Advertisment

କେବଳ ବ୍ୟବସାୟ ପାଇଁ ତିଆରି ହେଉଛି ହିନ୍ଦୀ ସିନେମା, ଡବିଙ୍ଗ ଆଉ ଖାଲି ଡବିଙ୍ଗ

ବଲିଉଡ୍ ପାଖରେ ସରିଗଲା କି ସ୍କ୍ରିପ୍ଟ ? ଆଉ ନୂଆ କାହାଣୀ ଭାବିବା, ଲେଖିବା ଓ ଏହାକୁ ନିର୍ଦ୍ଦେଶନା ଦେବାକୁ କେହି ନାହାନ୍ତି କି ? ଏପରି ପ୍ରଶ୍ନ ଆମ ମନରେ ନୁହେଁ ଅନେକଙ୍କ ମନରେ। ବଲିଉଡକୁ ଭଲ ପାଉଥିବା, ବଲିଉଡ୍ ଫିଲ୍ମ ପାଇଁ ଦିୱାନା ଥିବା ମୋ ଭଳି ଅନେକଙ୍କ ପାଖରେ ଏବେ ଏମିତି ପ୍ରଶ୍ନ। କାରଣ ବିଗତ କିଛି ବର୍ଷ ଧରି ବଲିଉଡର ଅବସ୍ଥା, ସିନେମା ନିର୍ମାଣ ଓ ଏହାର ପ୍ରସାର ପ୍ରଚାରକୁ ଦେଖି କିଛି ଏପରି ମନେ ହେଉଛି।

ଅଦ୍ୟତନ ହୋଇଛି
Dub films in Hindi

Dub films in Hindi

Advertisment

ଡବିଙ୍ଗ... ଡବିଙ୍ଗ ଆଉ ଖାଲି ଡବିଙ୍ଗ। ତେଲୁଗୁ, ତାମିଲ, ମାଲାୟାଲାମ, ହଲିଉଡ୍ ଏବଂ ବେଶୀ ଚେଷ୍ଟା କଲେ କୋରିଆନ ଫିଲ୍ମରୁ। ଅବିକଳ ଉତ୍ତାରି ଦେଉଛନ୍ତି ହିନ୍ଦି ସିନେମା ନିର୍ମାତା। ଯାହା ଆପଣ ଦେଖିଛନ୍ତି, ଯାହାକୁ ଆପଣ ପସନ୍ଦ କରିଛନ୍ତି ସେସବୁ ଯେପରି ପୁଣି ଥରେ ହିନ୍ଦି ଭାଷାରେ କପି କରାଯାଉଛି। ଆଉ ଏହା ପଛରେ କୌଣସି ନବାଗତ କିମ୍ବା ଛୋଟ ପ୍ରଯୋଜନା ସଂସ୍ଥା ନୁହେଁ ବରଂ ବଡ଼ ଷ୍ଟାର ଆଉ ବ୍ୟାନର ବି ରହିଛନ୍ତି।

Advertisment

ଏବେ ରିଲିଜ୍ ହେଉଥିବା ୯୦ ପ୍ରତିଶତ ଫିଲ୍ମ ଡବ୍।...କେବଳ ମନୋରଞ୍ଜନ ପାଇଁ ଏହା କରାଯାଉଛି ତା ନୁହେଁ...ଦର୍ଶକ କଣ ଚାହୁଁଛନ୍ତି, ଦର୍ଶକଙ୍କ ପସନ୍ଦ କଣ ତାକୁ ନଜରରେ ରଖି ନୁହେଁ କେବଳ ହିଟ୍ ଫର୍ମୁଲାକୁ ଆପଣେଇ ଫିଲ୍ମ ହେଉଛି। ଯଦି, ତେଲୁଗୁ, ତାମିଲ, ମାଲାୟଲମରେ ହିଟ୍ ତେବେ ଏହାକୁ ହିନ୍ଦୀରେ ବି ଅବିକଳ କରାଯାଉ। ଏହି ଚିନ୍ତାଧାରା ଏବେ ହିନ୍ଦୀର ନିଜସ୍ଵପଣ ଆଉ ଦକ୍ଷତାକୁ ନଷ୍ଟ କରୁଛି। 

ଗତକାଲି ହିଁ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ସେଲ୍ଫିର ଘୋଷଣା ହେଇଛି। ଫିଲ୍ମରେ ଅକ୍ଷୟ ଓ ଇମ୍ରାନ ହାସମି ପ୍ରଥମ ଥର ପାଇଁ ଏକା ସହ ନଜର ଆସିବେ। ୨୦୧୯ରେ ରିଲିଜ୍ ହେଇଥିବା ମାଲାୟାଲାମ ସିନେମା ଡ୍ରାଇଭିଂ ଲାଇସେନ୍ସର ୟେ ହେଉଛି ରିମେକ୍। ପୃଥିବୀରାଜଙ୍କ ଏହି ଫିଲ୍ମ କେରଳରେ ଟ୍ରେଣ୍ଡ ସେଟ୍ କରିଥିଲା। ଆଉ ଏହାକୁ ନେଇ ଏବେ କରନ୍ ଜୋହର ହିନ୍ଦି ରିମେକ୍ କରୁଛନ୍ତି।

Advertisment

ଖାଲି ଏହି ଗୋଟିଏ ନୁହେଁ, କିଛି ଦିନ ତଳେ ହ୍ରିତିକ୍ ରୋସନଙ୍କ ଫିଲ୍ମ୍ 'ବିକ୍ରମ ବେଦା'ର ଲୁକ୍ ରିଲିଜ୍ ହୋଇଥିଲା। ଯେଉଁଥିରେ ହ୍ରିତିକ୍ ବେଦା ଚରିତ୍ରରେ ନଜର ଆସିଥିଲେ। ଏହା ତାମିଲ ଫିଲ୍ମ ବିକ୍ରମ ବେଦାର ଡବ୍। ଯେଉଁଥିରେ ଭର୍ସଟାଇଲ ବିକ୍ରମ ସେତୁପତିଙ୍କ ଚରିତ୍ରରେ ହ୍ରିତିକଙ୍କୁ ଦେଖିବାକୁ ମିଳିବ।

ଏହା ବ୍ୟତୀତ ଜର୍ଶି ସହ ତାମିଲ ଫିଲ୍ମ ଅନୀୟନ ରିମେକରେ ରଣଭିର, ରତଶାସନରେ ଅକ୍ଷୟ କୁମାର, ଥଡମରେ ଆଦିତ୍ୟ ରାୟ କପୁର, କୋମଲି ପାଇଁ ଅର୍ଜୁନ କପୁର, କେଥିରେ ଅଜୟ ଦେବଗନ୍ ଭଳି ଷ୍ଟାର ଚୂଡାନ୍ତ ହେଇ ସାରିଲେଣି। ତାମିଲ ବ୍ୟତୀତ ଅନ୍ୟ ଭାଷାର ପ୍ରାୟ ଦୁଇ ଡଜନରୁ ଅଧିକ ଫିଲ୍ମ୍ ଏବେ ହିନ୍ଦୀରେ ରିମେକ୍ ହେବ।

Advertisment

(ପ୍ରସନଜିତ ରାୟ) 

Entertainment News Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ