Advertisment

ତାପସୀ ପନ୍ନୁଙ୍କ ପଢା ପ୍ରତି ଥିଲା ରୁଚି; CAT ପାଇଥିଲେ, ଏକ ଆପ୍ ତିଆରି କରିଥିଲେ

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ନାମ ଏମିତି କିଛି ଅଭିନେତ୍ରୀଙ୍କ ତାଲିକାରେ ଗଣାଯାଉଛି ଯେଉଁମାନେ ନିଜର ଦକ୍ଷତା ବଳରେ ଫିଲ୍ମକୁ ସୁପରହିଟ୍ କରେଇଦିଅନ୍ତି। ନିକଟରେ ଫିଲ୍ମ ‘ରଶ୍ମୀ ରକେଟ୍’ରେ ତାପସୀଙ୍କ ନିଷ୍ଠା ଓ ପରିଶ୍ରମ ସମସ୍ତେ ଦେଖିଛନ୍ତି। ପ୍ରକାଶଥାଉ ଯେ ଏହି ଅଭିନେତ୍ରୀ ପିଲା ଦିନେ ବହୁତ ପାଠ ପଢୁଥିଲେ। ଖାଲି ସେତିକି ନୁହେଁ ନିଜ ଦକ୍ଷତା ବଳରେ ସେ ଏକ ଆପ୍ ମଧ୍ୟ ତିଆରି କରିଥିଲେ।

Engineer actress Taapsee Pannu

Engineer actress Taapsee Pannu

Advertisment

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ନାମ ଏମିତି କିଛି ଅଭିନେତ୍ରୀଙ୍କ ତାଲିକାରେ ଗଣାଯାଉଛି ଯେଉଁମାନେ ନିଜର ଦକ୍ଷତା ବଳରେ ଫିଲ୍ମକୁ ସୁପରହିଟ୍ କରେଇଦିଅନ୍ତି। ନିକଟରେ ଫିଲ୍ମ ‘ରଶ୍ମୀ ରକେଟ୍’ରେ ତାପସୀଙ୍କ ନିଷ୍ଠା ଓ ପରିଶ୍ରମ ସମସ୍ତେ ଦେଖିଛନ୍ତି। ପ୍ରକାଶଥାଉ ଯେ ଏହି ଅଭିନେତ୍ରୀ ପିଲା ଦିନେ ବହୁତ ପାଠ ପଢୁଥିଲେ। ଖାଲି ସେତିକି ନୁହେଁ ନିଜ ଦକ୍ଷତା ବଳରେ ସେ ଏକ ଆପ୍ ମଧ୍ୟ ତିଆରି କରିଥିଲେ।

Advertisment

ବଲିଉଡ୍‌ରେ ଉଚ୍ଚଶିକ୍ଷିତ ବ୍ୟକ୍ତି ଖୁବ କମ୍ ଦେଖାଯାଆନ୍ତି। ସେମାନଙ୍କ ମଧ୍ୟରେ ତାପସୀ ପନ୍ନୁ ଜଣେ। ତାପସୀ ତାଙ୍କ ଛାତ୍ରୀ ଜୀବନରେ ବହୁତ ପଢାପଢି କରୁଥିଲେ। ମନୋରଞ୍ଜନ ଦୁନିଆକୁ ଆସିବା ପୂର୍ବରୁ ସେ ଇଂଜିନିୟରିଂ ଡିଗ୍ରୀ ମଧ୍ୟ ହାସଲ କରିସାରିଥିଲେ।

Advertisment

ବଲିଉଡର ଏହି ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଜନ୍ମ ୧୯୮୭ ମସିହା ଅଗଷ୍ଟ ୧ରେ ଦିଲ୍ଲୀରେ ହୋଇଥିଲା। ସେ ତାଙ୍କ ବିଦ୍ୟାରମ୍ଭ ଦିଲ୍ଲୀର ଅଶୋକ ବିହାରସ୍ଥିତ ମାତା ଜୟ କୌର୍ ପବ୍ଲିକ୍ ସ୍କୁଲରେ କରିଥିଲେ। ଏହା ପରେ ସେ ଦିଲ୍ଲୀର ଗୁରୁ ତେଗ୍ ବାହାଦୂର୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜୀରେ କମ୍ପ୍ୟୁଟର୍ ସାଇନ୍ସରେ ବି.ଟେକ୍ କଲେ।

Engineer actress Taapsee Pannuତାପସୀ ପନ୍ନୁଙ୍କ ପଢା ପ୍ରତି ଥିଲା ରୁଚି

ତାପସୀ ଇଂଜିନିୟରିଂ କରୁଥିବା ବେଳେ ତାଙ୍କର ଦ୍ୱିତୀୟ ବର୍ଷରେ ସେ CAT ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏହି ପରୀକ୍ଷାରେ ସେ ୮୮ ପ୍ରତିଶର ମାର୍କ ରଖିଥିଲେ। ସେତେବେଳେ ତାଙ୍କୁ ତାଙ୍କ ମନପସନ୍ଦର କଲେଜ ମିଳିବା ନାହିଁ। ଏହି କାରଣରୁ ସେ ଏମବିଏ କରିପାରିଲେ ନାହିଁ।

Advertisment

ତାପସୀ ପନ୍ନୁ କଲେଜ୍ ଜୀବନରୁ ହିଁ ମଡେଲିଂରେ ସକ୍ରିୟ ହୋଇଯାଇଥିଲେ। ତେବେ ଏହାକୁ ନେଇ ସେ କ୍ୟାରିଅର କରିବେ ବୋଲି କେବେ ବି ଭାବି ନଥିଲେ। ଏହାରି ଭିତରେ ସେ କିଛିଦିନ ପାଇଁ ଏକ ସପ୍ଟୱେୟାର୍ ଇଂଜିନିୟର ଭାବେ ମଧ୍ୟ କାମ କରିବାର ସୁଯୋଗ ପାଇଥିଲେ। ସେହି ସମୟରେ ସେ FontSwap ନାମରେ ଏକ ଆପ୍‌ ମଧ୍ୟ ନିର୍ମାଣ କରିବାରେ ସଫଳ ହୋଇଥିଲେ।

ତାପସୀ ଅଭିନୟ କରିଥିବା ଅନ୍ୟ ଫିଲ୍ମଗୁଡିକ ମଧ୍ୟରେ ସାଣ୍ଢ କି ଆଙ୍ଖ୍, ଥାପଡ୍, ଲୁପ୍ ଲପେଟା ଆଦି ରହିଛି। ତାଙ୍କୁ ଅନେକ ସମୟରେ ଶିଶୁ ସ୍ୱାସ୍ଥ୍ୟ ଓ ଲିଙ୍ଗଗତ ସମାନତାଙ୍କୁ ନେଇ ସ୍ୱର ଉତ୍ତୋଳନ କରିବା ଦେଖାଯାଏ। ସେ ୟୁବର୍, ଗାର୍ଣ୍ଣିୟର୍, ନିଭି, କୁରକୁରେ ଓ ଓମେନ୍ ହର୍ଲିକ୍ସର ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ମଧ୍ୟ କାମ କରିଛନ୍ତି।

Tapsee Panuu Bollywood Rashmi Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ