Advertisment

ମୋର ‘ଟାଇଗର ୩’ରେ କୌଣସି ରୋଲ୍ ନାହିଁ : ଇମ୍ରାନ୍ ହାଶମୀ

ଗତ କିଛି ଦିନ ହେବ ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ଟାଇଗର ୩' କୁ ନେଇ ଅନେକ ଖବର ଆସୁଛି। ନିକଟରେ ବିଦେଶରେ ସୁଟିଂ କରୁଥିବା ସେଟରୁ ସଲମାନ ଖାନଙ୍କ ଫଟୋ ଭାଇରାଲ ହୋଇଥିଲା। ସମ୍ପ୍ରତି ଭାଇ ଜାନ ଋଷରେ କ୍ୟାଟ୍ରିନା କୈଫଙ୍କ ସହ ସୁଟିଂ କରୁଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଚଳଚ୍ଚିତ୍ରରେ ଇମ୍ରାନ୍ ହାଶମୀ ପାକିସ୍ତାନର ଆଇଏସ୍ଆଇ ଏଜେଣ୍ଟ ତଥା 'ପାକିସ୍ଥାନର ଟାଇଗର' ଭୂମିକାରେ ଅଭିନୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଇମ୍ରାନ୍ ହାଶମୀ ଏହାକୁ ନେଇ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ନିଶ୍ଚେ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକେଇବ।

ଅଦ୍ୟତନ ହୋଇଛି
Emraan Hashmi

Emraan Hashmi

Advertisment

ମୁମ୍ବାଇ : ଗତ କିଛି ଦିନ ହେବ ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ଟାଇଗର ୩' କୁ ନେଇ ଅନେକ ଖବର ଆସୁଛି। ନିକଟରେ ବିଦେଶରେ ସୁଟିଂ କରୁଥିବା ସେଟରୁ ସଲମାନ ଖାନଙ୍କ ଫଟୋ ଭାଇରାଲ ହୋଇଥିଲା। ସମ୍ପ୍ରତି ଭାଇ ଜାନ ଋଷରେ କ୍ୟାଟ୍ରିନା କୈଫଙ୍କ ସହ ସୁଟିଂ କରୁଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଚଳଚ୍ଚିତ୍ରରେ ଇମ୍ରାନ୍ ହାଶମୀ ପାକିସ୍ତାନର ଆଇଏସ୍ଆଇ ଏଜେଣ୍ଟ ତଥା 'ପାକିସ୍ଥାନର ଟାଇଗର' ଭୂମିକାରେ ଅଭିନୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଇମ୍ରାନ୍ ହାଶମୀ ଏହାକୁ ନେଇ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ନିଶ୍ଚେ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକେଇବ।

Advertisment

ପିଙ୍କ୍‌ଭିଲ୍ଲା ଅନୁଯାୟୀ, ସଲମାନ ଖାନଙ୍କ ସହ କାମ କରିବାର ଖବରକୁ ଇମ୍ରାନ ହାଶମୀ ଅସ୍ୱୀକାର କରିଛନ୍ତି। କୁହାଯାଉଥିଲା ଯେ ଏହି ଅଭିନେତା 'ଟାଇଗର ୩' ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ଇମ୍ରାନ ଏହାକୁ ନେଇ କହିଛନ୍ତି ଯେ, “କିଏ ତୁମକୁ କହିଲା ଯେ ମୁଁ ଏଥିପାଇଁ ସୁଟିଂ ଆରମ୍ଭ କରିସାରିଛି? ଲୋକମାନେ ଏପରି କହୁଛନ୍ତି, କିନ୍ତୁ ମୁଁ ଫିଲ୍ମ ପାଇଁ ସୁଟିଂ କରି ନାହିଁ। ସତକଥା ହେଉଛି ମୁଁ ଏହି ଫିଲ୍ମର ଏକ ଅଂଶ ନୁହେଁ। ଲୋକମାନେ କାହିଁକି ଏପରି କହୁଛନ୍ତି ମୁଁ ଜାଣେ ନାହିଁ। ମୁଁ ଫିଲ୍ମକୁ ନେଇ କେବେ କିଛି କହି ନାହିଁ କିମ୍ବା କେବେ ବି କହି ନାହିଁ ଯେ ଯେ ମୁଁ ଏକ ଫିଲ୍ମରେ ଅଭିନୟ କରୁଛି।”

Advertisment
Emraan Hashmiଇମ୍ରାନ ହାଶମୀ

କିଛି ଦିନ ପୂର୍ବରୁ, ଇମ୍ରାନ ହାଶମୀଙ୍କ ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କର ଚମତ୍କାର ପରିବର୍ତ୍ତନ ଦେଖାଯାଉଥିଲା। ଫଟୋରେ ସେ ତାଙ୍କ ଆବ୍‌ସ୍ ଦେଖେଇବାର ନଜର ଆସିଥିଲେ। ଫଟୋ ଭାଇରାଲ ହେବା ଦିନଠାରୁ ପ୍ରଶଂସକମାନେ ଅନୁମାନ କରୁଥିଲେ ଯେ ଅଭିନେତା 'ଟାଇଗର ୩' ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଯେତେବେଳେ ତାଙ୍କୁ ଏ ବିଷୟରେ ପଚରାଗଲା, ସେ କହିଥିଲେ, “ସେହି ଫଟୋରେ ମୁଁ ଜିମ୍‌ରେ କସରତ କରୁଛି। ମୁଁ କୌଣସି ନିର୍ଦ୍ଦିଷ୍ଟ ଚରିତ୍ର ପାଇଁ ବଡି ବନଉ ନାହିଁ। ମୁଁ କେବଳ ଫିଟ୍ ରହିବାକୁ ଚାହୁଁଛି।”

ପ୍ରକାଶଥାଉ ଯେ ଆଜିକାଲି ଇମ୍ରାନ ହାଶମୀ ତାଙ୍କ ଫିଲ୍ମ 'ଚେହରେ'ର ରିଲିଜକୁ ଅପେକ୍ଷା କରିଛନ୍ତି। ଫିଲ୍ମ 'ଚେହରେ'ରେ ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାଶମୀଙ୍କ ସହ ରିୟା ଚକ୍ରବର୍ତ୍ତୀ, ଅନ୍ନୁ କପୁର, କ୍ରିଷ୍ଟଲ ଡି’ସୁଜା ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୨୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Advertisment
Bollywood Actor Bollywood Emraan Hashmi Tiger 3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ