Advertisment

ଦିନେ ଶରୀର ପାଇଁ ହେଉଥିଲେ ଲଜ୍ଜିତ, ଆଜି ବ୍ରହ୍ମାଣ୍ଡ ସୁନ୍ଦରୀ

ଭାରତର ହରନାଜ୍‌ କୌର୍ ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ର ଟାଇଟଲ୍‌ ନିଜ ନାଁରେ କରିନେଇଛନ୍ତି। କିନ୍ତୁ ଦିନେ ତାଙ୍କ ଶରୀର ଏତେ ପତଳା ଥିଲା ଯେ ଏନେଇ ସେ ଲଜ୍ଜିତ ହେଉଥିଲେ। ତେବେ ଏହି ଜାଗାରେ ପହଞ୍ଚିବା ନେଇ ସେ କ’ଣ କୁହନ୍ତି ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Diva universe 2021 winner Harnam Sandhu, know somethings about her

Diva universe 2021 winner Harnam Sandhu, know somethings about her

Advertisment

ନୂଆଦିଲ୍ଲୀ: ୭୦ ତମ ମିସ୍ ୟୁନିଭର୍ସ ୨୦୨୧ରେ ଭାରତର ପ୍ରତିନିଧିତ୍ୱ କରିଥିବା ହରନାଜ କୌର ସାନ୍ଧୁ ଏହି ଟାଇଟଲ୍ ଜିତି ନେଇଛନ୍ତି। ପ୍ରତିଯୋଗିତା ଆରମ୍ଭରେ ଜଜ୍‌ମାନଙ୍କୁ ଆକର୍ଷିତ କରିବା ପରେ ହରନାଜ୍ ସ୍ୱିମ୍‌ସୁଟ୍ ରାଉଣ୍ଡ ପାଇଁ ରନ୍‌ୱେ ଉପରେ ନିଜର ଆତ୍ମବିଶ୍ୱାସକୁ ପୂରା ଦମ ସହିତ ପ୍ରଦର୍ଶନ କରିଥିଲେ। ଏକ ସୁନ୍ଦର ମେରୁନ୍ କ୍ୟାପ୍-ସ୍ଲିଭ୍ ସ୍ୱିମ୍‌ସୁଟ୍ ପିନ୍ଧି ହରନାଜ୍ ସମସ୍ତ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରେଷ୍ଠ ୧୦ରେ ପ୍ରବେଶ କରିଥିଲେ।

Advertisment

 ଶ୍ରେଷ୍ଠ ୧୦ରେ ହରନାଜଙ୍କ ସହିତ ପରାଗ୍ୱେ, ପୁଏର୍ତୋ ରିକୋ, ଆମେରିକା, ଦକ୍ଷିଣ ଆଫ୍ରିକା, ବାହାମାସ, ଫିଲିପାଇନ୍ସ, ଫ୍ରାନ୍ସ, କଲମ୍ବିଆ ଏବଂ ଆରୁବାର ସୁନ୍ଦରୀମାନେ ସାମିଲ ଥିଲେ। ଅବଶ୍ୟ, ହର୍ନାଜ୍ ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ ପାଇଁ ଶ୍ରେଷ୍ଠ ପସନ୍ଦ ହେବେ ବୋଲି ବିଶ୍ୱାସ ଥିଲା। ଏଥର ଇସ୍ରାଏଲର ଇଲିଟ୍ ସହରରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି।

ଭାରତ ପାଇଁ ଏହି ଗୌରବ ଆଣିଥିବା ୨୧ ବର୍ଷୀୟ ହରନାଜ ପଞ୍ଜାବର ବାସିନ୍ଦା। ସେ ଚଣ୍ଡିଗଡ଼ର ଶିବାଲିକ୍ ପବ୍ଲିକ୍ ସ୍କୁଲରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ। ସେ ପ୍ରତିଯୋଗିତା ସମୟରେ କଠିନ ପ୍ରଶ୍ନର ଉତ୍ତର ଦେଇ ବିଚାରପତିମାନଙ୍କ ହୃଦୟ ଜିତିଛନ୍ତି। ସେ ନିଜର ପାଠ ପଢା ସହିତ ଅନେକ ମଡେଲିଂ ଆସାଇନ୍‌ମେଣ୍ଟ ଓ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛନ୍ତି। ହରନାଜ ବର୍ତ୍ତମାନ ପବ୍ଲିକ୍ ଆଡ୍‌ମିନିଷ୍ଟ୍ରେସନ୍‌ରେ ମାଷ୍ଟର୍ସ ପଢୁଛନ୍ତି।

Advertisment

ସେହିଭଳି ସେ ଫେମିନା ମିସ୍ ଇଣ୍ଡିଆ ପଞ୍ଜାବ ୨୦୧୯ ମଧ୍ୟ ହୋଇଛନ୍ତି। ଏହାଛଡା ସେ ପଞ୍ଜାବୀ ଚଳଚ୍ଚିତ୍ର "ୟାରା ଦିୟା ପୁ ବରନ୍" ଏବଂ "ବାଇ ଜୀ କୁଟ୍ଟଙ୍ଗେ" ରେ ମଧ୍ୟ ଅଭିନୟ କରିଛନ୍ତି।

Advertisment

ହର୍‌ନାଜ ସାନ୍ଧୁ ତାଙ୍କ ସ୍କୁଲ ଦିନରେ ବହୁତ ଥିବାରୁ ନିଜ ଶରୀରକୁ ନେଇ ଲଜ୍ଜିତ ହେଉଥିଲେ। ଏନେଇ ସେ ବହୁତ ଚିନ୍ତାରେ ମଧ୍ୟ ରହୁଥିଲେ। କିନ୍ତୁ ପରିବାରର ସହଯୋଗରେ ସେ ନିଜର ଆତ୍ମବିଶ୍ୱାସ ବଢାଇବାରେ ସକ୍ଷମ ହୋଇଥିଲେ। ହାରନାଜ ଜଣେ ଖାଦ୍ୟପ୍ରିୟ ବ୍ୟକ୍ତି। ସେ ଖାଇବା ନେଇ ପାଗଳ ଭଳି ହୋଇଯାଆନ୍ତି। କିନ୍ତୁ ସେ ନିଜ ଫିଟ୍‌ନେସ୍‌ର ମଧ୍ୟ ଯତ୍ନ ନିଅନ୍ତି।

ହର୍‌ନାଜ ସାନ୍ଧୁ ଜଣେ ଅନ୍ୟନ୍ତ ସାହସୀ ଝିଅ। ସେ ଦୁଃସାହସିକ ଖେଳକୁ ବହୁତ ଭଲ ପାଆନ୍ତି। ସେ ଘୋଡା ଚଢନ୍ତି, ପାଣିରେ ପହଁରନ୍ତି ଓ ଭ୍ରମଣ କରିବାକୁ ମଧ୍ୟ ପସନ୍ଦ କରନ୍ତି। ଏହା ଛଡା ସେ ଅଭିନୟ, ଗୀତ, ନୃତ୍ୟ, ଯୋଗ ଓ ରୋଷେଇ କରିବାକୁ ମଧ୍ୟ ଭଲ ପାଆନ୍ତି। ହର୍‌ନାଜ ସାନ୍ଧୁଙ୍କର ପ୍ରଥମ ମଞ୍ଚ ପ୍ରଦର୍ଶନ ୨୦୧୭ରେ ତାଙ୍କ କଲେଜରେ ଏକ ଶୋ’ରୁ ଆରମ୍ଭ ହୋଇଥିଲା। ଏହା ପରେ ସେ ମଡେଲିଂରୁ ଆଉ କେବେ ପଛକୁ ବୁଲି ଚାହିଁ ନାହାନ୍ତି।

ଏକ ସାକ୍ଷାତକାରରେ, ହର୍‌ନାଜ୍‌ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଏକ ଅଂଶ ହେବାକୁ ନେଇ କହିଛନ୍ତି ଯେ “ମୁଁ ମୋ ଦେଶର ୧୩୦କୋଟି ଲୋକଙ୍କୁ ବିଶ୍ୱ ଫୋରମ୍‌ରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛି। ମୁଁ ପାଇଥିବା ସୁଯୋଗ ପାଇଁ ମୁଁ ବହୁତ କୃତଜ୍ଞ।”

ତେବେ ହରନାଜ୍‌ କୌରନ ସାନ୍ଧୁଙ୍କୁ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ପଚରାଯାଇଥିଲା ଯେ ସେହି ଯୁବତୀମାନଙ୍କ ପ୍ରତି ତାଙ୍କ କି ଉପଦେଶ ରହିବ ଯେଉଁମାନେ ଆଜିକାଲି ବିଭିନ୍ନ ଚାପର ସମ୍ମୁଖିନ ହେଉଛନ୍ତି ସେଥିରୁ କିପରି ମୁକ୍ତି ପାଇବେ? ଏହି ପ୍ରଶ୍ନର ଉତ୍ତରରେ ହରନାଜ୍ କହିଥିଲେ ଯେ “ଆଜିର ଯୁବପିଢି ଯେଉଁ ବଡ ସମସ୍ୟା ଦେଇ ଗତି କରୁଛନ୍ତି ତାହା ହେଉଛି ନିଜ ଉପରେ ବିଶ୍ୱାସ କରିବା। ଏହା ଜାଣିବା ଦରକାର ଯେ ଆପଣ ଅଦ୍ୱିତୀୟ ଆଉ ଏହି କଥା ହିଁ ଆପଣଙ୍କୁ ସୁନ୍ଦର କରି ତିଆରି କରିବ। ନିଜର ତୁଳନା ଅନ୍ୟମାନଙ୍କ ସହିତ କରିବା ବନ୍ଦ କରନ୍ତୁ ଆଉ ସାରା ଦୁନିଆରେ ହେଉଥିବା ଅଧିକ ମହତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରନ୍ତୁ। ଆପଣମାନେ ଏହି କଥା ହିଁ ବୁଝିଯିବା ଉଚିତ। ସାମ୍ନାକୁ ଆସନ୍ତୁ ଆଉ ନିଜ ପାଇଁ କୁହନ୍ତୁ କାରଣ ଆପଣ ନିଜେ ହିଁ ନିଜ ଜୀବନର ନେତା ଆଉ ନିଜେ ନିଜର ହିଁ ସ୍ୱର। ମୁଁ ନିଜେ ଏହା ବିଶ୍ୱାସ କରେ, ଏନେଇ ମୁଁ ଆଜି ଏଠି ପହଞ୍ଚି ପାରିଛି।”

Miss Universe Diva Universe 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ