Advertisment

୩୦ ବର୍ଷରେ ମରି ଯାଇଥାନ୍ତେ ଏହି ଅଭିନେତ୍ରୀ!

ନିକଟରେ ଗୌହର ଖାନ କୃତୀ ଖରବନ୍ଦା ଓ ବିକ୍ରାନ୍ତ ମୈସୀଙ୍କ ଗୀତ ’୧୪ ଫେରେ’ରେ ନଜର ଆସିଥିଲେ। ବର୍ତ୍ତମାନ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଯେତେବେଳେ ଅଭିନୟ ଦୁନିଆରେ ନିଜ କ୍ୟାରିୟର ଆରମ୍ଭ କରୁଥିଲେ ଜଣେ ପ୍ରଯୋଜକ ତାଙ୍କୁ ତାଙ୍କର କୁଣ୍ଡଳୀ ମାଗିଥିଲେ ଓ ତାଙ୍କୁ ୩୦ ବର୍ଷରେ ମରିଯିବେ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀଙ୍କୁ ୩୮ ବର୍ଷ ହେଲାଣି।

Gauahar Khan says a producer said she will die in her 30s

Gauahar Khan says a producer said she will die in her 30s

Advertisment

ନୂଆଦିଲ୍ଲୀ : ଅଭିନେତ୍ରୀ ଗୌହର ଖାନ ବର୍ତ୍ତମାନ ଦର୍ଶକମାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ କିଣି ପାରିଛନ୍ତି। ତାଙ୍କୁ ସିରିୟଲ ବ୍ୟତୀତ ୱେବ୍ ସିରିଜ୍, ବିଭିନ୍ନ ଗୀତ ଓ ରିଏଲିଟି ଶୋ’ରେ ଦେଖିବାକୁ ମିଳିଛି। ନିକଟରେ ଗୌହର ଖାନ କୃତୀ ଖରବନ୍ଦା ଓ ବିକ୍ରାନ୍ତ ମୈସୀଙ୍କ ଗୀତ ’୧୪ ଫେରେ’ରେ ନଜର ଆସିଥିଲେ। ବର୍ତ୍ତମାନ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଯେତେବେଳେ ଅଭିନୟ ଦୁନିଆରେ ନିଜ କ୍ୟାରିୟର ଆରମ୍ଭ କରୁଥିଲେ ଜଣେ ପ୍ରଯୋଜକ ତାଙ୍କୁ ତାଙ୍କର କୁଣ୍ଡଳୀ ମାଗିଥିଲେ ଓ ତାଙ୍କୁ ୩୦ ବର୍ଷରେ ମରିଯିବେ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀଙ୍କୁ ୩୮ ବର୍ଷ ହେଲାଣି।

Advertisment
Gauhar Khan as Modeler ମଡେଳର ଭାବେ ଗୌହର ଖାନ୍

ସାକ୍ଷାତକାରରେ ଗୌହର କହିଛନ୍ତି ଯେ “ଜଣେ ପ୍ରଯୋଜକ ମତେ ମୋର କୁଣ୍ଡଳୀ ମାଗିଥିଲେ। ଏହା ମୋ ସହିତ କୌଣସି ଫିଲ୍ମରେ କାମ କରିବାର ବହୁ ପୂର୍ବରୁ ହୋଇଥିଲା। ଯେତେବେଳେ ମୁଁ ‘ଝଲକ୍ ଦିଖ୍‌ଲା ଯା’ରେ ନଜର ଆସିବାକୁ ଥିଲି ତା’ ପୂର୍ବରୁ ମଧ୍ୟ ଏହା ହୋଇଥିଲା। ସେ ମୋ କୁଣ୍ଡଳୀ କୌଣସି ଫିଲ୍ମରେ ଲଞ୍ଚ୍ କରିବା ପାଇଁ ମାଗି ନ ଥିଲେ। ତାଙ୍କୁ ମତେ ମଞ୍ଚ କରିବାର ଥିଲା। ମୁ ସେହି ପ୍ରଯୋଜକଙ୍କ କଥା କହୁଛି ଯିଏ ଫିଲ୍ମ ଦୁନିଆରେ ବହତ ବଡ ନାମ। ତାଙ୍କୁ ଗୋଟିଏ ଫିଲ୍ମ ପାଇଁ ଜାତୀୟ ପୁରସ୍କାର ମଧ୍ୟ ମିଳିସାରିଛି। ସେ ନିଜେ ଏକ ପ୍ରଯୋଜନା ସଂସ୍ଥାର ଦାୟିତ୍ୱରେ ଅଛନ୍ତି।”

Advertisment

ଗୌହର ଆହୁରି କହିଛନ୍ତି ଯେ “ସେ ମତେ ମୋ ଜନ୍ମ ତାରିଖ, ସମୟ, ଜନ୍ମଦିନ ଓ ଜନ୍ମସ୍ଥାନ ମାଗିଥିଲେ। ଏହାର ୧୫ ଦିନ ପରେ ସେ ମତେ ଡାକିଲେ। ବଡ ଗମ୍ଭୀରତାର ସହିତ ସେ ମତେ ବସେଇଲେ ଓ କହିଲେ ଯେ ତମର ତ କିଛି ହେବାର ନାହିଁ। ତୁମେ ଫିଲ୍ମ କର ନାହିଁ। ଏ ସ୍ୱପ୍ନ ଛାଡିଦିଅ। କିଛି ବ୍ୟବସାୟ କର। ତୁମେ ୩୦-୩୫ ବର୍ଷ ଭିତରେ ମରିଯିବ। ସେ ପ୍ରଯୋଜକ ମତେ ଏମିତି ବି କହିଥିଲେ ଯେ ମତେ କୌଣସି ଏକ ଗୁରୁତର ରୋଗ ହେବ ଓ ମୁଁ ୩୦ ବର୍ଷ ପରେ ମରିଯିବି।” ଗୌହର ତାଙ୍କ କଥା ଶୁଣି ହସିଥିଲେ ଓ ତମେ ମତେ ଦିନେ ଦେଖିବ ବୋଲି କହିଥିଲେ।

Gauhar Khan in her bold lookବୋଲ୍ଡ ଅବତାରରେ ଗୌହର ଖାନ୍

ଅଭିନେତ୍ରୀ ଗୌହର ଖାନ ଫିଲ୍ମ ଦୁନିଆରେ ପାଦ ରଖିବା ପୂର୍ବରୁ ଦୀର୍ଘ ଦିନ ଧରି ମଡେଲିଂ କରୁଥିଲେ। ‘ଆନ୍ : ମେନ୍ ଆଟ୍ ୱାର୍କ’ ତାଙ୍କର ପ୍ରଥମ ଫିଲ୍ମ ଥିଲା। ଏହା ୨୦୦୪ରେ ରିଲିଜ୍ ହୋଇଥିଲା। ଏହା ସେ ତେଲୁଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି। ୨୦୦୯ରେ ଗୌହର ଖାନ୍ ରିଏଲିଟୀ ଶୋ ‘ଝଲକ୍ ଦିଖଲା ଜା’ରେ ନଜର ଆସିଲେ। ଏହି ବର୍ଷ ତାଙ୍କୁ ରଣବୀର କପୁରଙ୍କ ସହିତ ଫିଲ୍ମ୍ ‘ରକେଟ୍ ସିଂହ’ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ତାଙ୍କୁ ଇଣ୍ଡଷ୍ଟ୍ରୀର ଜଣେ ସଫଳ ନାୟିକା ଭାବେ ଗଣାଯାଉଛି।

Advertisment
Bollywood Gauhar Khan Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ