Advertisment

ଶର୍ଲିନ୍ ଚୋପ୍ରା ରାଜ କୁନ୍ଦ୍ରାଙ୍କୁ ପୂଜା କରିବା ଦରକାର : ଗହନା ବଶିଷ୍ଠ

ଯେବେଠାରୁ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳତା ମାମଲା ସାମ୍ନାକୁ ଆସିଛି ସେବେଠାରୁ ଶର୍ଲିନ୍ ଚୋପ୍ରା ଓ ଗହନା ବଶିଷ୍ଠଙ୍କ ମଧ୍ୟରେ ବିବାଦ ବଢିଯାଇଛି। ଦୁହେଁ ପରସ୍ପରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି। ଏବେ ପୁଣି ଥରେ ଗହନା ଶର୍ଲିନଙ୍କ ଉପରେ ବର୍ଷିଥିବା ଦେଖାଦେଇଛି। ସେ କହିଛନ୍ତି ଯେ ଶର୍ଲିନ ଚୋପ୍ରା ରାଜ କୁନ୍ଦ୍ରାଙ୍କୁ ପୂଜା କରିବା ଦରକାର।

Gehana Vasisth slams Sherlyn Chopra

Gehana Vasisth slams Sherlyn Chopra

Advertisment

ନୂଆଦିଲ୍ଲୀ : ଯେବେଠାରୁ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳତା ମାମଲା ସାମ୍ନାକୁ ଆସିଛି ସେବେଠାରୁ ଶର୍ଲିନ୍ ଚୋପ୍ରା ଓ ଗହନା ବଶିଷ୍ଠଙ୍କ ମଧ୍ୟରେ ବିବାଦ ବଢିଯାଇଛି। ଦୁହେଁ ପରସ୍ପରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି। ଏବେ ପୁଣି ଥରେ ଗହନା ଶର୍ଲିନଙ୍କ ଉପରେ ବର୍ଷିଥିବା ଦେଖାଦେଇଛି। ସେ କହିଛନ୍ତି ଯେ ଶର୍ଲିନ ଚୋପ୍ରା ରାଜ କୁନ୍ଦ୍ରାଙ୍କୁ ପୂଜା କରିବା ଦରକାର।

Advertisment
Gehana Vasisth slams Sherlyn Chopraଶର୍ଲିନ୍ ଚୋପ୍ରାଙ୍କ ଉପରେ ବର୍ଷିଲେ ଗହନା ବଶିଷ୍ଠ

ଶର୍ଲିନ୍ ଚୋପ୍ରା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବିପକ୍ଷରେ କହିବା କେବଳ ନିଜର ପବ୍ଲିସିଟିକୁ ବଢେଇବା ଛଡା ଆଉ କିଛି ନୁହେଁ ବୋଲି ଗହନା କହିଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗହନା ବଶିଷ୍ଠ କହିଛନ୍ତି ଯେ ଶର୍ଲିନ୍ ଶିଳ୍ପା ଶେଟ୍ଟୀଙ୍କ ଉପରେ ବ୍ୟକ୍ତିଗତ ମତ ଦେଇ କେବଳ ଚର୍ଚ୍ଚାରେ ରହିବାକୁ ଚାହାନ୍ତି। ତାଙ୍କ ପାଖରେ ଆଉ କିଛି କରିବାକୁ ନାହିଁ। ତେଣୁ ସେ ଏଭଳି କରୁଛନ୍ତି। ସେ ନିଜର ମତ ଦେଲାବେଳେ ସେଥିପ୍ରତି ଧ୍ୟାନ ମଧ୍ୟ ଦେଉ ନାହାନ୍ତି। ଶିଳ୍ପା ମଧ୍ୟ ଶର୍ଲିନଙ୍କ ମତକୁ ସେତେ ଗୁରୁତ୍ୱ ଦେଉ ନାହାନ୍ତି। ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବା ଉଚିତ ବୋଲି ଗହନା କହିଛନ୍ତି।

Advertisment

ଗହନା ଆହୁରି ମଧ୍ୟ କହିଛନ୍ତି ଯେ ଶର୍ଲିନ ରାଜ କୁନ୍ଦ୍ରାଙ୍କ ପାଖରେ କେବଳ ଋଣୀ ହେବା ଉଚିତ ନୁହେଁ ତାଙ୍କୁ ପୂଜା କରିବା ମଧ୍ୟ ଦରକାର। ଆଜି ଶର୍ଲିନ୍ ଚୋପ୍ରା ଯାହା ବି କିଛି ହୋଇପାରିଛନ୍ତି କେବଳ ରାଜ କୁନ୍ଦ୍ରାଙ୍କ ପାଇଁ। ସେ ଶର୍ଲିନ୍ ହିଁ ଥିଲେ ଯିଏ ରାଜ କୁନ୍ଦ୍ରାଙ୍କୁ ବୋଲ୍ଡ କଣ୍ଟେଣ୍ଟ୍‌ କରିବା ନେଇ ଉସ୍‌କେଇଥିଲେ। ଶର୍ଲିନ୍ ରାଜ କୁନ୍ଦ୍ରାଙ୍କୁ ଅଢେଇ ବର୍ଷ ତଳେ ଭେଟିଥିଲେ। କିନ୍ତୁ ସେ ୨୦୧୨ରୁ ପର୍ଣ୍ଣ କଣ୍ଟେଣ୍ଟ୍ କରୁଛନ୍ତି। ସେ କେବଳ ପଟି ମାରିବା ଜାଣିଛନ୍ତି। ବର୍ତ୍ତମାନ ସେ ଖବରକୁ ପଥଭ୍ରଷ୍ଟ କରୁଛନ୍ତି। ସେ ଭଲ ଭାବରେ ଜାଣିଛନ୍ତି ଯେ ରାଜ କୁନ୍ଦ୍ରାଙ୍କ ବିରୋଧରେ କହିଲେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ଯେତେବେଳେ ରାଜ କୁନ୍ଦ୍ରା ଜେଲରୁ ବାହାରିଲେ ଶର୍ଲିନଙ୍କୁ ଲାଗିଲା ଲୋକେ ତାଙ୍କୁ ଭୁଲିଯିବେ ତେଣୁ ସେ ଶିଳ୍ପାଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଲେ। କିନ୍ତୁ ଶିଳ୍ପାଙ୍କ ପାଇଁ ତାଙ୍କ କଥାର କୌଣସି ଅସ୍ତିତ୍ୱ ନାହିଁ।

Sherlyn Chopraଶର୍ଲିନ୍ ଚୋପ୍ରା

ପ୍ରକାଶଥାଉ ଯେ କିଛିଦିନ ହେବ ଶର୍ଲିନ୍ ଚୋପ୍ରା ସୋସିଆଲ୍ ମିଡିଆ ଓ ସାକ୍ଷାତକାରରେ ଶିଳ୍ପା ଶେଟ୍ଟୀଙ୍କୁ ଟାର୍ଗେଟ୍ କରୁଛନ୍ତି। ଶର୍ଲିନ କୁହନ୍ତି ଯେ ରାଜ କୁନ୍ଦ୍ରା ହିଁ ତାଙ୍କୁ ପୋର୍ଣ୍ଣୋଗ୍ରାଫି କରିବା ନେଇ ପ୍ରବର୍ତ୍ତାଇଥିଲେ। ସେ ପ୍ରଥମରୁ ହିଁ ରାଜଙ୍କ ବିରୋଧରେ କହିଆସୁଛନ୍ତି। କିନ୍ତୁ ଗହନା ବଶିଷ୍ଠ ରାଜ କୁନ୍ଦ୍ରାଙ୍କ ଗିରଫ ପର ଠାରୁ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସପକ୍ଷରେ କହିଆସୁଛନ୍ତି। ଅଶ୍ଳୀଳ ମାମଲାରେ ଗହନା ବଶିଷ୍ଠଙ୍କୁ ମଧ୍ୟ ଜେଲର ହାୱା ଖାଇବାକୁ ପଡିଛି। ଗହାନାଙ୍କ କହିବା କଥା ସେ ପୋର୍ଣ୍ଣ କଣ୍ଟେଣ୍ଟ୍‌ ନୁହେଁ ବରଂ ଏରୋଟିକ୍ ଭିଡିଓ କରୁଥିଲେ।

Advertisment
Sherlyn Chopra Entertainment Gehana Vashista
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ