Farah khan launched chhota bheem and the curse of damyaan trailer
ଚଳଚ୍ଚିତ୍ର ନିର୍ମାତା-କୋରିଓଗ୍ରାଫର ଫରାହ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଛୋଟା ଭୀମ ଆଣ୍ଡ୍ ଦ କର୍ସ ଅଫ୍ ଦମୟାନ'ର ନିର୍ମାତାଙ୍କ ସହ ମୁମ୍ବାଇର ଏକ ବଡ ଇଭେଣ୍ଟରେ ଫିଲ୍ମର ଟ୍ରେଲର ଲଞ୍ଚ କରିଛନ୍ତି। ଟ୍ରେଲରରେ ଏହା ଦେଖିବାକୁ ମିଳେ ଯେ ଢୋଲକପୁର ଏକ ଗମ୍ଭୀର ସ୍ଥିତିରେ ଅଛି। ସୁପର ଭିଲେନ୍ ଦମୟାନ୍ ଏବଂ ତାଙ୍କ ଅଭିଶାପ ଯୋଗୁଁ ସାରା ଗାଁରେ ହା…ହତାସ ଖେଳିଯାଉଛି। ଏଭଳି ପରିସ୍ଥିତିରେ ଛୋଟା ଭୀମ ଏବଂ ତାଙ୍କ ସୈନ୍ୟମାନେ ଲୋକଙ୍କୁ ଉଦ୍ଧାର କରିବାକୁ ଆସନ୍ତି।
ଅନୁପମ ଖେର ଏବଂ ମକରନ୍ଦ ଦେଶପାଣ୍ଡେଙ୍କ ସହ ଯଜ୍ଞ ଭସିନ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ କାଲିଆ ଭୂମିକାରେ କବୀର ଶେଖ, ରାଜୁ ଭୂମିକାରେ ଅଦଭିକ୍ ଜାୟସୱାଲ୍, ଢୋଲୁ ଭୂମିକାରେ ବୈଦିକ ଡାବର, ଭୋଲୁ ଭୂମିକାରେ ଦିବ୍ୟମ୍ ଡାବର୍, ଛୁଟ୍କୀ ଭୂମିକାରେ ଆଶ୍ରୟ ମିଶ୍ରା ଓ ଇନ୍ଦୁମତୀ ଭୂମିକାରେ ସ୍ୱର୍ଣ୍ଣା ପାଣ୍ଡେ ଅଭିନୟ କରିଛନ୍ତି।
ଏହି ଫିଲ୍ମ ୩୦ ମେ’ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଲାଇଭ୍ ଆକ୍ସନ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ଚିଲ୍କା ଏବଂ ମେଘା ଚିଲ୍କା ଓ ରାଜୀବ ଚିଲ୍କା ଏହାର ନିର୍ମାଣା ଦାୟିତ୍ୱ ନେଇଛନ୍ତି। ଏହି ଫିଲ୍ମକୁ ନିରଜ ବିକ୍ରମ ଲେଖିଛନ୍ତି ଏବଂ ଭାରତ ଲକ୍ଷ୍ମୀପତିଙ୍କ ସହ ଶ୍ରୀନିବାସ ଚିଲକଲାପୁଡିଙ୍କ ଏହାର ସହ ପ୍ରଯୋଜକ ଅଛନ୍ତି।
ଏହାର ସଂଗୀତ ନିର୍ଦ୍ଦେସନା ରାଘବ ସଚ୍ଚର ଦେଇଛନ୍ତି। ‘ଛୋଟା ଭୀମ’ ଧାରାବାହିକକୁ ଚଳଚ୍ଚିତ୍ର ରୂପ ଦେବା ନେଇ ଦର୍ଶକଙ୍କୁ ପସନ୍ଦ ଆସିଛି। ଏବେ ଦେଖିବାକୁ ବାକି ରହିଲା ଫିଲ୍ମରେ କିଛି ନୂଆ ଅଛି କି ନାହିଁ। ଫରାହ ଖାନଙ୍କ ବିଷୟରେ କହିବାକୁ ଗଲେ ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେ ଚଳଚ୍ଚିତ୍ରର ଉତ୍ପାଦନ ସହିତ ମଧ୍ୟ ଜଡିତ। କୋରିଓଗ୍ରାଫି ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହିତ ୭ଟି ଫିଲ୍ମ ଫେୟାର ପୁରସ୍କାର ପ୍ରଦାନ କରାଯାଇଛି।
ସାଉଥ ସିନେମା ବ୍ୟତୀତ ଫରାହ ଖାନ ମଧ୍ୟ ଅନ୍ତର୍ଜାତୀୟ ପ୍ରକଳ୍ପ ସହିତ ଜଡିତ ଅଛନ୍ତି (ବମ୍ବେ ଡ୍ରିମ୍ସ, ମାରିଗୋଲ୍ଡ : ଏକ ଆଡ୍ଭେଞ୍ଚର ଇନ୍ ଇଣ୍ଡିଆ, କୁଙ୍ଗ୍ ଫୁ ଯୋଗ)। ଫରାହ ଖାନ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବରେ ଅନେକ ମସାଲା ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ତାଙ୍କ ଫିଲ୍ମଗୁଡିକ ମଧ୍ୟରେ ମେ ହୁଁ ନା, ଓମ୍ ଶାନ୍ତି ଓମ୍ ରହିଛି। ସେ ‘ତିସ୍ ମାର୍ ଖାନ୍’ ଏବଂ ‘ହାପି ନ୍ୟୁ ଇୟର’ ଭଳି କମେଡି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716017718.jpg)