Advertisment

ବିଗ୍‌ ବି’ଙ୍କ ବିଫଳତା ହିଁ ଥିଲା ତାଙ୍କ ସଫଳତାର ରାଜ୍‌

ଆଜି ବିଗ୍ ବି ଅମିତାଭଙ୍କ ୮୦ ତମ ଜନ୍ମଦିନ। ସାରା ଦେଶରୁ ଛୁଟୁଛି ଶୁଭେଚ୍ଛା। ଆସନ୍ତୁ ଦେଖିବା ଅମିତାଭଙ୍କ କ୍ୟାରିୟର୍ ଓ ତାଙ୍କ ଜୀବନ ସହ ଜଡ଼ିତ କିଛି ଜଣାଅଜଣା କାହାଣୀ।

ଅଦ୍ୟତନ ହୋଇଛି
 Happy Birthday Amitabh Bachhan

happy birthday Amitabh

Advertisment

ସିନେମାରେ ତାଙ୍କର ଗୋଟିଏ ଝଲକ ହିଁ କାଫି। ଡାଇଲଗ୍ ଯାହା ବର୍ଷ ବର୍ଷ ଧରି ଦିୱାନା କରିଛି ଅନେକଙ୍କୁ। ୫ ଦଶନ୍ଧି ଧରି ଭାରତୀୟ ସିନେମାର ସହେନସା ହେଉଛନ୍ତି ଅମିତାଭ ବଚ୍ଚନ। ଆଜି ବିଗ୍ ବି ଅମତାଭ ବଚ୍ଚନ ଙ୍କ ୮୦ ତମ ଜନ୍ମଦିନ। ସାରା ଦେଶରୁ ଛୁଟୁଛି ଶୁଭେଚ୍ଛା। ଆସନ୍ତୁ ଦେଖିବା ଅମିତାଭଙ୍କ କ୍ୟାରିୟର୍ ଓ ତାଙ୍କ ଜୀବନ ସହ ଜଡ଼ିତ କିଛି ଜଣାଅଜଣା କାହାଣୀ।

Advertisment

ବିଜୟ..ବିଗ୍ ବି...ସେହନସା..ଏମିତି ନାଁ ଅନେକ, ଚରିତ୍ର ବି ଅନେକ। ହେଲେ ଚେହେରା ଗୋଟିଏ। ଭାରତୀୟ ସିନେମାର ମହାନାୟକ, ଶତାବ୍ବୀର ସହେନସା, ଯାହାଙ୍କ ଗୋଟିଏ ଡାଇଲଗ୍ ଫିଲ୍ମକୁ ବ୍ଲକବଷ୍ଟର କରିଦି ସିଏ ହେଉଛନ୍ତି ଅମିତାଭ ବଚ୍ଚନ। ଚେହେରା ଯେମିତି ଅଭିନୟ ବି ସେମିତି। ଭିଡ଼ ଭିତରୁ ଚିହ୍ନି ହେଉଥିବା ବ୍ୟକ୍ତି, ସିନେମା ଭିତରେ ବାଛି ହେଉଥିବା ଅଭିନେତା। ସେଥିପାଇଁ ତ ଭିଡ଼ ଭିତରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କୁ ଦୂରରୁ ଦେଖି ଅଭିନୟ କରିବାକୁ ପରାମର୍ଶ ଦେଇଥିଲେ ଶଶି କପୁର। ଗୋଟିଏ ଭାଷାରେ କହିବାକୁ ଗଲେ ଯେଉଁ ଲମ୍ବା ଚେହେରା ତାଙ୍କୁ ଦେଇଥିଲା ରିଜେକ୍ସନ, ସେଇ ଲମ୍ବା ଚେହେରା ହିଁ ପରବର୍ତ୍ତୀ ସମୟରେ ପାଲଟିଗଲା ତାଙ୍କ ସଫଳତାର ରାଜ୍‌। 

ଅଧିକ ପଢ଼ନ୍ତୁ: କେମିତି ଥିଲା ବିଗ୍‌ ବି’ ଅମିତାଭ୍‌ଙ୍କ ସିନେ ଜୀବନର ରୋମାଞ୍ଚକର ଯାତ୍ରା ଜାଣନ୍ତୁ

Advertisment

ଆଲ୍ଲାବାଦର ବିଶିଷ୍ଠ ଲେଖକ ହରିବଂଶ ରାୟ ବଚ୍ଚନଙ୍କ ପରିବାରରେ ୧୧ ନଭେମ୍ବର ୧୯୪୨ରେ ଜନ୍ମ ହୋଇଥିଲେ ଅମିତାଭ। ସେନାରେ ଭର୍ତ୍ତି ହେବାକୁ ସ୍ୱପ୍ନ ଦେଖିଥିବା ଅମିତାଭ କିନ୍ତୁ ପରବର୍ତ୍ତି ସମୟରେ ସିନେମା ଜଗତକୁ ଟାଣି ହୋଇ ଆସିଥିଲେ। ନିଜ ଲମ୍ବା ଚେହେରା ପାଇଁ ବାରମ୍ବାର ପ୍ରତ୍ୟାଖାନର ସମ୍ମୁଖିନ ହେବା ପରେ ଅଲ୍ ଇଣ୍ଡିଆ ରେଡିଓରେ ଭାଗ୍ୟ ପରୀକ୍ଷା କରିଥିଲେ। ହେଲେ ସେଠୁ ବି ଦୁଇ ଥର ତାଙ୍କୁ ମିଳିଥିଲା ରେଜକସନ୍।

 ଶେଷରେ ୧୯୬୯ ମୃଣାଳ ସେନଙ୍କ ବଙ୍ଗଳା ଫିଲ୍ମରେ ଭଏସ୍ ଓଭର୍ ଦେଇଥିଲେ ଅମିତାଭ। ଏହାପରେ ସେହିବର୍ଷ ‘ସାତ୍‌ ହିନ୍ଦୁସ୍ତାନୀ’ରେ ଅଭିନୟ କରିଥିଲେ ବଚ୍ଚନ। ହେଲେ ୧୯୭୩ର ଜଞ୍ଜିର ତାଙ୍କୁ ଚଖାଇଥିଲା ସଫଳତାର ସ୍ୱାଦ । ଜାଣିକି ଆଶ୍ଚର୍ଯ୍ୟ ହେବେ, ଏହା ପୂର୍ବରୁ ସେ ୧୨ଟି ଫ୍ଲପ୍ ସିନେମା ଦେଇଛନ୍ତି। ଏହାପରେ କାଳିଆ, ଅମର ଅକବର ଆନ୍ଥୋନୀ, ସତେ ପେ ସତା, ଦିଓ୍ବାର, ଡନ୍, ସୋଲେ ଭଳି ଏକାଧିକ ହିଟ୍  ଫିଲ୍ମ ତାଙ୍କୁ ଭାରତର ବଡ଼ ଷ୍ଟାର ଭାବେ ଦେଇଥିଲା ପରିଚୟ। ୧୯୮୩ର କୁଲି ଫିଲ୍ମର ଫାଇଟ୍ ସିନ୍ ସୁଟି ବେଳେ ଗୁରୁତର ଭାବେ ଆହତ ହୋଇଥିଲେ ଅମିତାଭ। କୁହାଯାଏ, ଫ୍ୟାନ୍ସଙ୍କ ଅସୁମାରୀ ଭଲ ପାଇବା ତାଙ୍କୁ ଦେଇଥିଲା ପୁନର୍ଜନ୍ମ ।

Advertisment

ଅମିତାଭ ଦୁଇ ହାତରେ ଲେଖିପାରନ୍ତି, ଆଉ ଏକାସଙ୍ଗେ ଦୁଇଟି ଘଣ୍ଟା ପିନ୍ଧନ୍ତି। ପରଦାରେ ଯେତେ ହିଟ୍ ଅମିତାଭ ସେତେ ଫିଟ୍ ମଧ୍ୟ। ୨୦୦୭ ସୁଟ୍ ଆଉଟ୍ ଆଟ୍ ଲୋଖଣ୍ଡଓ୍ବାଲାର ସୁଟିଂ ବେଳେ ସେ ଏକାଥରେ ୫ ଘଣ୍ଟାରେ ୨୩ ସିନ୍ ସାରିଥିଲେ। 

 ଅମିତାଭଙ୍କ ୮୦ତମ ଜନ୍ମଦିବସକୁ  ଦେଶ ରେ ଏକ ନିଆରା ଢଙ୍ଗରେ ପାଳନ କରାଯାଉଛି। ବଚ୍ଚନଙ୍କ କିଛି ଆଇକନିକ୍ ଫିଲ୍ମକୁ ଥିଏଟରରେ ରିଲିଜ୍ କରାଯାଇଛି। ଡନ୍, ସୁହାଗ, କୁଲି, ଅମର ଅକବର  ଆନ୍ଥୋନି ଭଳି ସିନେମାକୁ ଦେଖୁଛନ୍ତି ଦର୍ଶକ। ତାସହ ନିକଟରେ ରିଲିଜ୍ ହୋଇଥିବା ଗୁଡ୍ ବାଏ ସିନେମାକୁ ୮୦ ଟଙ୍କାରେ କିଛି ମଲ୍ଟିପ୍ଲେକ୍ସରେ ଦେଖିପାରିବେ ଦର୍ଶକ। 

Amitabh Bachchan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ