Advertisment

ଜ୍ୟାକ୍‌ଲୀନ୍ ଫର୍ଣ୍ଣାଡିସ୍‌ଙ୍କୁ ଇଡିର ଜେରା

ବଲିଉଡ ଅଭିନେତା ଜ୍ୟାକ୍‌ଲୀନ୍ ଫର୍ଣ୍ଣାଡିସ୍ ଏକ ବଡ ମାମଲାରେ ଫସିଥିବା ଦେଖାଦେଇଛି। ସୂଚନା ମୁତାବକ ଦିଲ୍ଲୀର ଏକ ମନୀ ଲାଣ୍ଡିଂ କେସ୍‌ରେ ଜ୍ୟାକ୍‌ଲୀନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରାର ଶିକାର ହୋଇଛନ୍ତି। ଏହି ମନୀ ଲଣ୍ଡରିଙ୍ଗ କେସ୍‌ରେ ଜ୍ୟାକ୍‌ଲୀନଙ୍କ ବୟାନ୍ ରେକର୍ଡ କରାଯାଉଛି। ଏହି ମାମଲା କନ୍‌ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ, ଯାହାଙ୍କ ଉପରେ ମନୀ ଲ୍ୟାଡିଂ ମାମଲା ଜାରି ହୋଇଥିଲା।

ଅଦ୍ୟତନ ହୋଇଛି
Jacqueline Fernandez

Jacqueline Fernandez

Advertisment

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଜ୍ୟାକ୍‌ଲୀନ୍ ଫର୍ଣ୍ଣାଡିସ୍ ଏକ ବଡ ମାମଲାରେ ଫସିଥିବା ଦେଖାଦେଇଛି। ସୂଚନା ମୁତାବକ ଦିଲ୍ଲୀର ଏକ ମନୀ ଲଣ୍ଡରିଙ୍ଗ କେସ୍‌ରେ ଜ୍ୟାକ୍‌ଲୀନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରାର ଶିକାର ହୋଇଛନ୍ତି। ଏହି ମନୀ ଲଣ୍ଡରିଙ୍ଗ କେସ୍‌ରେ ଜ୍ୟାକ୍‌ଲୀନଙ୍କ ବୟାନ୍ ରେକର୍ଡ କରାଯାଉଛି। ଏହି ମାମଲା କନ୍‌ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ, ଯାହାଙ୍କ ଉପରେ ମନୀ ଲ୍ୟାଡିଂ ମାମଲା ଜାରି ହୋଇଥିଲା।

Advertisment

ପ୍ରକାଶଥାଉ ଯେ ଅଗଷ୍ଟ ୨୩ରେ ସବୁଠାରୁ ବଡ ଚୋରାଚାଲାଣକାରୀ ଅଭିଯୁକ୍ତ ମୁକେଶ ଚନ୍ଦ୍ରଶେଖର ଓ ଅଭିନେତ୍ରୀ ଲୀନା ପାଲଙ୍କ ଚେନ୍ନାଇସ୍ଥିତ ବଙ୍ଗଳାରେ ଇଡି ଚଢଉ କରିଥିଲା। ଇଡି କୋଷ୍ଟ୍ ରୋଡସ୍ଥିତ ସୁକେଶଙ୍କ ଯେଉଁ ବଙ୍ଗଳାରେ ଚଢଉ କରିଥିଲା ତାହାର ମୂଲ୍ୟ କୋଟି କୋଟି ଥିବା କୁହାଯାଇଥିଲା। ଚଢଉ ସମୟରେ ଅନେକ ମାମଲା ରୁଜୁ ହୋଇଥିବା ବେଳେ ପାଖାପାଖି ୧୫ଟି ଲଗ୍ଜରୀ ଗାଡି ଇଡି ହାତରେ ଲାଗିଥିଲା।

Advertisment

ସୁକେଶ ଜଣେ ବଡ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ୨୦୦ କୋଟି ଟଙ୍କା ଚୋରାଚାଲାଣ କରିଥିଲେ। ଏନେଇ ଆର୍‌ବିଏଲ ବ୍ୟାଙ୍କର କିଛି ଅଧିକାରୀ ସମେତ ତିହାଡ ପ୍ରାଶାସନର କିଛି ଲୋକଙ୍କୁ ଗିରଫ କରାଯାଇଥିଲା। ସୁକେଶଙ୍କ ନିକଟତର ଲୀନା ପାଲଙ୍କୁ ବି ଇଡି ଲଗାତର ଜେରା କରିଥିଲା। ଚୋରି ମାମଲାରେ ସୁକେଶଙ୍କୁ ସ୍ୱତନ୍ତ୍ର ସେଲ୍ ଗିରଫ କରିଥିଲା ଯିଏ ଏବେ ଇଓଡବ୍ଲ୍ୟୁ ଅଧିନରେ ଅଛି।

Advertisment

ତେବେ ବର୍ତ୍ତମାନ କିଛି ଘଣ୍ଟା ଧରି ଇଡିର ପ୍ରଶ୍ନବାଣର ଶିକାର ହେଉଥିବା ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲୀନ ବଲିଉଡ ଅଭିନେତା ସଲମାନ ଖାନଙ୍କ ଅତି ନିକଟତର ବୋଲି ଧରାଯାଏ। ଜ୍ୟାକଲୀନଙ୍କ ବାପା ଶ୍ରୀଲଙ୍କାରେ ରହୁଥିବା ବେଳେ ମା ମଲେଶିୟାରେ ରୁହନ୍ତି। ତାଙ୍କ ବାପା ଜଣେ ମ୍ୟୁଜିସିଆନ ଭାବେ କାମ କରୁଥିବା ବେଳେ ମା ଜଣେ ଏୟାର ହୋଷ୍ଟେସ୍। ୪ ଭାଇ-ଭଉଣୀ ମଧ୍ୟରେ ଜ୍ୟାକଲୀନ୍ ସବୁଠାରୁ ସାନ।

ଜ୍ୟାକଲୀନ୍ ଫାର୍ଣ୍ଣାଡିସ୍ ୨୦୦୬ରେ ମିସ୍ ଶ୍ରୀଲଙ୍କା ୟୁନିଭର୍ସ ଭାଏ ନିର୍ବାଚିତ ହୋଇଥିଲେ। ୨୦୦୯ରେ ଏକ ମଡେଲିଂ କାମରେ ଭାରତ ଆସିଥିଲେ ଓ ‘ଆଲାଦୀନ୍’ ଫିଲ୍ମ ପାଇଁ ଅଡିସନ ଦେଇଥିଲେ, ସିଲେକ୍ଟ ମଧ୍ୟ ହୋଇଥିଲେ। ଏହି ଫିଲ୍ମରୁ ସେ ବଲିଉଡ ଡେବ୍ୟୁ କରିଥିଲେ।

Jacqueline Fernandezଜ୍ୟାକଲୀନ୍ ଫର୍ଣ୍ଣାଡିସ୍

ମର୍ଡର ୨ରେ ଜ୍ୟାକଲୀନ୍‌ଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ହାଉସ ଫୁଲ୍ ୨, ରେସ୍ ୩, କିକ୍ ଭଳି ସୁପରହିଟ୍ ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖେଇଛନ୍ତି। ତାଙ୍କ ହାତରେ ଆଗାମୀ ଫିଲ୍ମ ‘ଭୂତ୍ ପୁଲିସ୍’ ରହିଛି। ଏଥିରେ ସେ ସୈଫ୍‌ ଅଲ୍ଲୀ ଖାନ୍, ଅର୍ଜୁନ୍ କପୁର, ୟାମୀ ଗୌତମଙ୍କ ସହ ନଜର ଆସିବେ।

Bollywood Jacqueline Fernandez
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ