Advertisment

ବାର୍ଦ୍ଧକ୍ୟରେ ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ୍

ବିଗ୍ ବସ୍ ଓଟିଟି ୱିନର୍‌ ଦିବ୍ୟା ଅଗ୍ରୱାଲ୍ ଆଜିକାଲି ତାଙ୍କ ବିଜୟ ଉତ୍ସବରେ ମଜ୍ଜି ଅଛନ୍ତି। ସାଙ୍ଗମାନଙ୍କ ସହିତ ସେଲିବ୍ରେସନ୍ ଠାରୁ ଆରମ୍ଭ କରି ଫଟୋସୁଟ୍ ପର୍ଯ୍ୟନ୍ତ ସେ ସୋସିଆଲ ମିଡିଆରେ ପ୍ରତିଦିନ କିଛି ଫଟୋ ଶେୟାର କରୁଛନ୍ତି। ନିକଟରେ ସେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏଥିରେ ତାଙ୍କର ବାର୍ଦ୍ଧକ୍ୟର ରୂପ ଦେଖିବାକୁ ମିଳୁଛି।

ଅଦ୍ୟତନ ହୋଇଛି
Divya Agarwal share BTS video

Divya Agarwal share BTS video

Advertisment

ମୁମ୍ବାଇ : ବିଗ୍ ବସ୍ ଓଟିଟି ୱିନର୍‌ ଦିବ୍ୟା ଅଗ୍ରୱାଲ୍ ଆଜିକାଲି ତାଙ୍କ ବିଜୟ ଉତ୍ସବରେ ମଜ୍ଜି ଅଛନ୍ତି। ସାଙ୍ଗମାନଙ୍କ ସହିତ ସେଲିବ୍ରେସନ୍ ଠାରୁ ଆରମ୍ଭ କରି ଫଟୋସୁଟ୍ ପର୍ଯ୍ୟନ୍ତ ସେ ସୋସିଆଲ ମିଡିଆରେ ପ୍ରତିଦିନ କିଛି ଫଟୋ ଶେୟାର କରୁଛନ୍ତି। ନିକଟରେ ସେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏଥିରେ ତାଙ୍କର ବାର୍ଦ୍ଧକ୍ୟର ରୂପ ଦେଖିବାକୁ ମିଳୁଛି।

Advertisment
Divya Agarwal share BTS videoବାର୍ଦ୍ଧକ୍ୟରେ ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ୍

ଦିବ୍ୟା ଅଗ୍ରୱାଲ୍ ନିଜ ୱେଜ୍ ସିରିଜ୍ ‘କାର୍ଟେଲ୍’ର ଏକ ଲୁକ୍ ଶେୟାର କରିଛନ୍ତି। ଅଲ୍ଟ ବାଲାଜୀର ୱେବ୍ ସିରିଜ୍ ପାଇଁ ସେ ପ୍ରସ୍ତୁତୀ ହେଉଥିବା ଏକ ବିଟିଏସ୍ ଭିଡିଓ ଶେୟାର କରି ସେ ତାଙ୍କ ପ୍ରଶଂସକମାନଙ୍କୁ ଚମକେଇ ଦେଇଛନ୍ତି। ଅଭିନେତ୍ରୀଙ୍କ ଏଭଳି ପରିବର୍ତ୍ତନକୁ ଦେଖି ସମସ୍ତଙ୍କ ନଜର ତେଢା ହୋଇଯାଇଛି। ଏନେଇ ଦିବ୍ୟା ଯେତେବେଳେ ଏକତା କପୁରଙ୍କୁ ଧନ୍ୟବାଦ ଜଣେଇଛନ୍ତି ଏକତା ମଧ୍ୟ ଖୁସୀ ହୋଇ ଖୁବ୍ ଶୀଘ୍ର ଅନ୍ୟ ପ୍ରୋଜେକ୍ଟରେ ଏକାଠି କାମ କରିବା କଥା କହିଛନ୍ତି।

Divya Agarwal share BTS videoବାର୍ଦ୍ଧକ୍ୟରେ ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ୍
Advertisment

ତେବେ ଦିବ୍ୟାଙ୍କ ଏଭଳି ରୂପ କଥା କେହି ବି କେବେ କଳ୍ପନା କରି ନଥିବେ। ଅଭିନେତ୍ରୀ ଏହି ହିଡିଓକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଏହା ବିଷୟରେ ଲେଖିଛନ୍ତି ଯେ “କାର୍ଟେଲ୍ ଦେଖିଲା ପରେ ଅଲ୍ଟବାଲାଜୀ ଟିମ୍‌କୁ ଶୁଭେଛା ଦେବା ନେଇ ମୋ ପାଖରେ ସମୟ ନ ଥିଲା। ପୂରା ଶୋ ବହୁତ ଜବରଦସ୍ତ ଥିଲା। ଏହି ଭୂମିକା ସିନେମା ପ୍ରତି ଥିବା ମୋର ଭଲ ପାଇବା ଓ ଆଗ୍ରହକୁ ଦେଖଉଛି। ଉପରବାଲା ମୋ ଉପରେ ଆଶୀର୍ବାଦର ହାତ ରଖିଥିବାରୁ ଧନ୍ୟବାଦ।”

Divya Agarwal share BTS videoବାର୍ଦ୍ଧକ୍ୟରେ ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ୍

ସେ ଆହୁରି କହିଛନ୍ତି ଯେ “ମୁଁ ୨୦୧୯ ଡିସେମ୍ବର ୪ରେ ମୋ ଜନ୍ମଦିନକୁ ଏମିତି ପାଳିଥିଲି। ଘର ଲୋକେ ଓ ବନ୍ଧୁମାନେ ମୋ ଘରେ ଉତ୍ସବକୁ ଅପେକ୍ଷା କରିଥିଲେ ଏବଂ ମୁଁ ସେଦିନ କାର୍ଟେଲ୍‌ ପାଇଁ ପ୍ରସ୍ତୁତ ହେଉଥିଲି। ମୋର ପ୍ରୋସ୍ଥେଟିକ୍ ମେକ୍‌ଅପ୍ ପାଇଁ ୨ ଘଣ୍ଟା ଲାଗିଯାଇଥିଲା, ମୋ ନାକକୁ ଛାଡି ବାକୁ ସବୁ ଇନ୍ଦ୍ରିୟଗୁଡିକ ବନ୍ଦ କରି ଦିଆଯାଇଥିଲା।”

Advertisment

ଦିବ୍ୟା ଆହୁରି ଲେଖିଛନ୍ତି ଯେ “ମୋର ହୃଦୟ ବ୍ୟାକୁଳ ହେଉଥିଲେ ବି ମୁଁ ଶାନ୍ତ ଥିଲି। ମୋ ଜନ୍ମଦିନରେ ମୋତେ ଶୁଭେଚ୍ଛା ଜଣେଇବା ନେଇ ଅନେକ୍ ଫିନ୍ କଲ ଆସୁଥିଲା। ମୁଁ ଚିକେଇକି ସେମାନଙ୍କୁ ଏହି ଏହି ଖୁସି ଖବର ଦେବାକୁ ଚାହୁଁଥିଲି କିନ୍ତୁ କରିପାରୁ ନ ଥିଲି। ମୁଁ ଜାଣିଥିଲି ଯେ ସେହି ବର୍ଷ ମୋର ଜନ୍ମଦିନ ଉପହାର ସ୍ୱତନ୍ତ୍ର ହେବାକୁ ଥିଲା। ଏହା ମୋ ବାପାଙ୍କ ସହ ଶେଷ ଜନ୍ମଦିନ ଥିଲା ଏବଂ ମୁଁ ତାଙ୍କୁ କହିଥିଲି ଯେ ମୁଁ ତୁମର ପ୍ରିୟ ଧାରାବାହିକର ଏକ ୱେବ୍ ସିରିଜ୍ କରୁଛି ଏବଂ ସେ ବହୁତ ଖୁସି ହୋଇଯାଇଥିଲେ। ଜୀବନ ମୋ ଠାରୁ ବହୁତ କିଛି ନେଇଛି, କିନ୍ତୁ ଯାହା ଦେଇଛି ତାହା ମୋ ପାଇଁ ଯଥେଷ୍ଟ।” ପ୍ରକାଶଥାଉ ଯେ କରୋନାରେ ଦିଦ୍ୟା ଅଗ୍ରୱାଲ ତାଙ୍କ ବାପାଙ୍କୁ ହରେଇଛନ୍ତି।

Divya Agarwal share BTS videoବାର୍ଦ୍ଧକ୍ୟରେ ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ୍

ଶେଷରେ ଦିବ୍ୟା ଲେଖିଛନ୍ତି, “ମୁଁ କେବଳ ଏତିକି କହିବି ଯେ ନିଜ ଉପରେ ବିଶ୍ୱାସ ରଖିଲେ ଏବଂ ଚେଷ୍ଟା ଜାରି ରଖିଲେ, କେହି ଅଟକାଇ ପାରିବେ ନାହିଁ। କିଛି ଲୋକଙ୍କ ପାଇଁ ଏହା ଏକ ସଫଳତା ହୋଇ ନ ପାରେ କିନ୍ତୁ ମୋ ପାଇଁ ଏହା ପ୍ରକୃତରେ ଏକ ବଡ଼ ସଫଳତା। କାର୍ଟେଲ ମୋତେ ଖୁସି ଦେଇଛି।

Divya Agarwal share BTS videoବାର୍ଦ୍ଧକ୍ୟରେ ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ୍

ସମ୍ପ୍ରତି, ଅଲ୍ଟ ବାଲାଜୀର 'କାର୍ଟେଲ' ଏକ OTT ସର୍ଭେରେ ସର୍ବାଧିକ ଦେଖାଯାଇଥିବା ୱେବ୍ ସିରିଜରେ ତିନି ନମ୍ବରରେ ଆସିଛି । ଏକତା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଚାର୍ଟ ସେୟାର କରି ଖୁସି ବ୍ୟକ୍ତ କରିଥିଲେ।

ପ୍ରକାଶଥାଉ ଯେ ଖତରୋଁ କେ ଖିଲାଡି ସିଜନ ୧୧ ର ପ୍ରତିଯୋଗୀ ବରୁଣ ସୁଦଙ୍କ ସହ ଦିବ୍ୟା ଅଗ୍ରୱାଲଙ୍କ ପ୍ରେମ ସମ୍ପର୍କ ରହିଛି। ବରୁଣ ମଧ୍ୟ ଦିବ୍ୟାଙ୍କ କାମ ନେଇ ଖୁବ ଗର୍ବ କରନ୍ତି।

Bollywood Divya Agarwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ