Advertisment

ଜବରଦସ୍ତ ରୋଜଗାର କରିଚାଲିଛି ‘ତଡପ୍’

ଅହାନ ଶେଟ୍ଟୀ ଓ ତାରା ସୁତାରିଆଙ୍କ ଅଭିନୀତ ‘ତଡପ୍‌’ ବକ୍ସ ଅଫିସ୍‌ରେ ଧମାଲ କରିଚାଲିଛି। ଆଗଧାଡିର ଅଭିନେତାଙ୍କୁ ଟକ୍କର ଦେଇ ଭଲ ରୋଜଗାର କରିଚାଲିଛି।

Film Tadap box office collection day 3

Film Tadap box office collection day 3

Advertisment

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀଙ୍କ ଅଭିନୀତ ଫିଲ୍ମ ‘ତଡପ’ ବକ୍ସ ଅଫିସ୍‌ରେ ଜମେଇକି ବ୍ୟବସାୟ କରୁଛି। ଫିଲ୍ମ ପ୍ରଥମ ଦିନରେ ବହୁତ ଭଲ ରୋଜଗାର କରିଥିଲା। ସିନେନିର୍ମାତା ଏହି ଫିଲ୍ମର ରୋଜଗାରକୁ ନେଇ ଆଶାବାଦୀ ତ ଥିଲେ, କିନ୍ତୁ ସେ ଏପରି ଆଶା କରି ନଥିବେ ଯେ ଏହି ଫିଲ୍ମ ଏତେ ଭଲ ହେବ, ଏତେ ଭଲ ରୋଜଗାର କରିବ ବୋଲି। କାରଣ ପ୍ରେକ୍ଷାଳୟରେ ଏହା ପୂର୍ବରୁ ବଲିଉଡ୍ ଦବଙ୍ଗ ଖାନ୍ ସଲମାନ ଖାନ ଓ ଆୟୁଷ ଶର୍ମାଙ୍କ ଫିଲ୍ମ ‘ଅନ୍ତିମ’ ଚାଲିଥିଲା।

Advertisment

ଏଭଳି କ୍ଷେତ୍ରରେ ମଧ୍ୟ ନୂଆ କଳାକାରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ଦର୍ଶକଙ୍କୁ ବକ୍ସ ଅଫିସ୍‌ ପର୍ଯ୍ୟନ୍ତ ନେଇଯିବା ନିଶ୍ଚିତ ଏକ ବଡ କଥା। ଫିଲ୍ମ ‘ତଡପ୍’ ତୃତୀୟ ଦିନରେ ମଧ୍ୟ ଜବରଦସ୍ତ ରୋଜଗାର କରିଛି।

ଫିଲ୍ମର ଏପର୍ଯ୍ୟନ୍ତର ସମୁଦାୟ ରୋଜଗାର:

ଜଣାଶୁଣା ଫିଲ୍ମ ଟ୍ରେଣ୍ଡ୍ ଆନାଲିଷ୍ଟ ତରଣ ଆଦର୍ଶ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଫିଲ୍ମ ‘ତଡପ’ର ତିନି ଦିନର ରୋଜଗାର ଏକ ହିସାବ ଦେଇଛନ୍ତି। ଏହି ହିସାବ ଅନୁସାରେ ଏହି ଫିଲ୍ମ ପ୍ରଥମ ଦିନ ତଥା ଶୁକ୍ରବାର ୪.୦୫ କୋଟି ଟଙ୍କା ରୋଜଗାର କରିଥିଲା।

Advertisment

ସପ୍ତାହନ୍ତର ଆଶା ଅନୁସାରେ ଫିଲ୍ମର ରୋଜଗାର ବୃଦ୍ଧି ପାଇଛି। ଶନିବାର ଏହି ଫିଲ୍ମ ୪.୧୨ କୋଟି ରୋଜଗାର କରିଥିଲା। କିନ୍ତୁ ରବିବାର ଅହାନଙ୍କ ଫିଲ୍ମର ରୋଜଗାର ଏତେ ବଢିଗଲା ଯେ ଯାହା କେବେ କଳ୍ପନା କରାଯାଇ ନଥିଲା। ରବିବାର ଏହି ଫିଲ୍ମ ୫.୩୫ କୋଟି କମେଇବାରେ ସଫଳ ହୋଇଥିଲା। ଏହିପରି ଭାବେ ଯଦି ମୋଟ୍ ରୋଜଗାର ଦେଖାଯାଏ ତେବେ ‘ତଡପ୍’ ୪.୧୨ କୋଟି କମେଇ ପାରିଛି।

ଆଗଧାଡିର ଅଭିନେତାଙ୍କୁ ଅହାନଙ୍କ ଟକ୍କର:

ଏବେ ସମସ୍ତଙ୍କ ନଜର ୱିକ୍‌ଡେଜ୍ ଉପରେ ରହିଛି। ‘ତଡପ’ର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଦର୍ଶନକୁ ଦେଖି କୁହାଯାଇ ପାରିବ ଯେ ୱିକ୍‌ଡେଜରେ ମଧ୍ୟ ଏହି ଫିଲ୍ମକୁ ଦେଖିବା ନେଇ ଭଲ ରକମର ଦର୍ଶକ ପ୍ରେକ୍ଷାଳୟରେ ପହଞ୍ଚିବେ। ଅହାନ ଶେଟ୍ଟୀ ଓ ତାରା ସୁତାରିଆଙ୍କ ଯୋଡିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ଯୁବଗୋଷ୍ଠୀଙ୍କୁ ଖୁବ ଆକର୍ଷିତ କରୁଛି। ଅହାନ ଶେଟ୍ଟୀଙ୍କ ଏହି ପିଲ୍ମ ସଲମାନ ଖାନଙ୍କ ‘ଅନ୍ତିମ’ ଓ ଜନ ଆବ୍ରାହମଙ୍କ ‘ସତ୍ୟମେବ ଜୟତେ ୨’କୁ ଟକ୍କର ଦେଉଥିବା ପ୍ରମାଣିତ ହୋଇଛି। ବିଗ୍ ବଜେଟ୍‌ଧାରୀ ଅନ୍ୟ ଦୁଇ ଫିଲ୍ମଠାରୁ ଏହି ଫିଲ୍ମ ମାତ୍ର ତିନି ଦିନରେ ଭଲ ରୋଜଗାର କରିନେଇଛି।

Advertisment
Film Tadap box office collection day 3ଜବରଦସ୍ତ ରୋଜଗାର କରିଚାଲିଛି ‘ତଡପ୍’

ତେବେ ଅହାନ ଶେଟ୍ଟୀଙ୍କ ଫିଲ୍ମ ‘ତଡପ’ ସାରା ଦେଶରେ ୧୬୫୬ ପରଦାରେ ରିଲିଜ୍ ହୋଇଛି। ସେହିପରି ବିଦେଶରେ ଏହା ୪୫୧ ପରଦାରେ ପ୍ରଦର୍ଶିତ ହୋଇଛି। ଯଦି ପରଦା ହିସାବରେ ଦେଖାଯାଏ ତେବେ ଫିଲ୍ମ ପ୍ରଥମ ଦୁଇ ଦିନରେ ଭଲ ରୋଜଗାର କରିଥିଲା। ଏହି ସମୟରେ ‘ଅନ୍ତିମ’ ମଧ୍ୟ ପ୍ରେକ୍ଷାଳୟରେ ଚାଲିଥିଲା। ତେବେ ଏହା ନିଶ୍ଚିତ କୁହାଯିବ ଯେ ‘ତଡପ’ ଆଶାଠାରୁ ବହୁତ ଭଲ ରୋଜଗାର କରୁଛି।

‘ଆର୍‌ଏକ୍ସ ୧୦୦’ର ରିମେକ ହେଉଛି ‘ତଡପ’:

ପ୍ରକାଶଥାଉ ଯେ ଅହାନ ଶେଟ୍ଟୀ ଓ ତାରା ସୁତାରିଆଙ୍କ ‘ତଡପ’ ସୁପରହିଟ୍ ଫିଲ୍ମ ‘ଆର୍‌ଏକ୍ସ ୧୦୦’ର ରିମେକ। ଏହି ଫିଲ୍ମ ଫାକ୍ସ ଷ୍ଟାର୍ ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ହୋଇଥିବା ବେଳେ ସହ-ନିର୍ମାତାଭାବେ ସାଜିଦ ନାଡିୟାୱାଲ ଅଛନ୍ତି। ଏହି ଫିଲ୍ମକୁ ରଜତ ଅରୋଡା ଲେଖିଥିବା ବେଳେ ମିଲନ ଲୁଥରିୟା ନିର୍ଦ୍ଦେଶନା ଦେଇଛନ୍ତି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ