Advertisment

ଅଭିନୟ ଦୁନିଆକୁ ଫେରିବେ ଈଶା, କରିବେ ଡିଜିଟାଲ୍ ଡେବ୍ୟୁ

‘କୋଇ ମେରେ ଦିଲ୍ ସେ ପୁଛେ’ ଫିଲ୍ମ ଦ୍ୱାରା ବଲିଉଡରେ ଡେବ୍ୟୁ କରିଥିବା ଈଶା ଦେଓଲ ୨୦୧୨ରେ ବିବାହ ଓ ପରେ ମା ହେବା ପରେ ସିନେ ଦୁନିଆରୁ କିଛି ଦିନ ପାଇଁ ଦୂରେଇ ଯାଇଥିଲେ। ବର୍ତ୍ତମାନ ଈଶା ପୁନର୍ବାର ଅଭିନୟ ଦୁନିଆକୁ ଫେରୁଛନ୍ତି। ଈଶା ଖୁବ୍ ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ଏକ ଫିଲ୍ମର ମଧ୍ୟ ପ୍ରଯୋଜନା କରିଛନ୍ତି।

Esha Deol excited about digital debut

Esha Deol excited about digital debut

Advertisment

ମୁମ୍ବାଇ : ‘କୋଇ ମେରେ ଦିଲ୍ ସେ ପୁଛେ’ ଫିଲ୍ମ ଦ୍ୱାରା ବଲିଉଡରେ ଡେବ୍ୟୁ କରିଥିବା ଈଶା ଦେଓଲ ୨୦୧୨ରେ ବିବାହ ଓ ପରେ ମା ହେବା ପରେ ସିନେ ଦୁନିଆରୁ କିଛି ଦିନ ପାଇଁ ଦୂରେଇ ଯାଇଥିଲେ। ବର୍ତ୍ତମାନ ଈଶା ପୁନର୍ବାର ଅଭିନୟ ଦୁନିଆକୁ ଫେରୁଛନ୍ତି। ଈଶା ଖୁବ୍ ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ଏକ ଫିଲ୍ମର ମଧ୍ୟ ପ୍ରଯୋଜନା କରିଛନ୍ତି। ଏହାର ଟାଇଟଲ ‘ଏକ ଦୁଆ’ ଥିଲା। ଏହାର ପ୍ରିମିୟର ମଧ୍ୟ ଓଟିଟି ପ୍ଲାଟ୍‌ଫର୍ମରେ ହୋଇଥିଲା।

Advertisment
Esha Deol excited about digital debutଅଭିନୟ ଦୁନିଆକୁ ଫେରିବେ ଈଶା

ପ୍ରକାଶଥାଉ ଯେ ‘ଏକ ଦୁଆ’ରେ ଈଶା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ନିକଟରେ ଏକ ସାକ୍ଷାତକାରରେ ସେ ଡିଜିଟାଲ ସ୍ପେସ୍, ଫିଟ୍‌ନେସ୍ ଓ ଅନ୍ୟ ବିଷୟକୁ ନେଇ କଥା ହୋଇଛନ୍ତି। ସେ କହିଛନ୍ତି ଯେ ଆଜିକାଲିର ସମୟରେ ମତେ ଯଦି ଡେବ୍ୟୁ କରିବାକୁ ହୋଇଥାନ୍ତା ତେବେ ମୁଁ ନିଶ୍ଚିତ ଏକ ଆକ୍ସନ ଫିଲ୍ମ ହିଁ ବାଛିଥାନ୍ତି।

Esha Deol excited about digital debutଅଭିନୟ ଦୁନିଆକୁ ଫେରିବେ ଈଶା, କରିବେ ଡିଜିଟାଲ୍ ଡେବ୍ୟୁ
Advertisment

ଓଟିଟି ପ୍ଲାଟ୍‌ଫର୍ମର ଲୋକପ୍ରିୟତାକୁ ନେଇ ସେ କହିଛନ୍ତି ଯେ ଏ କ୍ଷେତ୍ରରେ ମଧ୍ୟ କାମର କମ ନାହିଁ। ଏହି କ୍ଷେତ୍ରକୁ ମଧ୍ୟ ଯେ କେହି ବାଛି ପାରିବ ବୋଲି ସେ କହିଛନ୍ତି। ଈଶା ତାଙ୍କର ଏକ ପୁରୁଣା ସ୍ମୃତିକୁ ମଧ୍ୟ ମନେପକେଇଛନ୍ତି ଯେତେବେଳେ ତାଙ୍କ ମା ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ଏ କ୍ଷେତ୍ରରେ କିଛି ଅଦ୍ଭୁତ କାମ କରିଥିଲେ।

Esha Deol excited about digital debutଅଭିନୟ ଦୁନିଆକୁ ଫେରିବେ ଈଶା, କରିବେ ଡିଜିଟାଲ୍ ଡେବ୍ୟୁ
Advertisment

ଈଶା ଦେଓଲ୍ ଆହୁରି କହିଛନ୍ତି ଯେ ଓଟିଟି ପ୍ଲାଟ୍‌ଫର୍ମ ଫଳଫୁଲରେ ଭରା ଓ ଏଥିରେ ଆଗକୁ ଅଧିକ ସୁଯୋଗ ମଧ୍ୟ ଅଛି। ଆପଣ ଯେଉଁପ୍ରକାର କାମ କରୁଛନ୍ତି ଏହାକୁ ମଧ୍ୟ ବାଛି ପାରିବେ। ଏହା ଅଭିନେତାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ଏକ ନୂଆ ଯୁଗ ନେଇକି ଆସିଛି। ମତେ ଲାଗୁଛି ଏଠି କିଛି ଭଲ କାମ ହେଉଛି। ଯଦି ନାରୀକୈନ୍ଦ୍ରୀକ ଫିଲ୍ମ କଥା ଉଠେ, ତେବେ ମୋ ମା ମଧ୍ୟ ବହୁତ ଭଲ ନାରୀକୈନ୍ଦ୍ରୀକ ଫିଲ୍ମ କରିଛନ୍ତି। ଏନେଇ ମତେ ଲାଗୁଛି ଯେ ଓଟିଟିରେ ଅନେକ ବିବିଧତା ରହିଛି। ଏନେଇ ଏହା ଖୁବ ଭଲ।

Esha Deol excited about digital debutଅଭିନୟ ଦୁନିଆକୁ ଫେରିବେ ଈଶା, କରିବେ ଡିଜିଟାଲ୍ ଡେବ୍ୟୁ

ପ୍ରକାଶଥାଉ ଯେ ‘କୋଇ ମେରେ ଦିଲ୍ ସେ ପୁଛେ’ ଫିଲ୍ମ ପାଇଁ ଈଶା ଦେଓଲଙ୍କୁ ଫିଲ୍ମଫେୟାର୍ ବେଷ୍ଟ୍ ଫିମେଲ୍ ଡେବ୍ୟୁ ପୁରସ୍କାର ମିଳିଥିଲା। ଏହା ପରେ ସେ ‘ନା ତୁମ୍ ଜାନୋ ନା ହମ’, ‘ଧୁମ୍’ ଓ ‘କାଲ୍’ରେ ମଧ୍ୟ ସେ କାମ କରିଛନ୍ତି। ଈଶା ଦେଓଲ ତାଙ୍କର ଡିଜିଟାଲ୍ ଡେବ୍ୟୁ ଅଜୟ ଦେବଗନଙ୍କ ଆଗାମୀ ସିରିଜ୍ ‘ରୁନ୍ଦ୍ର : ଦ ଏଜ୍ ଅଫ୍ ଡାର୍କନେସ୍’ରୁ ଆରମ୍ଭ କରିବାକୁ ଯାଉଛନ୍ତି।

Esha Deol excited about digital debutଅଭିନୟ ଦୁନିଆକୁ ଫେରିବେ ଈଶା, କରିବେ ଡିଜିଟାଲ୍ ଡେବ୍ୟୁ

ଦୀର୍ଘ ସମୟ ଧରି ସିନେ ଦୁନିଆରୁ ଉଭାନ ଥିବା ଈଶା ଦେଓଲ୍ ଏହି ୱେବ୍ ସିରିଜ୍‌ରୁ ଅଭିନୟ ଦୁନିଆକୁ ଫେରୁଛନ୍ତି। ଏହି ସିରିଜ୍‌ରେ ଈଶା ଅଜୟ ଦେବଗନଙ୍କ ପ୍ରେମିକା ଭୂମିକାରେ ନଜର ଆସିବେ।

Bollywood Esha Deol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ