Advertisment

‘ଗଦର’ ନିର୍ଦ୍ଦେଶନଙ୍କ ଖୁଲାସା; କପିଲ ଶର୍ମାଙ୍କୁ ମାରିଥିଲେ ଚାପୁଡା

ସନି ଦେଓଲ୍ ଅଭିନୀତ ଗଦର ଫିଲ୍ମର ଆକ୍ସନ ନିର୍ଦ୍ଦେଶକ ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସେଟ୍‌ରେ ସେ କପିଲ୍ ଶର୍ମାଙ୍କୁ ଚାପୁଡା ମାରି ଧକ୍କାଦେଇ ବାହାର କରିଦେଇଥିଲେ। ହେଲେ କାହିଁକି, ଆସନ୍ତୁ ଜାଣିବା।

Gadar action director slapped kapil sharma

Gadar action director slapped kapil sharma

Advertisment

ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମା ଏହା ପୂର୍ବରୁ ପ୍ରକାଶ କରିଛନ୍ତି ଯେ ସେ ସନ୍ନି ଦେଓଲଙ୍କ ସୁପରହିଟ୍ ଫିଲ୍ମ 'ଗଦର: ଏକ୍‌ ପ୍ରେମ୍‌ କଥା'ରେ ଏକ ଛୋଟ ଚରିତ୍ରରେ ଅଭିନୟ କରିଥିଲେ କିନ୍ତୁ ସେହି ଦୃଶ୍ୟକୁ ଶେଷରେ କାଟି ଦିଆଯାଇଥିଲା। ଏବେ ଜଣାପଡିଛି ଯେ କପିଲଙ୍କ ସେହି ଦୃଶ୍ୟ କାହିଁକି କଟାଯାଇଥିଲା। ନିକଟରେ ମୁକେଶ ଖାନ୍ନାଙ୍କ ସହ କଥାବାର୍ତ୍ତା ବେଳେ ଫିଲ୍ମର ଆକ୍ସନ୍ ନିର୍ଦ୍ଦେଶକ ଟିନୁ ବର୍ମା କହିଛନ୍ତି ଯେ ସେ କପିଲ ଶର୍ମାଙ୍କ ଉପରେ ଖୁବ କ୍ରୋଧିତ ଥିଲେ ଏବଂ ତାଙ୍କୁ ସେଟ୍‌ରୁ କାଢି ଦେଇଥିଲେ।

Advertisment

ଟିନୁ କହିଛନ୍ତି ଯେ ଫିଲ୍ମର ଗୋଟିଏ ଦୃଶ୍ୟରେ ଲୋକଙ୍କୁ ଟ୍ରେନ୍ ଆଡକୁ ଦୌଡିବାକୁ କୁହାଯାଇଥିଲା। ସେ ଆକ୍ସନ୍ କହିବା ମାତ୍ରେ ସମସ୍ତେ ଟ୍ରେନ୍ ଆଡକୁ ଦୌଡିବାକୁ ଲାଗିଲେ କିନ୍ତୁ ଏଠାରେ ଜଣେ ପିଲା ଥିଲା ଯିଏ ବିପରୀତ ଦିଗକୁ ଦୌଡିବାକୁ ଲାଗିଲା। ଏହି ପିଲାଟି କପିଲ ଶର୍ମାଙ୍କ ବ୍ୟତୀତ ଆଉ କେହି ନଥିଲେ। ଟିନୁ କପିଲଙ୍କୁ ଡାକି କହିଥିଲେ, ତୁମ ଯୋଗୁଁ ମୋତେ ଆଉ ଏକ ସଟ୍‌ ନେବାକୁ ପଡିବ। ଏହା ପରେ ଯେତେବେଳେ ଦ୍ୱିତୀୟ ଥର ପାଇଁ ସଟ୍ ନିଆଗଲା, ପୁଣି ଥରେ କପିଲ ଶର୍ମା ବିପରୀତ ଦିଗକୁ ଦୌଡିବାକୁ ଲାଗିଲେ।

ଏହା ପରେ ଟିନୁ ବର୍ମା ରାଗିଗଲେ। ସେ କହିଛନ୍ତି, “ମୁଁ କ୍ୟାମେରା ଛାଡିଦେଲି ଏବଂ ମୁଁ ସେହି ପିଲାଟି ଆଡକୁ ଦୌଡ଼ିଲି ଏବଂ ଧରିବା ମାତ୍ରେ ଚାପୁଡ଼ା ମାରିଲି। କାନ ମୁଣ୍ତିଆ ଗୋଟେ ଦେଇ କହିଲି ଏହାକୁ ବାହାର କରିଦିଅ।”

Advertisment

ପ୍ରକାଶଥାଉ ଯେ ପୂର୍ବରୁ ଯେତେବେଳେ କପିଲ ଶର୍ମାଙ୍କ ସୋ’ରେ ସନ୍ନି ଦେଓଲ ଆସିଥିଲେ, ସେତେବେଳେ ସେ ମଧ୍ୟ ଏହି ଘଟଣା ବିଷୟରେ ଉଲ୍ଲେଖ କରିଥିଲେ। ଏହା ଶୁଣି ସନି ଦେଓଲ ଆଶ୍ଚର୍ଯ୍ୟ ହୋଇଥିଲେ ଯେ କପିଲ ଶର୍ମା ତାଙ୍କ ଫିଲ୍ମ ‘ଗଦର’ରେ ମଧ୍ୟ କାମ କରିଥିଲେ।

କପିଲ ଶର୍ମାଙ୍କ ସୁପର୍‌ହିଟ୍ ଶୋ ସେପ୍ଟେମ୍ବର ମାସରୁ ପୁଣି ଥରେ ଟିଭି ପରଦାକୁ ଫେରିବାକୁ ଯାଉଛି। ଫିଲ୍ମ ବିଷୟରେ କଥାବାର୍ତ୍ତା ଆସିଲେ କପିଲ ଶର୍ମା ୨୦୧୫ରେ 'କିସ୍ କିସ୍‌କୋ ପ୍ୟାର୍‌ କରୋ' ସହିତ ଅଭିନୟ ଆରମ୍ଭ କରିଥିଲେ। ଏହା ପରେ ସେ 'ଫିରଙ୍ଗୀ', 'ସନ୍ ଅଫ୍‌ ମଞ୍ଜିତ ସିଂହ' ଏବଂ 'ଇଟ୍ସ୍ ମାଏ ଲାଇଫ୍' ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏବେ ସେ ଖୁବ୍ ଶୀଘ୍ର ନନ୍ଦିତା ଦାସଙ୍କ ଫିଲ୍ମରେ ଏକ ଫୁଡ୍ ଡେଲିଭରି ଏଜେଣ୍ଟ ଭୂମିକାରେ ନଜର ଆସିବେ।

Advertisment
Kapil Sharma Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ