Advertisment

ଗହନା ବଶିଷ୍ଠଙ୍କୁ ଆଶ୍ୱସ୍ତି; ଗିରଫରେ ଲାଗିଲା ରୋକ

ଅଶ୍ଳୀଳ ଫିଲ୍ମ ମାମଲାରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି। ତାଙ୍କୁ ଗିରଫ କରାଯିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗହନା ବଶିଷ୍ଠଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ନେଇ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ତେବେ ଆବଶ୍ୟକତା ବେଳେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେବା ନେଇ ସୁପ୍ରିମକୋର୍ଟ ଗହନାଙ୍କୁ ଆଦେଶ ଦେଇଛନ୍ତି।

Gehana Vassisth

Gehana Vassisth

Advertisment

ମୁମ୍ବାଇ : ଅଶ୍ଳୀଳ ଫିଲ୍ମ ମାମଲାରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି। ତାଙ୍କୁ ଗିରଫ କରାଯିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗହନା ବଶିଷ୍ଠଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ନେଇ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ତେବେ ଆବଶ୍ୟକତା ବେଳେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେବା ନେଇ ସୁପ୍ରିମକୋର୍ଟ ଗହନାଙ୍କୁ ଆଦେଶ ଦେଇଛନ୍ତି।

Advertisment
Gehana Vassisthଗହନା ବଶିଷ୍ଠ

ଗହନା ବଶିଷ୍ଠଙ୍କ ପରାମର୍ଶଦାତା କହିଛନ୍ତି, “ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ସେମାନେ ଗହନାଙ୍କ ହେପାଜତ ଆବଶ୍ୟକ କରନ୍ତି କାରଣ ସେମାନେ ଅଶ୍ଳୀଳ ରାକେଟ୍‌ର ପ୍ରକୃତ ସତକୁ ଖୋଲିବାକୁ ଚାହୁଁଛନ୍ତି ଏବଂ କେଉଁ OTT ପ୍ଲାଟ୍‌ଫର୍ମ ଏହି ଫିଲ୍ମ ବିକ୍ରି କରିଛି ତାହା ଜାଣିବାକୁ ଚାହୁଁଛନ୍ତି।”

Advertisment

ଅଶ୍ଳୀଳ ଫିଲ୍ମ ମାମଲାରେ ଫେବୃଆରୀରେ ମୁମ୍ବାଇ ପୋଲିସ ଏଫ୍‌ଆଇଆର୍ ଦାଖଲ କରିଥିଲା। ଏହା ପରେ ଗହନା ବଶିଷ୍ଠଙ୍କୁ ଗିରଫ କରି ଜେଲ୍ ପଠାଯାଇଥିଲା। କିନ୍ତୁ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ଜାମିନରେ ଛଡା ଯାଇଥିଲା।

ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଯେତେବେଳେ ଏହି ମାମଲାର ଯାଞ୍ଚକୁ ଆଗକୁ ନେଲା ଏଥିରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସଂଶ୍ଳିଷ୍ଟତା ସାମ୍ନାକୁ ଆସିଥିଲା। ଏହାପରେ ରାଜ କୁନ୍ଦ୍ରା ଓ ଗହନା ବଶିଷ୍ଠଙ୍କ ବିରୋଧରେ ଅନେକ ଧାରା ଯୋଡି ହୋଇଯାଇଥିଲା, ଯେଉଁ କାରଣରୁ ସେମାନଙ୍କୁ ଜାମିନ୍ ମିଳିବାରେ ଅସୁବିଧା ହୋଇଥିଲା।

Advertisment
Gehana Vassisthଗହନା ବଶିଷ୍ଠ

ଝିଅମାନଙ୍କୁ ତାଙ୍କ ଅଶ୍ଳୀଳ ଚଳଚ୍ଚିତ୍ରରେ ଜବରଦସ୍ତ କାମ କରିବା ଏବଂ ସେମାନଙ୍କର ନଗ୍ନ ଦୃଶ୍ୟ ସୁଟିଂ କରିବା ଅଭିଯୋଗରେ ଗହନା ବଶିଷ୍ଟଙ୍କ ଉପରେ ଅଭିଯୋଗ ହୋଇଥିଲା। ତାଙ୍କ ଫିଲ୍ମରେ କାମ କରୁଥିବା କିଛି ଝିଅଙ୍କୁ ଦୁଷ୍କର୍ମ କରେଇବା ନେଇ ସେମାନେ ଗହନା ବିରୋଧରେ ଅଭିଯୋଗ କରିଛନ୍ତି। ସେମାନେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଗେହନା ସେହି ଫିଲ୍ମର ନିର୍ଦ୍ଦେଶକ ଥିଲେ ଏବଂ ସେ ବୋଲ୍ଡ ଦୃଶ୍ୟ ନାମରେ ନଗ୍ନ ଦୃଶ୍ୟର ସୁଟିଂ କରିଥିଲେ।

ରାଜ କୁନ୍ଦ୍ରା ଗିରଫ ହେବା ପରେ ଗହନା ଚର୍ଚ୍ଚାକୁ ଆସିଥିଲେ। ତା’ପରେ ସେ ଲୋକଙ୍କୁ ଏରୋଟିକ୍ ଏବଂ ପର୍ଣ୍ଣ ଭିଡିଓ ମଧ୍ୟରେ ପାର୍ଥକ୍ୟ ବୁଝାଉଥିବା ଦେଖାଯାଇଥିଲା। ତେବେ ଗହନା ୱେବ୍ ସିରିଜ୍ 'ଗନ୍ଦି ବାତ୍'ରେ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।

Entertainment Gehana Vashista
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ