Happy birthday Ashok Kumar know unknown facts about his life
ହିନ୍ଦୀ ସିନେମାର ପ୍ରସିଦ୍ଧ ତଥା ଭେଟେରାନ୍ ଅଭିନେତା ଅଶୋକ କୁମାର ତାଙ୍କ କ୍ୟାରିୟରର ଅନେକ ଚିର ସବୁଜ ଚଳଚ୍ଚିତ୍ରରେ କାମ କରିଛନ୍ତି। ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ର ପାଇଁ ସେ ବେଶ ଜଣାଶୁଣା। ଅଶୋକ କୁମାର ୧୩ ଅକ୍ଟୋବର ୧୯୧୧ରେ ବିହାରର ଏକ ମଧ୍ୟବିତ୍ତ ବଙ୍ଗଳା ପରିବାରରେ ଜନ୍ମଗ୍ରହଣ କରିଥିଲେ।ତାଙ୍କର ପ୍ରକୃତ ନାମ କୁମୁଦଲାଲ ଗାଙ୍ଗୁଲି ଥିଲା। ଅଶୋକ କୁମାରଙ୍କ ବାପା ଚାହୁଁଥିଲେ ସେ ଜଣେ ଓକିଲ ହୁଅନ୍ତୁ। ଏଥିପାଇଁ ସେ ଅଭିନେତାଙ୍କୁ ଏକ ଆଇନ କଲେଜରେ ଭର୍ତ୍ତି କରିଥିଲେ, କିନ୍ତୁ ଅଶୋକ କୁମାର ପରୀକ୍ଷାରେ ଫେଲ୍ ହୋଇଥିଲେ।
ଅଶୋକ କୁମାର ହିଁ ପ୍ରଥମ କଳାକାର ଥିଲେ ଯିଏ ଆଣ୍ଟି ହିରୋ ଭୂମିକାରେ ଅଭିନୟ କରିଥିଲେ। ସେ 'କିସ୍ମତ୍' ଚଳଚ୍ଚିତ୍ରରେ ଜଣେ ଆଣ୍ଟି-ହିରୋ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ର କଲିକତାର 'ଚିତ୍ରା' ଥିଏଟର ସିନେମା ହଲରେ କ୍ରମାଗତ ୧୯୬ ସପ୍ତାହ ଚାଲି ଏକ ରେକର୍ଡ ସୃଷ୍ଟି କରିଥିଲା। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ନେଇ କିଛି ରୋଚକ କଥା ଜାଣିନେବା।
୧୯୩୬ ମସିହାରେ, ବମ୍ବେ ଟକିଜ୍ ଫିଲ୍ମ 'ଜୀୱନ୍ ନୈୟା'ର ପ୍ରଡକ୍ସନ୍ ସମୟରେ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଅସୁସ୍ଥ ହୋଇପଡିଥିଲେ। ତା’ପରେ ବମ୍ବେ ଟକିଜର ମାଲିକ ହିମାଂଶୁ ରାୟ ଅଶୋକ କୁମାରଙ୍କୁ ଦେଖି ତାଙ୍କୁ ଏହି ଫିଲ୍ମରେ ଅଭିନେତା ଭାବରେ ଅଭିନୟ କରିବାକୁ ଅନୁରୋଧ କରିଥିଲେ। ଏହା ସହିତ ମୁଖ୍ୟ ଅଭିନେତା ଭାବରେ ଅଶୋକ କୁମାରଙ୍କ ଚଳଚ୍ଚିତ୍ର କ୍ୟାରିୟର 'ଜୀୱନ୍ ନୈୟା'ରୁ ଆରମ୍ଭ ହୋଇଥିଲା। ଅଶୋକ କୁମାର ୧୯୩୯ ମସିହାରେ ଚଳଚ୍ଚିତ୍ର କଙ୍ଗନ, ବନ୍ଧନ ଏବଂ ଝୁଲାରେ ଲୀଲା ଚିଟନିଶଙ୍କ ସହ କାମ କରିଥିଲେ।
ଏହି ଚଳଚ୍ଚିତ୍ରଗୁଡ଼ିକରେ ଅଶୋକ କୁମାର ଏପରି ଅଭିନୟ କରିଥିଲେ, ଯାହାକୁ ଏ ପର୍ଯ୍ୟନ୍ତ ଦର୍ଶକ ଝୁରୁଛନ୍ତି। ଏପର୍ଯ୍ୟନ୍ତ ଏହାକୁ ପ୍ରଶଂସା ମିଳୁଛି। ଖୁବ୍ କମ ଦିନ ମଧ୍ୟରେ ଅଶୋକ କୁମାର ଜଣେ ଅଭିନେତା ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠିତ କରିଦେଇଥିଲେ। ଅଶୋକ କୁମାର ୧୯୬୩ ମସିହାରେ ବିମଲ ରୟଙ୍କ ଫିଲ୍ମ 'ବନ୍ଦିନୀ'ରେ ଅଭିନୟ କରିଥିଲେ ଏବଂ ଏହି ଫିଲ୍ମ ହିନ୍ଦୀ ସିନେମା ଇତିହାସର କ୍ଲାସିକ୍ ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ ହୋଇଥିଲା। ୧୯୫୮ରେ ଫିଲ୍ମ 'ଚଲ୍ତି କା ନାମ ଗାଡି'ରେ ତାଙ୍କର ଅଭିନୟ ଦର୍ଶକଙ୍କ ହୃଦୟ ଜିତିଯାଇଥିଲା।
୧୯୬୮ରେ ଫିଲ୍ମ 'ଆଶୀର୍ବାଦ'ରେ ଉଲ୍ଲେଖନୀୟ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଫିଲ୍ମରେ ସେ ଗାଇଥିବା ଗୀତ 'ରେଲ୍ ଗାଡି ରେଲ୍ ଗାଡି' ପିଲାମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା। ୧୯୮୪ ମସିହାରେ, ଅଶୋକ ଦୂରଦର୍ଶନ ଇତିହାସରେ ପ୍ରଥମ ସୋପ୍ ଅପେରା 'ହମ୍ଲୋଗ୍'ରେ ସୂତ୍ରଧର ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ଦୂରଦର୍ଶନରେ ଭୀମଭବାନୀ, ବାହାଦୂର ଶାହା ଜାଫର ଏବଂ ଉଜାଲେ କି ଔର୍ ଭଳି ସିରିଏଲରେ ଅଭିନୟ କରିଥିଲେ।
୧୯୮୮ରେ ଅଶୋକ କୁମାରଙ୍କୁ ହିନ୍ଦୀ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରାୟ ୬୦ ବର୍ଷ ଧରି ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଶୋକ କୁମାର ୧୦ ଡିସେମ୍ବର ୨୦୦୧ରେ ଦୁନିଆକୁ ସବୁଦିନ ପାଇଁ ବିଦାୟ ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665588397.jpg)