Advertisment

ଆଲିଆଙ୍କ ଠାରୁ ବେଶି ସୁନ୍ଦରୀ ଥିଲେ ରିଏଲ୍ ଗଙ୍ଗୁବାଇ

ଭାଇରାଲ୍ ହେଉଛି ରିଏଲ ଲାଇଫ୍‌ର ଗଙ୍ଗୁବାଇଙ୍କ ଫଟୋ। ତାଙ୍କ ସୌନ୍ଦର୍ଯ୍ୟକୁ ଦେଖିଲେ ଆପଣ ବି ଟେରା ହେଇଯିବେ।

Gangubai new unseen photo

Gangubai new unseen photo

Advertisment

ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ ଚାରିଆଡେ ହଇଚଇ ଖେଳେଇଦେଇଛି। ଫିଲ୍ମ ରିଲିଜ୍‌ ହେବାର ମାତ୍ର ଏକ ସପ୍ତାହ ଭିତରେ ବହୁତ ଭଲ ରୋଜଗାର କରିଛି। ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ଚଳଚ୍ଚିତ୍ର ଏବଂ ଏଥିରେ ଆଲିଆ ଭଟ୍ଟଙ୍କ ଅଭିନୟକୁ ଲୋକମାନେ ପସନ୍ଦ କରୁଛନ୍ତି।

Advertisment

ତେବେ ‘ଗଙ୍ଗୁବାଇ କାଠିଆୱାଡି’ ହୁସୈନ୍ ଜୈଦୀଙ୍କ ପୁସ୍ତକ ‘ମୁମ୍ବାଇ କେ ମାଫିଆ କୁଇନ୍ସ’ଙ୍କ ଜୀବନୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟଙ୍କ ବ୍ୟତୀତ ଅଜୟ ଦେବଗନ୍, ପାର୍ଥ ସମ’ଥାନ, ଶାନ୍ତନୁ ମହେଶ୍ୱରୀ ଏବଂ ସୀମା ପାହୱା ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।

ଆପଣ ବଡ଼ ପରଦାରେ ରିଲ୍ ଲାଇଫ୍‌ର ଗଙ୍ଗୁବାଇଙ୍କୁ ତ ଦେଖିନେଲେ, ଏବଂ ପସନ୍ଦ ବି କଲେ। କିନ୍ତୁ ଆପଣ କ’ଣ ବାସ୍ତବ ଗଙ୍ଗୁବାଇଙ୍କ ଯୁବତୀ ବେଳର ଫଟୋ ଦେଖିଛନ୍ତି? ବାସ୍ତବ ଜୀବନରେ ସେ ବହୁତ ସୁନ୍ଦର ଥିଲେ। ତାଙ୍କ ସୌନ୍ଦର୍ଯ୍ୟ ଦେଖିବା ପରେ ଆପଣମାନେ ଆଲିଆଙ୍କ ସୌନ୍ଦର୍ଯ୍ୟକୁ କିଛି ନୁହେଁ ବୋଲି କହିବେ।

Advertisment

ସୋସିଆଲ୍‌ ମିଡିଆରେ ରିଏଲ୍ ଲାଇଫ୍‌ର ଗଙ୍ଗୁବାଇର ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେ ଖୁବ ସୁନ୍ଦର ଦେଖାଯାଉଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି।

Advertisment

ଏହି ଫଟୋ ବଲିଉଡ୍‌ ଷ୍ଟୋରୀ ନାମକ ଏକ ପେଜ୍‌ରୁ ସେୟାର କରାଯାଇଛି। ଏହି ଫଟୋରେ ଗଙ୍ଗୁବାଇ କେତେ ସୁନ୍ଦର ଦେଖାଯାଉଛି ତାହା ଆପଣ ଦେଖିଲେ ହିଁ ଜାଣିପାରିବେ। ଆଲିଆ ବି ତାଙ୍କୁ ଠିକ୍ ଭାବରେ କପି କରିଛନ୍ତି। କପାଳରେ ଥିବା ଲାଲ୍‌ ବିନ୍ଦି ଏବଂ ଗାଲରେ କଳା ଯାଇ ରିଏଲ୍ ଲାଇଫର୍ ଗଙ୍ଗୁବାଇର ମୁହଁରେ ଦେଖିବାକୁ ମିଳେ।

ତେବେ ଏହି ଚଳଚ୍ଚିତ୍ରରେ ଗଙ୍ଗୁବାଇର ଭୂମିକାରେ ଥିବା ଆଲିଆ ଭଟ୍ଟଙ୍କୁ ହିରୋଇନ୍ ହେବାର ସ୍ୱପ୍ନ ଦେଖାଇ ବିକ୍ରି କରାଯାଏ। ଏହା ପରେ ସେ ତାଙ୍କ ନୂଆ ଜୀବନରେ ଆସୁଥିବା ଚ୍ୟାଲେଞ୍ଜ୍‌ଗୁଡ଼ିକୁ ଗ୍ରହଣ କରନ୍ତି ଏବଂ ୪ ହଜାର ମହିଳା ଏବଂ ଶିଶୁଙ୍କ ପାଇଁ ଲଢିବା ଆରମ୍ଭ କରନ୍ତି।

Bollywood Gangubai Kathiawadi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ