Advertisment

ସପ୍ଟ ପର୍ଣ୍ଣ କରି ପୁନମ ପାଣ୍ଡେ-ଶର୍ଲିନ୍ ଚୋପ୍ରା ବି କମେଇଛନ୍ତି ଅନେକ ଟଙ୍କା : ଗହନା ବଶିଷ୍ଠ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳ ମାମଲାରେ ଜେଲରେ ଅଛନ୍ତି। ଜୁଲାଇ ୧୯ରେ ଗିରଫ ହେବା ପରେ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଏହି ମାମଲା ପ୍ରକାଶ ପାଇବା ପରଠାରୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ୍‌ ସକ୍ରିୟ ରହିଛି ଏବଂ ଏହି ମାମଲାରେ ବହୁ ଲୋକଙ୍କୁ ଗିରଫ କରିଥିବା ବେଳେ ଅନେକଙ୍କୁ ପଚରାଉଚରା ମଧ୍ୟ କରୁଛି। ଅଶ୍ଳୀଳ ମାମଲାରେ ଗହନା ବଶିଷ୍ଟ ମଧ୍ୟ ଲଗାତର ଚର୍ଚ୍ଚାରେ ରହୁଛନ୍ତି।

ସପ୍ଟ ପର୍ଣ୍ଣ କରି ପୁନମ ପାଣ୍ଡେ-ଶର୍ଲିନ୍ ଚୋପ୍ରା ବି କମେଇଛନ୍ତି ଅନେକ ଟଙ୍କା : ଗହନା ବଶିଷ୍ଠ

Gehena Vasisth

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳ ମାମଲାରେ ଜେଲରେ ଅଛନ୍ତି। ଜୁଲାଇ ୧୯ରେ ଗିରଫ ହେବା ପରେ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଏହି ମାମଲା ପ୍ରକାଶ ପାଇବା ପରଠାରୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ୍‌ ସକ୍ରିୟ ରହିଛି ଏବଂ ଏହି ମାମଲାରେ ବହୁ ଲୋକଙ୍କୁ ଗିରଫ କରିଥିବା ବେଳେ ଅନେକଙ୍କୁ ପଚରାଉଚରା ମଧ୍ୟ କରୁଛି। ଅଶ୍ଳୀଳ ମାମଲାରେ ଗହନା ବଶିଷ୍ଟ ମଧ୍ୟ ଲଗାତର ଚର୍ଚ୍ଚାରେ ରହୁଛନ୍ତି। ପୂର୍ବରୁ ଦୁଇଜଣ ମହିଳା ଗହନା ବଶିଷ୍ଠ ଏବଂ ରୋଭା ଖାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ମଧ୍ୟ ଆଣିଥିଲେ।

Advertisment

ଉଭୟ ପୀଡିତା ପୋଲିସ ନିକଟରେ ସେମାନଙ୍କ ବୟାନ ଦେବାବେଳେ ଗହନା ବଶିଷ୍ଠ ଓ ରୋଭା ଖାନ ସେମାନଙ୍କୁ ଧମକ ଦେବା ସହ ଅଶ୍ଳୀଳ ଭିଡିଓ କରିବାକୁ ଜବରଦସ୍ତ କରିବା ନେଇ ଅଭିଯୋଗ କରିଥିଲେ। କେବଳ ଏତିକି ନୁହେଁ, ପୀଡିତା ଅଶ୍ଳୀଳ ଭିଡିଓ ସୁଟିଂ କରିବାକୁ ମନା କରିବାରୁ ଅନେକ ଲୋକ ତାଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ, ତାଙ୍କୁ ସହ ଯୌନ ନିର୍ଯାତନା ଦେଇଥିଲେ ଏବଂ ପରେ ପୋଲିସ ନିକଟରେ ଅଭିଯୋଗ ନ କରିବାକୁ ଧମକ ମଧ୍ୟ ଦେଇଥିଲେ। ଏସବୁ ସତ୍ତ୍ୱେ ଗହନା ବଶିଷ୍ଠ ମଧ୍ୟ ତାଙ୍କ ପକ୍ଷ ରଖିଛନ୍ତି।

Advertisment

ଗହନା ବଶିଷ୍ଠ ପୁନମ୍ ପାଣ୍ଡେ ଏବଂ ଶର୍ଲିନ୍ ଚୋପ୍ରାଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ; “ପୁନମ୍ ପାଣ୍ଡେ ଏବଂ ଶର୍ଲିନ୍ ଚୋପ୍ରା ସଫ୍ଟ ପର୍ଣ୍ଣ ମାଧ୍ୟମରେ ବହୁ ଟଙ୍କା ରୋଜଗାର କରିଥିଲେ, କିନ୍ତୁ ଏହା ପରେ ମଧ୍ୟ ମୁମ୍ବାଇ ପୋଲିସ ମୋତେ ଟାର୍ଗେଟ୍‌ କରୁଛି। ଖାଲି ପୁନମ କି ଶେର୍ଲିନ ନୁହନ୍ତି ଜୋୟା ରାଠୋର, ଟିନା ନନ୍ଦୀ ସମେତ ଅନେକ ଲୋକ ସଫ୍ଟ ପର୍ଣ୍ଣ ମାଧ୍ୟମରେ ଟଙ୍କା ରୋଜଗାର କରିଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ- “ଯେଉଁମାନେ ଗତ ୧୮ ରୁ ୨୦ ମାସ ଧରି ଏହି ଧନ୍ଦାରୁ ବହୁତ ଟଙ୍କା ରୋଜଗାର କରିଛନ୍ତି, ଯେଉଁମାନଙ୍କ ରୋଜଗାର ମୋ ରୋଜଗାରଠାରୁ ପ୍ରାୟ ୩୦ ଗୁଣ ଅଧିକ, ସେମାନଙ୍କ ବିରୁଦରେ କିଛି କରାଯାଉ ନାହିଁ। କିନ୍ତୁ, ମୋତେ ଲଗାତର ହଇରାଣ କରାଯାଉଛି, ଘଟଣାରେ ମତେ ଟାଣାଯାଉଛି। ମୁମ୍ବାଇ ପୋଲିସ ମୋତେ ଏକା କାହିଁକି ଟାର୍ଗେଟ୍‌ କରୁଛି? ଯେତେବେଳେ କି, ଅନେକ ଲୋକ ଏଥିରୁ ଟଙ୍କା ରୋଜଗାର କରିଛନ୍ତି। କିଛି ମଡେଲ୍ କିମ୍ବା ପର୍ଣ୍ଣ ତାରକା ୪୦ ରୁ ୫୦ ଲକ୍ଷରୁ ଅଧିକ ରୋଜଗାର କରିଥିଲେ, କିନ୍ତୁ ସେମାନେ ନିଶ୍ଚିତ ଭାବରେ ପୀଡିତ ନୁହଁନ୍ତି। ବର୍ତ୍ତମାନ ସେମାନେ ମୁମ୍ବାଇରୁ ସ୍ଥାନାନ୍ତର ହୋଇଯାଇଛନ୍ତି।

Advertisment
Mumbai Entertainment Raj Kundra Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ