Advertisment

ଫ୍ରଡ୍‌ କେସ୍‌ରେ ଜବତ ହୋଇଛି କରୀନା କପୁରଙ୍କ ଲଗ୍ଜରୀ କାର୍

ଫ୍ରଡ୍‌ କେସ୍‌ରେ ବଡିଉଡ୍ ଅଭିନେତା କରୀନା କପୁରଙ୍କ ଲଗ୍ଜରୀ କାର୍‌କୁ କେରଳ ପୁଲିସ୍ ଜବତ କରିଛି। କରୀନା କପୁରଙ୍କ ନାମରେ ଥିବା ପୋର୍ଚ୍ଚି ବକ୍ସଷ୍ଟର କାର୍ କେରଳର ଚେର୍ତଲା ପୁଲିସ୍ ଥାନାରେ ଗତ ଏକ ବର୍ଷ ହେବ ଠିଆହୋଇଛି। କେରଳର ଶ୍ରୀବାସ୍ତବ ଗ୍ରୁପ୍ ମାମଲାରେ ପୁଲିସ୍ ଏହି କାରକୁ ଜବତ କରିଥିଲା। ପୋଲିସର କହିବା କଥା ଯେ ଏପର୍ଯ୍ୟନ୍ତ ଏହି ଗାଡିର କାଗଜପତ୍ର ଦିଆଯାଇନି।

Fraud case on Kareena Kapoor luxury car

Fraud case on Kareena Kapoor luxury car

Advertisment

ନୂଆଦିଲ୍ଲୀ : ଫ୍ରଡ୍‌ କେସ୍‌ରେ ବଡିଉଡ୍ ଅଭିନେତା କରୀନା କପୁରଙ୍କ ଲଗ୍ଜରୀ କାର୍‌କୁ କେରଳ ପୁଲିସ୍ ଜବତ କରିଛି। କରୀନା କପୁରଙ୍କ ନାମରେ ଥିବା ପୋର୍ଚ୍ଚି ବକ୍ସଷ୍ଟର କାର୍ କେରଳର ଚେର୍ତଲା ପୁଲିସ୍ ଥାନାରେ ଗତ ଏକ ବର୍ଷ ହେବ ଠିଆହୋଇଛି। କେରଳର ଶ୍ରୀବାସ୍ତବ ଗ୍ରୁପ୍ ମାମଲାରେ ପୁଲିସ୍ ଏହି କାରକୁ ଜବତ କରିଥିଲା। ପୋଲିସର କହିବା କଥା ଯେ ଏପର୍ଯ୍ୟନ୍ତ ଏହି ଗାଡିର କାଗଜପତ୍ର ଦିଆଯାଇନି। ତେବେ ଏଥିରୁ ସ୍ପଷ୍ଟ ହେଉନି ଯେ ପ୍ରକୃତରେ ଏ ଗାଡି କାହାର।

Advertisment

ସୂଚନା ମୁତାବକ କରୀନାଙ୍କ ନାମରେ ଥିବା ଏହି କାର୍‌ଟି ଫ୍ରଡ୍ କେସ୍‌ରେ ଅଭିଯୁକ୍ତ ମୋନସୋନ୍ ମାଭୁଙ୍କଲଙ୍କ ଠାରୁ ଜବତ କରାଯାଇଥିଲା। କେରଳ ପୁଲିସର କ୍ରାଇମବ୍ରାଞ୍ଚ୍ ପ୍ରାଚୀନକାଳର ମୂଲ୍ୟବାନ ଜିନିଷ ଚୋରେଇବା ମାମଲାରେ ମୋନସୋନ୍ ମାଭୁଙ୍କଲଙ୍କୁ ଗିରଫ କରିଥିଲା। ତାଙ୍କ ପାଖରୁ ଏହି ଗାଡି ମିଳିଥିବା ବେଳେ ଏହା କରୀନା କପୁରଙ୍କ ନାମରେ ମୁମ୍ବାଇ ଠିକଣାରେ ପଞ୍ଜିକୃତ ହୋଇଥିବା ଜଣାଯାଇଛି।

Advertisment

ତେବେ ଶ୍ରୀବାସ୍ତବ ଗ୍ରୁପ୍‌ ମାମଲାରେ ପୁଲିସ୍ ମୋନସୋନ୍ ମାଭୁଙ୍କଲଙ୍କ ପାଖରୁ ୨୦ଟି କାର୍ ଜବତ କରିଛି। ଏଥିରୁ ଗୋଟିଏ କାର୍ କରୀନାଙ୍କ ନାମରେ ଥିବା ଜଣାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ଯେ ଏହା ପ୍ରକୃତରେ କାହାର। କିନ୍ତୁ ଏତିକି ଜଣାଯାଇଛି ଯେ ଏହା ୨୦୦୭ରେ ପଞ୍ଜିକୃତ ହୋଇଥିବା ବେଳେ କରୀନା କପୁରଙ୍କ ନାମରେ ମୁମ୍ବାଇ ଠିକଣାରେ ରହିଛି।

Fraud case on Kareena Kapoor luxury carଫ୍ରଡ୍‌ କେସ୍‌ରେ ଜବତ ହୋଇଛି କରୀନା କପୁରଙ୍କ ଲଗ୍ଜରୀ କାର୍

ପ୍ରକାଶଥାଉ ଯେ ମୋନସୋନ୍ ମାଭୁଙ୍କଲଙ୍କୁ ୧୦ କୋଟିର ପୁରୁଣା ଜିନିଷ ଚୋରି କରିବା ଓ ଆର୍ଥିକ୍ ଫ୍ରଡ୍‌ କାର୍‌ରେ ଗିରଫ କରାଯାଇଥିଲା। ତେବେ ମୋନସୋନ୍ ମାଭୁଙ୍କଲଙ୍କ ପାଖରେ ଏମିତି ଆହୁରି କେତେ ଲଗ୍ଜରୀ କାର୍ ଅଛି ତାହାକୁ ନେଇ ପୋଲିସ୍ ଯାଞ୍ଚ କରୁଛି। ଚେର୍ତଲାରେ ଥିବା ମୋନସୋନ୍ ମାଭୁଙ୍କଲଙ୍କ ଗାଡି, ମାଭୁଙ୍କଲଙ୍କ କୋଚ୍ଚୀସ୍ଥିତ ଘରୁ ମିଳିଥିବା ଗାଡି ଭାରତର ବିଭିନ୍ନ ରାଜ୍ୟରେ ପଞ୍ଜିକୃତ ହୋଇଛି। ତେବେ ଏସବୁ ଗାଡିର କାଗଜପତ୍ର ଠିକ୍ ନୁହେଁ ବୋଲି ପୋଲିସ୍ କହିଛି।

Advertisment

ପୋଲିସ୍ ଆହୁରି ମଧ୍ୟ କହିଛି ଯେ ମୋନସୋନ୍ ମାଭୁଙ୍କଲ ଶସ୍ତାରେ ଦାମୀ ଗାଡି କିଣି ଲୋକଙ୍କୁ ଧନୀ ହେବାର ଲୋଭ ଦେଖାଇ ଉଚ୍ଚା ଦରରେ ବିକ୍ରି କରୁଥିଲା। ମୋନସୋନ୍‌ଙ୍କ କହିବା କଥା ଯେ ସେ କସ୍ମେଟୋଲୋଜିଷ୍ଟ୍, ଫିଲାନ୍ଥ୍ରୋପିଷ୍ଟ୍, ଏଜୁକେଶନିଷ୍ଟ୍, ମୋଟିଭେସନାଲ୍ ସ୍ପିକର୍ ହେବା ସହିତ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରନ୍ତି। ସେ ଆହୁରି କହିଛନ୍ତି ଯେ ସେ ଏନ୍‌ଆର୍‌ଆଇ ଅର୍ଗାନାଇଜେସନ ଚଳାନ୍ତି ଓ କେରଳ ରାଜନୀତି, ପୁଲିସ୍ ଓ ସିନେମା ସହ ଜଡିତ ଲୋକଙ୍କ ସମ୍ପର୍କରେ ଅଛନ୍ତି।

Kareena Kapoor Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ