Advertisment

ରହସ୍ୟ ଖୋଲିଲେ ଗହନା : କିପରି ହେଉଥିଲା ଅଶ୍ଳୀଳ ଫଟୋ ଓ ଭିଡିଓ

ଅଶ୍ଳୀଳତା ମମଲାକୁ ନେଇ ମଡେଲ୍ ଗହନା ବଶିଷ୍ଠ ଖୁବ ଚର୍ଚ୍ଚାରେ ଅଛନ୍ତି। ରାଜ କୁନ୍ଦ୍ରା ମାମଲାରେ ତାଙ୍କ ନାମ ବି ଯୋଡା ଯାଉଛି। ଏବେ ସେ ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ଅଶ୍ଳୀଳ ଫଟୋ ଆଉ ଭିଡିଓ କିପରି ସୁଟିଂ ହେଉଥିଲା ସେ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି। ଗହନା ବଶିଷ୍ଠ କହିଛନ୍ତି, ତାଙ୍କୁ କିମ୍ବା ଅନ୍ୟ କୌଣସି ମଡେଲଙ୍କୁ ବିନା କପଡାରେ ଅଶ୍ଳୀଳ ଫଟୋ ସୁଟ୍ କରିବା ନେଇ ବାଧ୍ୟ କରାଯାଉ ନ ଥିଲା।

Gehana Vashista

Gehana Vashista

Advertisment

ମୁମ୍ବାଇ : ଅଶ୍ଳୀଳତା ମମଲାକୁ ନେଇ ମଡେଲ୍ ଗହନା ବଶିଷ୍ଠ ଖୁବ ଚର୍ଚ୍ଚାରେ ଅଛନ୍ତି। ରାଜ କୁନ୍ଦ୍ରା ମାମଲାରେ ତାଙ୍କ ନାମ ବି ଯୋଡା ଯାଉଛି। ଏବେ ସେ ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ଅଶ୍ଳୀଳ ଫଟୋ ଆଉ ଭିଡିଓ କିପରି ସୁଟିଂ ହେଉଥିଲା ସେ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି। ଗହନା ବଶିଷ୍ଠ କହିଛନ୍ତି, ତାଙ୍କୁ କିମ୍ବା ଅନ୍ୟ କୌଣସି ମଡେଲଙ୍କୁ ବିନା କପଡାରେ ଅଶ୍ଳୀଳ ଫଟୋ ସୁଟ୍ କରିବା ନେଇ ବାଧ୍ୟ କରାଯାଉ ନ ଥିଲା।

Advertisment
Gehana Vashistaଗହନା ବଶିଷ୍ଠ

ଗହନା ବଶିଷ୍ଠ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି। ଏହି ଫଟୋ କିପରି ସୁଟ୍ ହୋଇଥିଲା ସେ ତାହାର ରହସ୍ୟ ବି କହିଛନ୍ତି। ଫଟୋ ସେୟାର କରି ଗହନା କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ହୟାତ ରେଜେନ୍ସୀରେ ଫଟୋ ସୁଟ୍ କରିବା ବେଳେ ଆମେ ପାଖାପାଖି ୨୦ ଲୋକ ଉପସ୍ଥିତ ଥିଲୁ। ମୋର କୌଣସି ଯୌନ ଶୋଷଣ ହୋଇନି। ନା ମୁଁ ନିଶାରେ ଥିଲି ନା ମୁଁ ସେଟ୍‌ରେ କୌଣସି ଜୁସ୍ ପିଇଥିଲି। ମୁଁ ସମ୍ପୂର୍ଣ୍ଣ ହୋସ୍‌ରେ ଥିଲି। ମୁଁ ଏକ ଅଟୋରେ ସେଟ୍‌କୁ ଯାଇଥିଲି। ଦ୍ୱିତୀୟ ଅଟୋରେ ସୁରକ୍ଷିତ ଭାବେ ଫେରିଆସିଥିଲି ମଧ୍ୟ। ମତେ ମୋ ପାରିଶ୍ରମିକ ମଧ୍ୟ ମିଳିଯାଇଥିଲା। ସବୁଠାରୁ ବଡ କଥା ହେଲା ମତେ ୧୮ ବର୍ଷ ଉପରେ ହୋଇଥିବା ବେଳେ ମୁଁ ଜଣେ ନିୟମିତ କଳାକାର। ଦୟାକରି ଦେଢ ବର୍ଷ ଅଧିକ ପରେ ବି ମୋ ନିର୍ମାତା ଉପରେ ୩୭୦, ୩୭୬ ଓ ୩୫୪ ଧାରା ଲଗାନ୍ତୁ ନାହିଁ।”

Advertisment

ଗହନା ଆହୁରି ମଧ୍ୟ କହିଛନ୍ତି ଯେ “ନୋଟ୍ – ଯଦି ଆପଣଙ୍କ ମଧ୍ୟରୁ କାହାକୁ ମୋ ପୋଷ୍ଟ ନେଇ ଅସୁବିଧା ହେଉଛି ତେବେ ସେମାନେ ମତେ ବ୍ଲକ୍ କରିଦେଇ ପାରିବେ। ଏ ହେଉଛି ମୋ ୱାଲ୍, ତେଣୁ ମୋ ଇଚ୍ଛା ମୁଁ ଯାହା ବି ପୋଷ୍ଟ କରି ପାରିବି। ଧନ୍ୟବାଦ।”

Gehna Vashistaଗହନା ବଶିଷ୍ଠ

ପ୍ରକାଶଥାଉ ଯେ ଏହା ପୂର୍ବରୁ ଗହନା ବଶିଷ୍ଟ ମୁମ୍ବାଇ ପୁଲିସ୍ ଉପରେ ବି ଅଭିଯୋଗ ଆଣିଥିଲେ। ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଏକ ଫଟା ଡ୍ରେସ୍ ପିନ୍ଧିଥିଲେ। ଏନେଇ ସେ ମୁମ୍ବାଇ ପୋଲିସ୍‌କୁ ଦୋଷୀ କରିଥିଲେ। ସେ ଫଟୋ ସହିତ ଏକ ଲମ୍ବା ପୋଷ୍ଟ ମଧ୍ୟ ଲେଖିଥିଲେ।

Advertisment

ଅଶ୍ଳୀଳ ଫିଲ୍ମ ତିଆରି କରିବା ନେଇ ମୁମ୍ବାଇ ପୋଲିସ୍ ଫେବୃଆରୀରେ ଗହନା ବଶିଷ୍ଠଙ୍କୁ ଗିରଫ କରିଥିଲା। ସେ ଏବେ ବେଲ୍‌ରେ ବାହାରେ ଅଛନ୍ତି। ସେ ରାଜ କୁନ୍ଦ୍ରାଙ୍କ ଗିରଫ ପରେ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ସେ ଲୋକଙ୍କୁ ଏରୋଟିକ୍ ଓ ପର୍ଣ୍ଣ ଭିଡିଓ ଭିତରେ ପରକ କ’ଣ କହିଥିଲେ। ପ୍ରକାଶଥାଉ ଯେ ଗହନା ୱିବ୍ ସିରିଜ୍ ‘ଗନ୍ଦୀ ବାତ’ରେ ନଜର ଆସିଥିଲେ।

Entertainment News Gehana Vashista
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ