Advertisment

'ବଡେ ଅଛେ ଲଗ୍‌ତେ ହେଁ ୨'କୁ ନା’ କଲେ ଦିବ୍ୟାଙ୍କା ତ୍ରିପାଠୀ

କୁହାଯାଉଥିଲା ଯେ ଟିଭି ଜଗତର ଅନ୍ୟତମ ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ 'ବଡେ ଅଛେ ଲଗ୍‌ତେ ହେଁ ୨'ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। କିନ୍ତୁ, ବର୍ତ୍ତମାନ ଯେଉଁ ଖବର ଆସୁଛି ତାହା ନିଶ୍ଚିତ ଦିବ୍ୟାଙ୍କାଙ୍କ ପ୍ରଶଂସକଙ୍କୁ ନିରାଶ କରିବ। ସୂଚନା ମୁତାବକ ଦିବ୍ୟାଙ୍କା ତ୍ରିପାଠୀ ଶୋ’ 'ବଡେ ଅଛେ ଲଗ୍‌ତେ ହେଁ ୨' କରିବାକୁ ମନା କରି ଦେଇଛନ୍ତି।

'ବଡେ ଅଛେ ଲଗ୍‌ତେ ହେଁ ୨'କୁ ନା’ କଲେ ଦିବ୍ୟାଙ୍କା ତ୍ରିପାଠୀ

Divyanka and Vivek

Advertisment

ମୁମ୍ବାଇ : ଆଜିକାଲି, ଟିଭି ସିରିଏଲର ସିକ୍ୱେଲଗୁଡିକ ଟିଭି ପରଦାରେ ଗୋଟିଏ ପରେ ଗୋଟିଏ ଧମାଧମ ଚାଲିଛି। 'ସାଥ୍ ନିଭାନା ସାଥିଆ', 'କୁଛ୍ ରଙ୍ଗ ପ୍ୟାର୍ କେ ଐସେ ଭୀ' ଭଳି ଅନେକ ହିଟ୍ ଟିଭି ଶୋ’ର ଦ୍ୱିତୀୟ ସିଜନ୍ ଟିଭିରେ ପ୍ରସାରିତ ହୋଇସାରିଛି। ତେବେ ଏହାରି ଭିତରେ ଆଉ ଏକ ହିଟ୍ ଟିଭି ଶୋ’ ଆସିବାର ଖବର ଆସିଛି। ଏହି ଶୋ’ ହେଉଛି 'ବଡେ ଆଛେ ଲାଗ୍‌ତେ ହେଁ', ଯାହା ଖୁବ୍ ଶୀଘ୍ର ଦ୍ୱିତୀୟ ସିଜନ୍ ସହିତ ଟିଭି ପରଦାକୁ ଫେରିବାକୁ ଯାଉଛି। ଏହି ଶୋ’କୁ ନେଇ କୁହାଯାଉଥିଲା ଯେ ଟିଭି ଜଗତର ଅନ୍ୟତମ ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ 'ବଡେ ଅଛେ ଲଗ୍‌ତେ ହେଁ ୨'ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

Advertisment

କିନ୍ତୁ, ବର୍ତ୍ତମାନ ଯେଉଁ ଖବର ଆସୁଛି ତାହା ନିଶ୍ଚିତ ଦିବ୍ୟାଙ୍କାଙ୍କ ପ୍ରଶଂସକଙ୍କୁ ନିରାଶ କରିବ। ସୂଚନା ମୁତାବକ ଦିବ୍ୟାଙ୍କା ତ୍ରିପାଠୀ ଶୋ’ 'ବଡେ ଅଛେ ଲଗ୍‌ତେ ହେଁ ୨' କରିବାକୁ ମନା କରି ଦେଇଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ସେ ଏହି ଟିଭି ଶୋ’ର ଅଂଶ ନୁହଁନ୍ତି। ତାଙ୍କ କହିବାନୁସାରେ, ସେ ଶୋ’ର ଚରିତ୍ର ସହିତ ନିଜକୁ ସଂଯୋଗ କରିବାକୁ ସକ୍ଷମ ହୋଇ ନ ଥିଲେ, ଏହି କାରଣରୁ ସେ ଏହା କରିବାକୁ ମନା କରିଦେଇଥିଲେ। ପ୍ରକୃତ କଥା ହେଉଛି, ଦିବ୍ୟାଙ୍କାଙ୍କ ସ୍ୱାମୀ ବିବେକ ଦହିୟା ନିକଟରେ ଲାଇଭ୍ ଆସିଥିଲେ। ସେ କହିଥିଲେ ଯେ ତାଙ୍କ ପତ୍ନୀ ଅର୍ଥାତ ଦିବ୍ୟାଙ୍କା ତ୍ରିପାଠୀ 'ବଡେ ଅଛେ ଲଗ୍‌ତେ ହେଁ ୨'ର କୌଣସି ଅଂଶ ନୁହଁନ୍ତି।

ଦିବ୍ୟାଙ୍କା ତ୍ରିପାଠୀ ଓ ବିବେକ ଦହିୟା

ପ୍ରକାଶଥାଉ ଯେ ଶୋ’ 'ବଡେ ଅଛେ ଲଗ୍‌ତେ ହେଁ ୨'ରେ ଦିୟାଙ୍କା ତ୍ରିପାଠୀ ନକୁଲ ମେହେଟ୍ଟାଙ୍କ ସହ ନଜର ଆସିବାର ଥିଲେ। କିନ୍ତୁ, ବର୍ତ୍ତମାନ ଅଭିନେତ୍ରୀ ଏହି ଶୋ’ କରିବାକୁ ମନା କରିଦେଇଛନ୍ତି। ତାଙ୍କର କହିବା କଥା ହେଲା, ଯେତେବେଳେ ସେ ନିଜ ଷ୍ଟୋରୀ ସହିତ ନିଜକୁ ସମ୍ପର୍କ କରିନିଅନ୍ତି ସେତେବେଳେ ସେ ଶୋ’ କରିବାକୁ ପ୍ରସ୍ତୁତ ହୁଅନ୍ତି। ତେବେ ଏହି ଶୋ’ରେ ସେ ନଜର ଆସିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ଦିବ୍ୟାଙ୍କାଙ୍କ ମନାକରିବା ପାରେ ବର୍ତ୍ତମାନ ଶୋ’ର ନିର୍ମାତା ଅସୁବିଧାରେ ପଡିଯାଇଛନ୍ତି। ଦିବ୍ୟାଙ୍କାଙ୍କ ପରେ ଶୋ’ର ଅଂଶ କିଏ ହେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

Advertisment

ଆଜିକାଲି ଦିବ୍ୟାଙ୍କା ତ୍ରିପାଠୀ ରିଅଲିଟି ସୋ ‘ଖତରୋଁ କେ ଖିଲାଡି ୧୧’କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଶୋ’ରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ହେତୁ ସେ ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି। ଏହି ଶୋ’ରେ ଦିବ୍ୟାଙ୍କା ସମସ୍ତ ପ୍ରତିଯୋଗୀଙ୍କୁ ଏକ ଜବରଦସ୍ତ ଟକ୍କର ଦେଉଥିବା ଦେଖାଯାଏ। ଏହି କାରଣରୁ ରୋହିତ ଶେଟ୍ଟୀ ମଧ୍ୟ ତାଙ୍କ ପ୍ରଦର୍ଶନରେ ଖୁବ ଖୁସି ଅଛନ୍ତି।

Advertisment
Entertainment Divyanka Tripathi TV Show
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ