଙ୍କ ପ୍ୟାନେଲ୍‌ରେ ଅଭିନେତ୍ରୀ ଉର୍ବଶୀ ରୌତେଲା ମଧ୍ୟ ସାମିଲ ହୋଇଥିଲେ।

ଯଦି ହର୍‌ନାଜଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ଉପରେ ଦୃଷ୍ଟି ପକାଯାଏ ତେବେ ସେ ୨୦୦୦ ମସିହା ମାର୍ଚ୍ଚ ୩ରେ ପଞ୍ଜାବର ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ସେ ଚଣ୍ଡିଗଡ଼ର ଶିଭାଲିକ୍ ପବ୍ଲିକ୍ ସ୍କୁଲରୁ ତାଙ୍କର ପାଠପଢା ସମାପ୍ତ ପରେ କଲେଜ ଫୋର୍ ଗାର୍ଲ୍ସରୁ ସ୍ନାତକ ହାସଲ କରିଥିଲେ। ସେ ଆଇଟିରେ ସ୍ନାତକ ହାସଲ କରିଛନ୍ତି। ସେ ବର୍ତ୍ତମାନ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର କରୁଛନ୍ତି।

Miss Universe 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ