Advertisment

RRR ଫିଲ୍ମ ଚାଲିଥିବା ବେଳେ ହଲ୍‌ରେ ଫୁଟିଲା ଗୁଳି

ଶ୍ରୀ ଅନ୍ନପୂର୍ଣ୍ଣା ଥିଏଟର ଭିତରେ ଓ ବାହାରେ ଗୁଳି ଫୁଟିଛି। RRR ଚଳଚ୍ଚିତ୍ର ଚାଲିଥିବା ବେଳେ ଜଣେ ଯୁବକ ବନ୍ଧୁକ ଧରି ଗୁଳି ଫୁଟାଇ ହଙ୍ଗାମା ସୃଷ୍ଟି କରିଥିବା ଦେଖାଯାଇଛି।

During RRR film on screen fire in hall

During RRR film on screen fire in hall

Advertisment

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ପିଠାପୁରମ ସହରରେ ଥିବା ଶ୍ରୀ ଅନ୍ନପୂର୍ଣ୍ଣା ଥିଏଟର ଭିତରେ ଓ ବାହାରେ ଗୁଳି ଫୁଟିଛି। RRR ଚଳଚ୍ଚିତ୍ର ଚାଲିଥିବା ବେଳେ ଜଣେ ଯୁବକ ବନ୍ଧୁକ ଧରି ଗୁଳି ଫୁଟାଇ ହଙ୍ଗାମା ସୃଷ୍ଟି କରିଥିବା ଦେଖାଯାଇଛି।

Advertisment

ଆଜି ସାରା ଭାରତରେ RRR ସିନେମା ୫ ଭାଷାରେ ରିଲିଜ୍ ହୋଇଛି। ଏହାର ପ୍ରଥମ ଦିନରେ ଫ୍ୟାନ ମାନଙ୍କ ବ୍ୟାପକ ଭିଡ଼ ଜମିଥିଲା। ଠିକ୍ ଏହି ସମୟରେ ଜଣେ ଦୁର୍ବୃତ୍ତ ବନ୍ଧୁକ ସହିତ ପ୍ରଥମେ ହଲ ବାହାରେ ଓ ପରେ ଭିତରେ ଗୁଳି ଫୁଟାଇଥିଲା। ଏହା ଫଳରେ ଦର୍ଶକ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ପରେ ପୋଲିସ ସିନେମା ହଲରେ ପହଞ୍ଚି ଯୁବକଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ RRRକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଫିଲ୍ମରେ କଳାକାର ରାମ ଚରଣଙ୍କ ଅଭିନୟ ଲୋକଙ୍କ ହୃଦୟ ଛୁଇଁଥିବା ଦେଖାଯାଏ। ମେଗା ପାୱାର ଷ୍ଟାର୍‌ ରାମ ଚରଣ, ଫିଲ୍ମର ସାକ୍ଷାତକାର ଏବଂ ପ୍ରମୋସନ ସମୟରେ ଯାହାଙ୍କ ମନୋବଳ ଅତ୍ୟନ୍ତ ଶାନ୍ତ ଏବଂ ଧୈର୍ଯ୍ୟରେ ଭରପୂର ଥିଲା, କିନ୍ତୁ ସେ ପ୍ରମାଣିତ କରିଦେଇଛନ୍ତି ଯେ ସେ ଏମିତି ଜଣେ କଳାକାର ଯିଏ ତାଙ୍କର ଚମତ୍କାର ଅଭିନୟ ଏବଂ ଦୃଢ ପ୍ରଦର୍ଶନ ସହିତ ଲୋକଙ୍କ ହୃଦୟରେ ରାଜ କରିଛନ୍ତି।

Advertisment

ଏହି ଫିଲ୍ମରେ ରାମ ଚରଣ ତେଲୁଗୁ ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରାମ ରାଜୁଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ବର୍ତ୍ତମାନ ଏକମାତ୍ର ଛବି ଯାହା ଲୋକଙ୍କ ମନରେ ଛଫି ଯାଇଛି ତାହା ହେଉଛି ମେଗା ପାୱାର୍‌ ଷ୍ଟାର୍‌ ରାମ ଚରଣ। ବର୍ତ୍ତମାନ ତାଙ୍କର ଚମତ୍କାର ପ୍ରଦର୍ଶନ ଇଣ୍ଟର୍‌ନେଟ୍‌ରେ ଆଲୋଚନାର ବିଷୟ ହୋଇଛି। ରାମ ଚରଣ ଏପରି ଜଣେ କଳାକାର ଯିଏ ଖୁବ୍ କମ୍ କଥା କୁହନ୍ତି, କିନ୍ତୁ RRR ଫିଲ୍ମରେ ତାଙ୍କର ଦୃଢ ଅଭିନୟ ପ୍ରମାଣ କରେ ଯେ କାମ ହିଁ ତାଙ୍କର ପରିଚୟ।

ତେବେ ‘RRR’ କୁ ନେଇ ହୋଇଥିବା ହଇଚଇ ଫଳରେ ସମସ୍ତଙ୍କ ନଜର ଏବେ ଏହି ଫିଲ୍ମର ପ୍ରଥମ ଦିନର କଲେକ୍ସନ ଉପରେ ରହିଛି। ଫିଲ୍ମର ହିନ୍ଦୀ ସଂସ୍କରଣ ପ୍ରଥମ ଦିନରେ ୧୫ କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି। ଯଦି 'ଦ କାଶ୍ମୀର ଫାଇଲ୍ସ'ର କ୍ରେଜ୍ 'RRR' ଉପରେ ପ୍ରଭାବ ପକାଏ ଏବଂ ପ୍ରଥମ ଦିନରେ ଫିଲ୍ମଟି ଆନୁମାନିକ ଆକଳନଠାରୁ କମ୍ ସଂଗ୍ରହ କରେ ତେବେ ଏହା ଏସ୍ ଏସ୍ ରାଜାମୌଲୀଲି ପାଇଁ ଏକ ସତର୍କ ଘଣ୍ଟି ହୋଇପାରେ।

Advertisment

ଏସ୍ ଏସ୍‌ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବାହୁବଲୀ-୨' ଏପର୍ଯ୍ୟନ୍ତ ଭାରତୀୟ ସିନେମାକୁ ସବୁଠାରୁ ବଡ ଓପେନିଂ ଦେଇଛି। ଏହି ଫିଲ୍ମଟି ୬ ବର୍ଷ ପୂର୍ବେ ଏପରି ଏକ ବେଞ୍ଚ୍‌ମାର୍କ ସ୍ଥିର କରିଥିଲା, ଯାହାକୁ ଏପର୍ଯ୍ୟନ୍ତ କେହି ଭାଙ୍ଗି ପାରି ନାହିଁ। କିନ୍ତୁ 'RRR' ଭଳି ବିଶାଳ ଷ୍ଟାରଡମ୍ ଫିଲ୍ମ ଏକ ନୂଆ ଓପନିଂ ରେକର୍ଡ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ବାଣିଜ୍ୟ ବିଶ୍ଳେଷକ କହିଛନ୍ତି ଯେ ଏହି ଫିଲ୍ମଟି ସମଗ୍ର ଭାରତରେ ପ୍ରଥମ ଦିନରେ ପ୍ରାୟ ୧୫୦କୋଟି ଟଙ୍କା ରୋଜଗାରର ଏକ ନୂଆ ଦିଗ ସୃଷ୍ଟି କରିବ।

(ରିପୋର୍ଟ : ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ)

Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ