Advertisment

ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତାବିବାହ’କୁ ୮୮ ବର୍ଷ

କିନ୍ତୁ ବିଡମ୍ବନା ପୁରୀ ସହରରେ ଏବେ ଗୋଟିଏ ହେଲେ ସିନେମା ହଲ ନାହିଁ। ଯାହାକୁ ନେଇସାଧାରଣରେ ଦାବି ଉଠିଛି । ଅନ୍ନପୂର୍ଣ୍ଣା ଥଏଟର ହେବ ବା ତିନୋଟି ମାର୍କେଟ କମ୍ପ୍ଳେକସ ନିର୍ମାଣ ହେଲା ସେଠାରେ ସିନେମା ହଲ ଟିଏ ହେଉ।

Sita Bibaha

Sita Bibaha

Advertisment

ଓଡ଼ିଆ ସିନେମାର ଇତିହାସ ବେଶ୍‌ ରୁଦ୍ଧିମନ୍ତ। ୮୮ ବର୍ଷରେ ପାଦ ଥାପିଲା ଓଡ଼ିଆ ସିନେମା । ସୀତାବିବାହରୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଇତିହାସ। ୧୯୩୬ ମସିହା ଆଜିର ଦିନରେ ପ୍ରଥମ ଓଡ଼ିଆ ନୂଆ ଚଳଚ୍ଚିତ୍ର 'ସୀତା ବିବାହ' ପୁରୀର ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା । ୧୯୩୬ ମସିହାରେ ରିଲିଜ ହୋଇଥିବା ଏହି ପ୍ରଥମ ଓଡ଼ିଆ ଚଳଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ମୋହନ ସୁନ୍ଦର ଦେବ ଗୋସ୍ବାମୀ।

Advertisment

ପ୍ରଭୁ ରାମ ଓ ମାତାଙ୍କ ସୀତାଙ୍କ ବିବାହ ବିଷୟ ବସ୍ତୁକୁ ନେଇ ଫିଲ୍ମଟି ନିର୍ମାଣ ହୋଇଥିଲା। ପୁରୀର ଲକ୍ଷ୍ମୀ ଟକିସରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଏଥିରେ ରାମ ଭୂମିକାରେ ମାଖନଲାଲ୍ ବାନାର୍ଜୀ, ସୀତା ଭୂମିକାରେ ପ୍ରଭାବତୀ, ଲକ୍ଷ୍ମଣ ଭୂମିକାରେ ଆଦିତ୍ୟ ବଲ୍ଲଭ ମହାନ୍ତି ଅଭିନୟ କରିଥିଲେ । ଫିଲ୍ମରେ ଥିବା ୧୪ଟି ଗୀତକୁ ଓଡିଶାର କଣ୍ଠଶିଳ୍ପୀମାନେ ଗାଇଥିଲେ ।ଏହା ଯେହେତୁ ଓଡିଆରେ ପ୍ରଥମ ଚଳଚ୍ଚିତ୍ର ଥିଲା ପ୍ରେଯାଜକ ଧାର କରି ଅଭିନେତାମାନଙ୍କୁ ଟଙ୍କା ଦେଇଥିଲେ ।

ମାଖନଲାଲ ଏହି ଚଳଚ୍ଚିତ୍ର ପାଇଁ ୧୨୦ ଟଙ୍କା, ଆଦିତ୍ୟ ବଲ୍ଲଭ ମହାନ୍ତି ୩୫ ଟଙ୍କା ପାରିଶ୍ରମିକ ପାଇଥିବା ବେଳେ ସୀତା ଭୂମିକାରେ ଅଭିନୟ କରିଥିବା ପ୍ରଭାବତୀ ସବୁଠୁ ଅଧିକ ଦେଢଶହ ଟଙ୍କା ପାଇଥିଲେ । ଚଳଚ୍ଚିତ୍ରଟିକୁ ନିର୍ମାଣ କରିବା ପାଇଁ ତିରିଶ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ବେଙ୍ଗଲ ବୋର୍ଡର ଫିଲ୍ମ ସାର୍ଟିଫିକେଟ୍ ଓ ଲାଲବଜାର ପୋଲିସ କମିଶନର ଏହାକୁ ସେନସର ସାର୍ଟିଫିକେଟ୍ ଦେଇଥିଲେ । ଫିଲ୍ମର ଅବଧି ଦୁଇ ଘଣ୍ଟା ହୋଇଥିବା ବେଳେ ଏହା ପ୍ରଥମେ ପୁରୀର ଲକ୍ଷ୍‌ମୀ ଟକିଜରେ ଓ ପରେ ଏହା କଟକର ସିନେମା ପ୍ୟାଲେସରେ ମୁକ୍ତିଲାଭ କରିଥିଲା ।

Advertisment

କିନ୍ତୁ ବିଡମ୍ବନା ପୁରୀ ସହରରେ ଏବେ ଗୋଟିଏ ହେଲେ ସିନେମା ହଲ ନାହିଁ। ଯାହାକୁ ନେଇସାଧାରଣରେ ଦାବି ଉଠିଛି । ଅନ୍ନପୂର୍ଣ୍ଣା ଥଏଟର ହେବ ବା ତିନୋଟି ମାର୍କେଟ କମ୍ପ୍ଳେକସ ନିର୍ମାଣ ହେଲା ସେଠାରେ ସିନେମା ହଲ ଟିଏ ହେଉ। ୨୦୧୯ ଫନୀ ବାତ୍ୟାରେ ବିଧ୍ବସ୍ତ ହୋଇଥିଲା ପୁରୀର ସର୍ବ ପୁରାତନ ଲକ୍ଷ୍ନୀ ଟକିଜ୍। ତା ପରଠୁ ଆଉ ଏହି ସିନେମା ହଲର ପୁନଃଉଦ୍ଧାର ହୋଇନି। ସେହପରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ମଧ୍ୟ ଏକ ଥଏଟର ଓ ସିନେମା ହଲ ନିର୍ମାଣ ହୋଇପାରନ୍ତା ବୋଲି ଦାବି କରାଯାଇଛି।

Odia Film
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ