Advertisment

ରକୁଲ ପ୍ରୀତ ସିଂହଙ୍କ କ୍ୟାରିଅର୍; ପକେଟ୍ ମନୀ ପାଇଁ ପ୍ରଥମେ ସାଇନ୍ କରିଥିଲେ ଫିଲ୍ମ

ଆଜି ଜଣାଶୁଣା ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ଜନ୍ମଦିନ। ସେ ତାଙ୍କ ଫିଟ୍‌ନେସ୍‌ ପାଇଁ ମଧ୍ୟ ବେଶ ଜଣାଶୁଣା। ଦିନେ ପକେଟ୍ ମନୀ ପାଇଁ ସାଇନ୍ କରିଥିଲେ ପ୍ରଥମ ଫିଲ୍ମ। ଆସନ୍ତୁ ତାଙ୍କୁ ନେଇ ଜାଣିନେବା ଆଉ କିଛି ରୋଚକ ତଥ୍ୟ।

Educationa of Rakul Preet Singh

Educationa of Rakul Preet Singh

Advertisment

ଜଣାଶୁଣା ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଆଜି ତାଙ୍କର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୦ ଅକ୍ଟୋବର ୧୯୯୦ରେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଧୌଲା କୁଆଁର ଆର୍ମି ପବ୍ଲିକ୍ ସ୍କୁଲ୍‌ରୁ ନିଜ ସ୍କୁଲ୍ ଶିକ୍ଷା ଶେଷ କରିଥିଲେ।

Advertisment

ହିନ୍ଦୀ ଫିଲ୍ମ ବ୍ୟତୀତ ସେ ତାମିଲ, ତେଲୁଗୁ ଏବଂ କନ୍ନଡ ଫିଲ୍ମରେ ମଧ୍ୟ ସକ୍ରିୟ ଅଛନ୍ତି। ସେ କେବଳ ବଲିଉଡ୍‌ରେ ନୁହେଁ ଦକ୍ଷିଣର ପ୍ରସିଦ୍ଧ ଅଭିନେତ୍ରୀ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ। ତେବେ ଆସନ୍ତୁ ଆଜି ରାକୁଲଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ କିଛି ତଥ୍ୟ ଉପରେ ଆସନ୍ତୁ ନଜର ପକେଇବା।

ପାଠପଢା :

ଆର୍ମି ପବ୍ଲିକ୍ ସ୍କୁଲରୁ ସେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ। ସେ ତାଙ୍କ କଲେଜ ଦିନରେ ଜାତୀୟ ସ୍ତରର ଗଲ୍ଫ ଖେଳରେ ମଧ୍ୟ ଭାଗ ନେଇଛନ୍ତି।

Advertisment

କ୍ୟାରିୟର୍:

ରକୁଲ୍ ପ୍ରୀତ ସିଂହ ଜଣେ ମଡେଲ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ସେ ମିସ୍ ଫେମିନା ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ତାଙ୍କୁ ଏହି ପ୍ରତିଯୋଗିତା ସମୟରେ ପାଣ୍ଟାଲୁନ୍ସ ଫେମିନା, ମିସ୍ ଫ୍ରେସ୍ ଫେସ୍, ଫେମିନା ମିସ୍ ଟ୍ୟାଲେଣ୍ଟେଡ୍, ଫେମିନା ମିସ୍ ବିୟୁଟିଫୁଲ୍, ମିସ୍ ବିୟୁଟିଫୁଲ୍ ସ୍ମାଇଲ୍, ମିସ୍ ବିୟୁଟିଫୁଲ୍ ଆଏ ଟାଇଟଲ୍ ପ୍ରଦାନ କରାଯାଇଥିଲା।

ତେବେ ଏହି ପ୍ରତିଯୋଗିତା ପରେ ରକୁଲଙ୍କ ପାଇଁ ହିନ୍ଦୀ ସିନେମାର ଦ୍ୱାର ଖୋଲିଯାଇଥିଲା। ଏହା ପରେ ସେ ଅନେକ ତାମିଲ-ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ରକୁଲ ଦିବ୍ୟା କୁମାରଙ୍କ ଫିଲ୍ମ ୟାରିୟାଁ ସହିତ ହିନ୍ଦୀ ସିନେମାରେ ପ୍ରବେଶ କରିଥିଲେ। ତାଙ୍କୁ ଏହି ଫିଲ୍ମରେ ହିମାନ୍ସ କୋହଲିଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସେହି ବର୍ଷର ପ୍ରଥମ ସଫଳ ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଥିଲା।

Advertisment

କେତେକ ରୋଚକ କଥା:

  • ରକୁଲ ପ୍ରୀତଙ୍କ ବାପା ରାଜେନ୍ଦ୍ର ସିଂହ ଏବଂ ମାଆ କୁଲବିନ୍ଦର ସିଂହ ଚାହୁଁଥିଲେ ଯେ ସେମାନଙ୍କ ଝିଅର ନାଁ ସେମାନଙ୍କ ନାମରେ ମିଶିକି ରହୁ। ଫଳରେ ସେମାନେ ତାଙ୍କ ନାମର ପ୍ରଥମ ଅକ୍ଷରକୁ ମିଶେଇ ରଖିଥିଲେ।
  • ସେ ୧୮ ବର୍ଷ ବୟସରେ ମଡେଲିଂ ଆରମ୍ଭ କରିଥିଲେ ଓ ୨୦୦୯ ମସିହାରେ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। 'ଗିଲି'ରି ତାଙ୍କରର ଅଭିନୟ ଜୀବନ ଆରମ୍ଭ କରିଥିଲେ।
  • ଏମିତିରେ ପକେଟ ମନୀ ପାଇଁ ସେ ଏହି ଫିଲ୍ମରେ ଦସ୍ତଖତ କରିଥିଲେ, କିନ୍ତୁ ଜାଣି ନଥିଲେ ଫିଲ୍ମ ପାଇଁ ତାଙ୍କୁ କେତେ ଟଙ୍କା ମିଳିବ।
  • ରକୁଲ ଅଭିନୟ ବ୍ୟତୀତ ଖେଳ ପ୍ରତି ମଧ୍ୟ ବହୁତ ଆଗ୍ରହୀ ଏବଂ ନିଜ ଫିଟ୍‌ନେସ୍‌ ପାଇଁ ସେ ମଧ୍ୟ ବେଶ ଜଣାଶୁଣା।
Rakul Preet Singh Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ