Advertisment

ସମୁଦ୍ର କୂଳରେ ଦିଶା ପାଟନୀଙ୍କ ସନ୍‌ବାଥ୍ ଫଟୋ ଭାଇରାଲ୍‌

ବଲିଉଡରେ ଯଦି ଫିଟ୍‌ନେସ୍ ଅଭିନେତ୍ରୀଙ୍କ କଥା ଉଠେ ତେବେ ଦିଶା ପାଟନୀ ବାଦ ପଡିବେନି। ନିଜର ଫିଟ୍‌ନେସ୍‌ର ଯତ୍ନ ନେଉଥିବା ଦିଶା ଫିଟ୍ ଫିଜିକ୍ ଦୃଷ୍ଟିରୁ ଜଣେ ଆଗଧାଡିର ଅଭିନେତ୍ରୀ। ଫିଲ୍ମରେ ଅଭିନୟ ଏବଂ ସୋସିଆଲ୍‌ ମିଡିଆରେ ତାଙ୍କ ଫଟୋ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରୁଥିବା ଦିଶା ନିକଟରେ ସମୁଦ୍ର କୂଳରେ ସୁନ୍ଦର ଚେହେରା ସହିତ ନଜର ଆସିବାର ଦେଖିବାକୁ ମିଳିଥିଲା। ଏପରିକି ଅଭିନେତା ଟାଇଗର ଶ୍ରଫ୍ ଦିଶା ପାଟନୀଙ୍କୁ ଗୋଲାପୀ ବିକିନିରେ ସମୁଦ୍ର କୂଳରେ ସନ୍‌ବାଥ୍ ନେଉଥିବା ଦେଖିବା ପରେ ନିଜକୁ ଅଟକାଇ ପାରି ନ ଥିଲେ।

ସମୁଦ୍ର କୂଳରେ ଦିଶା ପାଟନୀଙ୍କ ସନ୍‌ବାଥ୍ ଫଟୋ ଭାଇରାଲ୍‌

Disha Patanai

Advertisment

ମୁମ୍ବାଇ : ବଲିଉଡରେ ଯଦି ଫିଟ୍‌ନେସ୍ ଅଭିନେତ୍ରୀଙ୍କ କଥା ଉଠେ ତେବେ ଦିଶା ପାଟନୀ ବାଦ ପଡିବେନି। ନିଜର ଫିଟ୍‌ନେସ୍‌ର ଯତ୍ନ ନେଉଥିବା ଦିଶା ଫିଟ୍ ଫିଜିକ୍ ଦୃଷ୍ଟିରୁ ଜଣେ ଆଗଧାଡିର ଅଭିନେତ୍ରୀ। ଫିଲ୍ମରେ ଅଭିନୟ ଏବଂ ସୋସିଆଲ୍‌ ମିଡିଆରେ ତାଙ୍କ ଫଟୋ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରୁଥିବା ଦିଶା ନିକଟରେ ସମୁଦ୍ର କୂଳରେ ସୁନ୍ଦର ଚେହେରା ସହିତ ନଜର ଆସିବାର ଦେଖିବାକୁ ମିଳିଥିଲା। ଏପରିକି ଅଭିନେତା ଟାଇଗର ଶ୍ରଫ୍ ଦିଶା ପାଟନୀଙ୍କୁ ଗୋଲାପୀ ବିକିନିରେ ସମୁଦ୍ର କୂଳରେ ସନ୍‌ବାଥ୍ ନେଉଥିବା ଦେଖିବା ପରେ ନିଜକୁ ଅଟକାଇ ପାରି ନ ଥିଲେ।

Advertisment

ଦିଶା ପାଟନୀ ନିଜର ଗ୍ଲାମରସ୍ ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ସେୟାର କରିଥିବା ଫଟୋରେ ନିଜର ଏକ ବୋଲ୍ଡ ଅବତାର ଦେଖେଇଛନ୍ତି। ଏହି ଫଟୋରେ ଦିଶା ନିଜ ମୁହଁ ଦେଖାଇ ନାହାଁନ୍ତି। ଦିଶା ଗୋଲାପୀ ବିକିନିରେ ସମୁଦ୍ର କୂଳରେ ବସିଥିବା ବେଳେ ଜଳପରି ଭଳି ଦେଖାଯାଉଛନ୍ତି। ସେ ତାଙ୍କ ମୁଣ୍ଡରେ ଏକ ଗୋଲାପୀ ଟୋପି ପିନ୍ଧିଥିବା ବେଳେ ମୁକୁଳା କେଶରେ ବାଲି ଉପରେ ଏକ ନିଆରା ଢଙ୍ଗରେ ବସିଛନ୍ତି।

Advertisment

ଦିଶାଙ୍କ ଏହି ଷ୍ଟାଇଲ ଦେଖିବା ପରେ କେବଳ ତାଙ୍କ ଭଉଣୀ ନୁହଁନ୍ତି ଟାଇଗର ମଧ୍ୟ ମନ୍ତବ୍ୟ ଦେବାକୁ ନିଜକୁ ଅଟକାଇ ପାରି ନାହାନ୍ତି। ସେ ମତ ଦେଇ ଲେଖିଛନ୍ତି ଯେ “ହଟ୍‌”। ଏହା ସହିତ ସେ ଫାୟାର୍ ଓ ଏବଂ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି।

ଦିଶା ପାଟନୀଙ୍କ ସନ୍‌ବାଥ୍

ଟାଇଗରର ଏହି ମନ୍ତବ୍ୟ ଦେଖି ଉଭୟଙ୍କ ପ୍ରଶଂସକ ସେମାନଙ୍କ ଯୋଡିଙ୍କୁ ହିଟ୍ ବୋଲି କହୁଛନ୍ତି। ଦିଶାଙ୍କ ଏହି ଫଟୋରେ ତାଙ୍କ ଭଉଣୀ ଖୁଶ୍‌ବୁ ପାଟନୀ ଲେଖିଛନ୍ତି- 'ମୋର ଏହି ଟୋପି ମନେ ଅଛି। ଏହା କେତେ ଗୋଲାପୀ? ଖୁବ ସୁନ୍ଦର ଶରୀର।

Advertisment

ପ୍ରକାଶଥାଉ ଯେ ଦୀର୍ଘ ଦିନ ହେବ ଦିଶା ପାଟନୀ ଓ ଟାଇଗର ଶ୍ରଫ ସେମାନଙ୍କ ସମ୍ପର୍କ ପାଇଁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଦୁହେଁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ଏହି ସମ୍ପର୍କ ବିଷୟରେ ଚୁପ୍ ରହିଛନ୍ତି। ଦିଶା ପ୍ରାୟତଃ ଟାଇଗରଙ୍କ ପରିବାର ସହିତ ଦେଖାଯାଆନ୍ତି। ଟାଇଗରଙ୍କ ଭଉଣୀ କୃଷ୍ଣାଙ୍କ ସହ ଦିଶାଙ୍କର ମଧ୍ୟ ଭଲ ବନ୍ଧୁତା ଅଛି। କୌଣସି ଛୁଟି ହେଉ ବା ଇଭେଣ୍ଟ ହେଉ ଟାଇଗର ଓ ଦିଶା ପ୍ରାୟତଃ ଏକାଠି ନଜର ଆସିଥାନ୍ତି।

ତାଲାବନ୍ଦ ପୂର୍ବରୁ ଏପରି ଲାଗୁଥିଲା ଯେ ଉଭୟ ସେଲିବ୍ରିଟି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ କିନ୍ତୁ ପରେ କୋଭିଡ କାରଣରୁ ଏହା ସ୍ଥଗିତ ହୋଇଯାଇଛି ଏବଂ ବର୍ତ୍ତମାନ ଏହା ବିଷୟରେ କୌଣସି ଖବର ବାହାରକୁ ଆସି ନାହିଁ।

Mumbai Bollywood Disha Patani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ