Advertisment

ଏମିତି ଦେଖାଗଲେଣି ହ୍ୟାଣ୍ଡସମ୍ ହିରୋ ଫରଦ୍ଦିନ ଖାନ

୯୦ ଦଶକରେ ତାଙ୍କର ସୁନ୍ଦର ଚେହେରା ଏବଂ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ଫରଦ୍ଦିନ ଖାନ୍। କିନ୍ତୁ ତା’ପରେ ହଠାତ୍ ସେ ଚଳଚ୍ଚିତ୍ର ଜଗତରୁ ଏପରି ଭାବରେ ଅଦୃଶ୍ୟ ହୋଇଗଲେ ଯେ କାହାରି ପାଖରେ କୌଣସି ଖବର ନଥିଲା। ହେଲେ କାହିଁକି…

Fardeen Khan  stuns fans by fat to fit amazing transformation

Fardeen Khan stuns fans by fat to fit amazing transformation

Advertisment

ଏମିତି ଦେଖାଗଲେଣି ହ୍ୟାଣ୍ଡସମ୍ ହିରୋ ଫରଦ୍ଦିନ ଖାନ'ଓମ୍ ଜୟ ଜଗଦୀଶ', 'ନୋ ଏଣ୍ଟ୍ରି', 'ଫିଦା' ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା ଅଭିନେତା ଫରଦ୍ଦିନ ଖାନ ଦୀର୍ଘ ଦିନ ଧରି ଚର୍ଚ୍ଚାରୁ ନିଖୋଜ ଥିଲେ। ୯୦ ଦଶକରେ ତାଙ୍କର ସୁନ୍ଦର ଚେହେରା ଏବଂ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ଫରଦ୍ଦିନ। କିନ୍ତୁ ତା’ପରେ ହଠାତ୍ ସେ ଚଳଚ୍ଚିତ୍ର ଜଗତରୁ ଏପରି ଭାବରେ ଅଦୃଶ୍ୟ ହୋଇଗଲେ ଯେ କାହାରି ପାଖରେ କୌଣସି ଖବର ନଥିଲା।

Advertisment

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏହି ଅଭିନେତାଙ୍କ ଫଟୋ ଖୁବ୍ ଭାଇରାଲ ହୋଇଥିଲା। ସେହି ଫଟୋରେ ଫରଦ୍ଦିନ ଖାନଙ୍କୁ ଚିହ୍ନିବା ବହୁତ କଷ୍ଟସାଧ୍ୟ ଥିଲା। ଏହି ସମୟରେ ଏହି ଲୁକ୍‌କୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କାରଣ ତାଙ୍କ ଓଜନ ଖୁବ ବଢିଯାଇଥିଲା।

ରିପୋର୍ଟ ଅନୁଯାୟୀ, ମୋଟାପଣ ହେତୁ ଏହି ଅଭିନେତା ନିଜକୁ ଚଳଚ୍ଚିତ୍ର ଏବଂ ମିଡିଆରୁ ଦୂରେଇ ରଖିଥିଲେ। କେବଳ ଏତିକି ନୁହେଁ, ସେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ମଧ୍ୟ ଦେଖାଯାଇ ନଥିଲେ। କିନ୍ତୁ ନିକଟରେ ଫିଲ୍ମ ନିର୍ମାତା ରମେଶ ତୌରାନୀଙ୍କ ଝିଅର ରିସେପ୍ସନ ପାର୍ଟିରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ଅଭିନେତାଙ୍କ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ସୋସିଆଲ ମିଡିଆରେ ଏବେ ଆଲୋଡ଼ନ ସୃଷ୍ଟିକରିଛି।

Advertisment

ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଫରଦ୍ଦିନ୍ ଖାନଙ୍କ ଶରୀରର ପରିବର୍ତ୍ତନକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅଭିନେତାଙ୍କ ଏଭଳି ପରିବର୍ତ୍ତନକୁ ଦେଖି ସାଧାରଣରେ କଳ୍ପନାଜଳ୍ପନା ମଧ୍ୟ କରାଯାଉଛି। ରମେଶ ତୌରାନୀଙ୍କ ଝିଅର ରିସେପ୍ସନରେ ଫରଦ୍ଦିନ ଖାନ କଳା ସୁଟ୍‌ରେ ପୂର୍ବ ପରି ସୁନ୍ଦର ଦେଖାଯାଉଥିଲେ।

ମୁମ୍ବାଇରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ର ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଏହି ରିସେପ୍‌ସନ୍‌ରେ ସୁନୀଲ ଶେଟ୍ଟୀ, ଗୋବିନ୍ଦା, ରାଜକୁମାର ସନ୍ତୋଷୀ, ରବୀନା ଟଣ୍ଡନ୍, ଆୟୁଷ୍ମାନ ଖୁରାନା, ଅନୁଷ୍କା ରଂଜନ, ସୋନାକ୍ଷୀ ସିହ୍ନା ଭଳି ତାରକା ମଧ୍ୟ ଉପସ୍ଥିତ ଥିଲେ।

Advertisment

ତେବେ ଫରଦ୍ଦିନ ଖାନଙ୍କୁ ଶେଷ ଥର ପାଇଁ ୨୦୧୦ରେ ଆସିଥିବା ଚଳଚ୍ଚିତ୍ର ‘ଦୁଲ୍‌ହା ମିଲ୍‌ ଗୟା’ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ସେମିତି କିଛି ବିଶେଷ କରିପାରି ନଥିଲା। ଏହି ଅଭିନେତା ରୂପେଲି ପରଦାରୁ ଅଦୃଶ୍ୟ ହେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି।

Bollywood Fardeen Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ